|
logo
Live
Argus News App
GET APP

Argus News - ପୁଅ ଆଗରେ ନିଜ ଶାଶୁକୁ ପିଟିଲା ବୋହୁ, ଭିଡିଓ ରେକର୍ଡ କରି ଥାନାରେ ଅଭିଯୋଗ କଲା ନାତି

Crime

Viral Video / ପୁଅ ଆଗରେ ନିଜ ଶାଶୁକୁ ପିଟିଲା ବୋହୁ, ଭିଡିଓ ରେକର୍ଡ କରି ଥାନାରେ ଅଭିଯୋଗ କଲା ନାତି

Swoyang prajna Mishra
Browse all articles by Swoyang prajna Mishra
·6 months ago·2 min read
ପୁଅ ଆଗରେ ନିଜ ଶାଶୁକୁ ପିଟିଲା ବୋହୁ, ଭିଡିଓ ରେକର୍ଡ କରି ଥାନାରେ ଅଭିଯୋଗ କଲା ନାତି

Key Points

ପଞ୍ଜାବ ଗୁରୁଦାସପୁରର ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ, ମହିଳା ଜଣକ ନିଜର ଶାଶୁ ମାଆଙ୍କ ଚୁଟି ଖୁବ ଜୋରରେ ଝିଙ୍କିବା, ତାଙ୍କୁ ହାତରେ ମାରିବା, ଚାପୁଡା ମାରିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ତାକୁ ନିଜ ଫୋନରେ ରେକର୍ଡ କରିଛି ମାଡ ମାରୁଥିବା ମହିଳାଙ୍କ ପୁଅ ।

'ମାମା, ଏମିତି କରନ୍ତିନି, ଛାଡିଦିଅ ତାଙ୍କୁ' । ଭାଇରାଲ ହେଉଥିବା ଭିଡିଓରେ ପୁଅଟିର ଏମିତି କିଛି କଥା ଶୁଣିବାକୁ ମିଳିଛି । ଆଉ ଭିଡିଓରେ ଜଣେ ସ୍ତ୍ରୀ ଲୋକ ଆଉ ଜଣେ ବୟସ୍କ ସ୍ତ୍ରୀ ଲୋକକୁ ନୃଶଂସ ଭାବେ ପିଟିବାକୁ ଲାଗିଛନ୍ତି । ପଞ୍ଜାବ ଗୁରୁଦାସପୁରର ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ, ମହିଳା ଜଣକ ନିଜର ଶାଶୁ ମାଆଙ୍କ ଚୁଟି ଖୁବ ଜୋରରେ ଝିଙ୍କିବା, ତାଙ୍କୁ ହାତରେ ମାରିବା, ଚାପୁଡା ମାରିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ତାକୁ ନିଜ ଫୋନରେ ରେକର୍ଡ କରିଛି ମାଡ ମାରୁଥିବା ମହିଳାଙ୍କ ପୁଅ ।

ପୁଅର କହିବା ମୁତାବକ, ଏ ଘଟଣା କେବଳ ଆଜିର ନୁହେଁ, ପୂର୍ବରୁ ମଧ୍ୟ ଏମିତି ଅନେକ ଥର ନିଜ ଶାଶୁ ମାଆଙ୍କୁ ପିଟିଛନ୍ତି ମହିଳାଜଣକ । ଗୁରୁଦାସପୁରର ଏହି ମହିଳା ଜଣକ ହେଉଛନ୍ତି ହର୍‌ଜିତ କୌର । ସେ ନିଜର ଶାଶୁ ମା' ଗୁର୍‌ବଜନ କୌରଙ୍କୁ ଚୁଟି ଘୋଷାଡି ମାଡ ମାରୁଥିବା ଦେଖିବାକୁ ମିଳିଛି । ଆଉ ତାଙ୍କର ନାତି ନିଜ ମାଆଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଶୁଣୁନଥାନ୍ତି ମହିଳାଜଣକ । ପୁଣି ନିଜର ଶାଶୁଙ୍କୁ ଖରାପ ଭାଷାରେ ଗାଳି କରୁଛନ୍ତି । ପୁଣି ଏକ ଷ୍ଟିଲ ଗ୍ଲାସରେ ତାଙ୍କୁ ପିଟୁଥିବାର ଦେଖିବାକୁ ମିଳିଛି ।

