Crime In Odisha / ଲକ୍ଷ୍ମୀ ବସ୍ରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ, ୫ ଗୁରୁତର

Key Points
ଜଣଙ୍କ ପରେ ଜଣେ ଯାତ୍ରୀଙ୍କୁ ହାଣିଲା ଯୁବକ । ଲକ୍ଷ୍ମୀ ବସ୍ରେ ଏଭଳି କାଣ୍ଡ ଭିଆଇଛି ଜଣେ ଉନ୍ମକ୍ତ ଯୁବକ । କଣାସ ହରଶପଡ଼ାରୁ ବାହାରି କୋଟକଣା ଦେଇ ଆସୁଥିବା ବସ୍ରେ ଥିବା ଯାତ୍ରୀଙ୍କ ଉପରେ ଆକ୍ରମଣ ହୋଇଛି ।
ବ୍ରହ୍ମଗିରି (ପୁରୀ): ହାତରେ ଠେଙ୍ଗା ଓ ଧାରୁଆ ଅସ୍ତ୍ର । ଜଣଙ୍କ ପରେ ଜଣେ ଯାତ୍ରୀଙ୍କୁ ହାଣିଲା ଯୁବକ । ଲକ୍ଷ୍ମୀ ବସ୍ରେ ଏଭଳି କାଣ୍ଡ ଭିଆଇଛି ଜଣେ ଉନ୍ମକ୍ତ ଯୁବକ । କଣାସ ହରଶପଡ଼ାରୁ ବାହାରି କୋଟକଣା ଦେଇ ଆସୁଥିବା ବସ୍ରେ ଥିବା ଯାତ୍ରୀଙ୍କ ଉପରେ ଆକ୍ରମଣ ହୋଇଛି ।
ନୂଆ ଜଗନ୍ନାଥ ସଡ଼କର କୋଟକଣା ଛକରେ ଆକ୍ରମଣକାରୀ ଯୁବକ ତପନ ଭୋଇ ହଠାତ୍ ବସ୍ ଭିତରକୁ ପଶିଥିଲେ । ଆଉ ବସ୍ରେ ଥିବା ଯାତ୍ରୀଙ୍କୁ ଆକ୍ରମଣ କରିଛି । କୁହାଯାଉଛି, ପୂର୍ବରୁ ବସ୍ରେ ବସିଥିବା ଲୋକଙ୍କ ସହ ତପନଙ୍କ ପୂର୍ବ ଶତ୍ରୁତା ରହିଥିଲା ।
ଏଥିସହ ପଢ଼ନ୍ତୁ: ଘରଠୁ ୧୦୦ ମିଟର ଦୂରରେ ଅତି ନିକଟରୁ ବିଜେପି ନେତା ପୀତବାସଙ୍କ ଛାତିକୁ ଗୁଳି, ପୋଲିସର ଛାନଭିନ୍
ତପନ ପ୍ରଥମେ ଠେଙ୍ଗା ଓ ତା'ପରେ ମାରଣାସ୍ତ୍ରରେ ଜଣଙ୍କ ପରେ ଜଣଙ୍କୁ ହାଣି ପକାଇଥିଲା ତପନ । ଖବର ପାଇ ଗଡ଼ିଶାଗୋଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ତପନକୁ କାବୁ କରିବାକୁ ନାକେଦମ୍ ହୋଇଥିଲା ପୋଲିସ । ତପନ ମଧ୍ୟ ପୋଲିସକୁ ଆକ୍ରମଣ କରିଥିଲା ।
📱 Get Argus News App
✨
ଏହି ଘଟଣାରେ ଯାତ୍ରୀ, ପୋଲିସ ସହ ୫ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଲୋକଙ୍କ ଆକ୍ରମଣରେ ତପନ ଭୋଇ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାକୁ ନେଇ କଣାସ କଟକଣା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ତଦନ୍ତ କରୁଛି ।
ଏଥିସହ ପଢ଼ନ୍ତୁ: ପ୍ରଥମେ ନିଶା ଦେଇ MBBS ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ସୁଟ୍, ପୁଣି ମାସେ ଧରି ଦିଲ୍ଲୀରେ ଦୁଷ୍କର୍ମ
ତେବେ କେଉଁ ନିର୍ଦ୍ଦିଷ୍ଟ କାରଣକୁ ନେଇ ତପନ ଲକ୍ଷ୍ମୀ ବସ୍ ଭିତରେ ପଶି ଆକ୍ରମଣ କଲା ତାହା ସ୍ପଷ୍ଟ ହୋଇ ନାହିଁ । ତପନ ମାରଣାସ୍ତ୍ର ନେଇ ବସ୍ରେ କିଭଳି ଚଢ଼ିଲେ ତା'କୁ ନେଇ ବି ପ୍ରଶ୍ନ ଉଠିଛି ।
Related Topics
Explore more stories