Bhubaneswar Robbery Gang / ପୋଲିସ କବଜାରେ ନଣନ୍ଦ-ଭାଉଜ ଗ୍ୟାଙ୍ଗ, ଗ୍ରାହକ ବେଶରେ ଆସି ଲୁଟ୍ କରୁଥିଲେ ସୁନା
·1 hour ago·2 min read

Key Points
ପୋଲିସର ନିଦ ହଜାଇ ଦେଲାଣି ତେଲ ବୋଳା ଗ୍ୟାଙ୍ଗ
ଦେହରେ ତେଲ ବୋଳି ମୁହଁରେ ମାସ୍କ ପିନ୍ଧି ଘରେ ପଶୁଛନ୍ତି
ହାଇଆଲର୍ଟରେ କମିଶନରେଟ୍ ପୋଲିସ୍

ଭୁବନେଶ୍ୱରରେ ମାତିଛନ୍ତି ଦୁଇଟି ଲୁଟେରା ଗ୍ୟାଙ୍ଗ । ପୋଲିସ କବଜାରେ ‘ନଣନ୍ଦ-ଭାଉଜ’ ଥିବା ବେଳେ ‘ତେଲ ବୋଳା ଗ୍ୟାଙ୍ଗ’ ପାଇଁ ବଢ଼ୁଛି ଆତଙ୍କ । ରାଜଧାନୀରେ ଏହି ଦୁଇ ଗ୍ୟାଙ୍ଗଙ୍କ ସକ୍ରିୟତାକୁ ନେଇ କମିଶନରେଟ୍ ପୋଲିସ ହାଇ-ଆଲର୍ଟରେ ରହିଛି ।
ନକଲି ସୁନା ଚେନ୍ ଦେଇ ନେଉଥିଲେ ଅସଲି ସୁନା । ବନ୍ଧା ହେଲେ ଭାଉଜ-ନଣନ୍ଦ ଗ୍ୟାଙ୍ଗ୍ । ବିଭିନ୍ନ ଜୁଏଲରୀ ଦୋକାନକୁ ଗ୍ରାହକ ବେଶରେ ଯାଇ କରୁଥିଲେ ଠକେଇ । ସହଯୋଗୀ ଗିରଫ ପରେ ରେଳ ଷ୍ଟେସନ୍ ନିକଟରୁ ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀ ତିୱାରୀ ।
ସିସିଟିଭି ଫୁଟେଜ ଅନୁସାରେ, ଦୁଇ ଜଣ ମହିଳା ଗ୍ରାହକ ବେଶରେ ଜନପଥରେ ଥିବା ଏକ ଜୁଏଲରୀ ସପକୁ ଯାଇଥିଲେ । ସେଠାରେ ୨୨ ଗ୍ରାମରୁ ଅଧିକ ନକଲି ସୁନା ଚେନ୍ରେ ଜାଲ୍ ହଲମାର୍କ ଲଗାଇ ଦୋକାନୀଙ୍କୁ ଦେଇ ୨୨ କ୍ୟାରେଟ୍ର ଅସଲି ସୁନା ନେଇ ଚମ୍ପଟ ମାରିଥିଲେ । ସେହିଭଳି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗ୍ରାହକ ସାଜି ଦୋକାନରୁ ଲୁଟ୍ ନେଇ ଅଭିଯୋଗ ହୋଇଥିଲା । ତେବେ ୩ ଲେଡି ଲୁଟେରାଙ୍କୁ କାବୁ କରିଛି ପୋଲିସ ।
ସେପଟେ ରାଜଧାନୀରେ ନୂଆଶୈଳୀର ଲୁଟ୍ । ମୁହଁରେ ମୁଖା ଓ ଦେହରେ ତେଲ ଲଗାଇ ଅନ୍ଧାରର ସୁଯୋଗ ନେଇ ଘରେ ପଶୁଛନ୍ତି ଲୁଟେରା । ଆଉ ଲୁଟ୍ କରି ମାରୁଛନ୍ତି ଚମ୍ପଟ । ଏପରି ଘଟଣା ଘଟିଛି ଭରତପୁର ଥାନା ଅଧୀନ ଦୁର୍ଗାମାଧବ ନଗର ଅଞ୍ଚଳରେ । ଗତ କିଛି ଦିନ ହେବ ଏହି ଅଞ୍ଚଳରେ ସକ୍ରିୟ ହୋଇଛନ୍ତି ଲୁଟେରା । ପାଖାପାଖି କିଛି ଦିନ ବ୍ୟବଧାନରେ ୪ରୁ ଅଧିକ ଘରେ ଲୁଟ୍ପାଟ୍ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏହି ତେଲ ବୋଳା ଗ୍ୟାଙ୍ଗ୍ର କାରନାମା CCTV କ୍ୟାମେରାରେ କଏଦ ହୋଇଛି । ଏହି ଫୁଟେଜ୍ ଏବେ ପୋଲିସ ତଦନ୍ତର ଗୁରୁତ୍ୱପୂର୍ଣ୍ଣ ଆଧାର ପାଲଟିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜଧାନୀରେ ଲୁଟେରାଙ୍କ ହଲାବୋଲ ପରେ ଚିନ୍ତାରେ କମିଶନରେଟ ପୋଲିସ । ସେପଟେ ଲଗାତାର ଲୁଟ୍ ଘଟଣା ପରେ ଦୁର୍ଗାମାଧବ ନଗରବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।
Related Topics
Explore more stories