ଏପରି ଘଟଣାକୁ ନେଇ ପୋଲିସ ଥାନାରେ ତାଙ୍କର ନାତି ଚରତବୀର ସିଂ ଅଭିଯୋଗ କରିଛନ୍ତି । ଅଭିଯୋଗରେ ତାଙ୍କର ଜେଜେମା ପୋଲିସକୁ କହିଛନ୍ତି , ତାଙ୍କର ବୋହୁ ହର୍‌ଜିତ ତାଙ୍କୁ ତାଙ୍କର ସମ୍ପତ୍ତିକୁ ନିଜ (ହର୍‌ଜିତ) ନାଁରେ କରିବାକୁ ବାଧ୍ୟ କରୁଛନ୍ତି ।


ଅଧିକ ପଢନ୍ତୁ : ୭୫ ବର୍ଷରେ କରିଥିଲେ ବିବାହ, ହେଲେ ପ୍ରଥମ ରାତି ପରେ ଚାଲିଗଲା ଜୀବନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତାଙ୍କର ନାତି ଚରତବୀର କହିଛନ୍ତି, "ତାଙ୍କ ମା' ଜଣେ ମଦ୍ୟପ ଅଟନ୍ତି । ଅନେକ ସମୟରେ ସେ ନିଶାରେ ରହି ଜେଜେମାଙ୍କୁ ପିଟିଥାନ୍ତି । କେବଳ ଜେଜେମା ନୁହେଁ, ତାଙ୍କୁ ବି ପିଟନ୍ତି ତାଙ୍କ ମାଆ । ଆଉ ତାଙ୍କ ବାପାଙ୍କ ସହ ଅନେକ ସମୟରେ ଝଗଡା କରିଥାନ୍ତି । ଡ୍ରଗ୍ସ ବି ନେଇଥାନ୍ତି ମାଆ । ଆଉ ତାଙ୍କ ବାପାଙ୍କୁ ମଧ୍ୟ ମଦ ପିଇବାକୁ ବାଧ୍ୟ କରୁଥିବା କହିଛନ୍ତି ଚରତବୀର ।

ଅଧିକ ପଢନ୍ତୁ : ୨୦୦ ବର୍ଷ ତଳର ଅଭିଶାପ, ଆଜି ବି ଏଠାରେ ଶାଢୀ ପିନ୍ଧି ଗର୍ବା ଖେଳନ୍ତି ପୁରୁଷ, ଜାଣନ୍ତୁ ପୁରା କାହଣୀ...


ତେବେ ଚରତବୀର ଆହୁରି ମଧ୍ୟ କହିଛନ୍ତି, ଯଦି ସେ ଏହି ଆକ୍ରମଣ ବେଳର ଭିଡିଓ ରଖିନଥାନ୍ତେ , ତାହେଲେ ପୋଲିସକୁ କୌଣସି ପ୍ରମାଣ ଦେଖାଇ ପାରିନଥାନ୍ତେ । ଆଉ ଏକ ଭିଡିଓ ମଧ୍ୟ ସେ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ମାଆ ତାଙ୍କ ବାପାଙ୍କୁ ଚପଲରେ ପିଟୁଛନ୍ତି । ପୁଣି ଆଉ ଏକ ଭିଡିଓରେ ତାଙ୍କୁ ତାଙ୍କ ଜେଜେମାଙ୍କ ଠାରୁ ଅଲଗା କରିବା ପାଇଁ ଏକ କୋଠରୀରେ ବନ୍ଦ କରି ରଖିଛନ୍ତି ।

ନିଜ ମାଆ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ପୋଲିସକୁ ଅଭିଯୋଗ କରିଛନ୍ତି ।

Related Topics

Explore more stories

Sponsored
Viral Video: ପୁଅ ଆଗରେ ନିଜ ଶାଶୁକୁ ପିଟିଲା ବୋହୁ, ଭିଡିଓ ରେକର୍ଡ କରି ଥାନାରେ ଅଭିଯୋଗ କଲା ନାତି | Argus News