Bhubaneswar Crime / ରାଜଧାନୀ ଉପକଣ୍ଠରେ ଅଭାବନୀୟ ଘଟଣା, ପୋଲିସ୍ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ
·1 hour ago·1 min read

Key Points
ରାଜଧାନୀ ଉପକଣ୍ଠରେ ଅଭାବନୀୟ ଘଟଣା
ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ
ଅସଦାଚରଣ କରିଥିବା ଯୁବକଙ୍କୁ ପିଟି ପିଟି ମାରିଦେଲେ ସ୍ଥାନୀୟ ଲୋକେ
ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ
ଅସଦାଚରଣ କରିଥିବା ଯୁବକଙ୍କୁ ପିଟି ପିଟି ମାରିଦେଲେ ସ୍ଥାନୀୟ ଲୋକେ
ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବାଲିଅନ୍ତାରେ ବର୍ବରତାର ସବୁ ସୀମା ଟପିଲା । ପୋଲିସ ସାମ୍ନାରେ ଆଇନକୁ ହାତକୁ ନେଇଛନ୍ତି ସ୍ଥାନୀୟ ଲୋକ । ପୋଲିସ୍ ସାମ୍ନାରେ ଜଣେ ଯୁବକଙ୍କୁ ପିଟି ପିଟି ମାରି ଦେଇଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍ ଉପରେ ।
ମିଳିଥିବା ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ବ୍ରିଜ୍ ଯାଉଥିବା ୨ ଯୁବତୀଙ୍କୁ ୨ ଜଣ ଯୁବକ ପ୍ରଥମେ ଅସଦାଚରଣ କରିଥିଲେ । ଆଉ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କ ହାତ ଗୋଡ଼ ବାନ୍ଧି ପୋଲିସ୍ ସାମ୍ନାରେ ନିସ୍ତୁକ ମାଡ଼ ମାରିଥିଲେ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଯୁବକଙ୍କୁ ଥାନାରେ ପୋଲିସ୍ ଅଟକ ରଖିଛି ।
ଅଧିକ ପଢ଼ନ୍ତୁ: ପିଏ ନଥିଲେ, ଟାର୍ଗେଟରେ ଥିଲେ ଏହି ବ୍ୟକ୍ତି: ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଲା ସତ...
ମିଳିଥିବା ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ବ୍ରିଜ୍ ଯାଉଥିବା ୨ ଯୁବତୀଙ୍କୁ ୨ ଜଣ ଯୁବକ ପ୍ରଥମେ ଅସଦାଚରଣ କରିଥିଲେ । ଆଉ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କ ହାତ ଗୋଡ଼ ବାନ୍ଧି ପୋଲିସ୍ ସାମ୍ନାରେ ନିସ୍ତୁକ ମାଡ଼ ମାରିଥିଲେ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଯୁବକଙ୍କୁ ଥାନାରେ ପୋଲିସ୍ ଅଟକ ରଖିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories