Videos
|
Crime

Apartment Theft Incident / ଚୋରି କରିବାକୁ ଯାଇଥିଲା ଚୋର, ଧରାପଡ଼ିବା ଭୟରେ ଯୁବକଙ୍କୁ ଛାତରୁ ଠେଲି କଲା ହତ୍ୟା

Santosh Kumar Sahoo
Browse all articles by Santosh Kumar Sahoo
·4 months ago·1 min read
ଚୋରି କରିବାକୁ ଯାଇଥିଲା ଚୋର, ଧରାପଡ଼ିବା ଭୟରେ ଯୁବକଙ୍କୁ ଛାତରୁ ଠେଲି କଲା ହତ୍ୟା
Bhubaneswar Thief

Key Points

ଚୋରି କରିବାକୁ ଆସି ନେଲା ପ୍ରାଣ
ଛାତରୁ ଠେଲି ହତ୍ୟା
CCTVରେ କଏଦ ହତ୍ୟା ଦୃଶ୍ୟ
ଯୁବକଙ୍କୁ ଛାତରୁ ଠେଲି ହତ୍ୟା । ଚୋରି କରିବାକୁ ଯାଇଥିବା ଚୋର କଲା ହତ୍ୟା I ଧରା ପଡ଼ିଯିବା ଭୟରେ ୪ ତାଲା ଉପରୁ ବଙ୍ଗାଳୀ ଯୁବକଙ୍କୁ ଠେଲି ହତ୍ୟା କଲା ଚୋର । ଏଭଳି ଘଟଣା ଘଟିଛି ଭୁବନେଶ୍ବର ସହିଦ ନଗର ଅଞ୍ଚଳରେ । ଚୋର ସହିତ ଠେଲା ପେଲାରେ ଚାଲିଗଲା ଯୁବକର ଜୀବନ I ୪ ମହଲା କୋଠା ଉପରୁ ଖସି ପଡ଼ିଲା ଶ୍ରମିକ I

ସୂଚନା ଅନୁସାରେ, ରାତି ଅଧରେ ସହିଦନଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଚୋର ପଶିଥିଲା I ଚୋରି କରିବା ବେଳେ ଆପାର୍ଟମେଣ୍ଟରେ କାମ କରୁଥିବା ଜଣେ ଯୁବକ ଚୋରକୁ କାବୁ କରିବାକୁ ଯାଇଥିଲେ । ଏହା ପରେ ଦୁହିଁଙ୍କ ଭିତରେ ଜୋରଦାର ଧସ୍ତାଧସ୍ତି ହୋଇଥିଲା I ଆଉ ଧରା ପଡ଼ିଯିବା ଭୟରେ ଚୋର ୪ ତାଲା ଉପରୁ ଯୁବକଙ୍କୁ ଠେଲିଦେଇଥିଲା । ଚୋରି କରିବାକୁ ଆସିଥିବା ଯୁବକ ମୁହଁରେ କପଡା ବାନ୍ଧି ପଶିଥିବା ସିସିଟିଭିରେ କଏଦ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Thief Pushes Youth to Death from Building in Bhubaneswar | Argus News