YouTubeରୁ ହେଲାନି ରୋଜଗାର, ଚୋର ପାଲିଟିଗଲା ୟୁଟ୍ୟୁବର

Key Points
ଚୋର ପାଲିଟିଗଲା ୟୁଟ୍ୟୁବର
ସମ୍ପର୍କୀୟଙ୍କ ଘରୁ ଚୋରି କଲା ୧୦ ଲକ୍ଷର ଅଳଙ୍କାର
ଗିରଫ କଲା ପୋଲିସ
ଏବେ ସମସ୍ତେ ଚାହୁଁଛନ୍ତି ୟୁଟ୍ୟୁବର ହେବାକୁ । ୟୁଟ୍ୟୁବରେ ଏକ ଚ୍ୟାନେଲ କରି ସେଥିରୁ କିଛି ରୋଜଗାର କରିବାକୁ । କିନ୍ତୁ ୟୁଟ୍ୟୁବରୁ ଯଦି କିଛି ରୋଜଗାର ନହୁଏ ତେବେ କ’ଣ ହେବ? ସେମିତି ଏକ ୟୁଟ୍ୟବରଙ୍କ ଖବର ସାମ୍ନାକୁ ଆସିଛି । ଜବଲପୁରର ଜଣେ ୟୁଟ୍ୟୁବର ତାଙ୍କ ୟୁଟ୍ୟୁବ ଚ୍ୟାନେଲରୁ ଟଙ୍କା ରୋଜଗାର କରିପାରିଲେ ନାହିଁ । ଯାହାଫଳରେ ସେ ଚୋର ପାଲଟିଗଲେ ।
ଜବଲପୁରର ଜଣେ ୟୁଟ୍ୟୁବର ତାଙ୍କ ୟୁଟ୍ୟୁବ ଚ୍ୟାନେଲରୁ ଆୟ କରିପାରିଲେ ନାହିଁ। ଫଳରେ ସେ ଚୋରି କରିବାକୁ ଲାଗିଲେ। ସେ ତାଙ୍କ ପଡ଼ୋଶୀ ଏବଂ ସମ୍ପର୍କୀୟଙ୍କ ଘରକୁ ଟାର୍ଗେଟ କଲେ, ଯେଉଁଠାରୁ ସେ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା, ରୂପା ଅଳଙ୍କାର ଏବଂ ନଗଦ ଚୋରି କରିଥିଲେ। ଯେତେବେଳେ ଘର ମାଲିକ ଥାନାରେ ଚୋରି ଅଭିଯୋଗ କରିଥିଲେ, ଅପରାଧର ପଦ୍ଧତି ଏବଂ ଚୋରିର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ଗୋହଲପୁର ଥାନା ଅଞ୍ଚଳରେ ରହୁଥିବା ସଜଦା ବି (32) ଜୁଲାଇ ମାସରେ ଆଧାରତାଲରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଯେଉଁଠାରେ ତାଙ୍କର ସମ୍ପର୍କୀୟ ସଞ୍ଜିଦା ବି (38)ଙ୍କୁ ଭେଟିଥିଲେ । ଯେତେବେଳେ ସଜଦା କହିଥିଲେ ଯେ ସେ ତାଙ୍କ ବାପାଘରକୁ ଯିବେ । ଆଉ ଏହା ପରେ ହିଁ ସଞ୍ଜିଦାଙ୍କ ମନରେ ଆସିଥିଲା ଚୋରି କରିବାର ଯୋଜନା । ପରେ ସେ ଯାଇ ସଜଦାଙ୍କ ଘରର ଚାବି ଚୋରି କରି ନିଜ ପାଖରେ ରଖିଥିଲେ।
ଯେତେବେଳେ ସଜଦା ତାଙ୍କ ବାପା ଘରକୁ ଗଲେ, ସଞ୍ଜିଦା ତାଙ୍କ ଘରେ ପହଞ୍ଚିଲେ। ଆଉ ତାଲା ଖୋଲି ଆଲମାରୀରେ ରଖାଯାଇଥିବା ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କାକୁ ଚୋରି କରିନେଲେ । ସବୁଠୁ ବଡ଼ କଥା ହେଉଛି ଚୋରି କରିବା ପରେ ସେ ଘରକୁ ତାଲା ପକାଇ ନିଜ ଘରକୁ ଫେରିଗଲେ । ପ୍ରାୟ ଗୋଟିଏ ସପ୍ତାହ ପରେ ଯେତେବେଳେ ସଜଦା ଘରକୁ ଫେରିଲେ, ବାହାରୁ ସବୁକିଛି ସ୍ୱାଭାବିକ ଦେଖାଯାଉଥିଲା। କିନ୍ତୁ ଘର ଭିତରକୁ ପହଞ୍ଚି ସେ ଦେଖିଲେ ଯେ ଆଲମାରୀରେ ରଖାଯାଇଥିବା ଅଳଙ୍କାର ଏବଂ ନଗଦ ଟଙ୍କା ଗାଏବ । ସଜଦା ତୁରନ୍ତ ଗୋହାଲପୁର ଥାନାରେ ଏଫଆଇଆର ଦାଖଲ କରିଥିଲେ। ପୋଲିସ ତଦନ୍ତ ଆରମ୍ଭ କରିବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଥିଲା ଯେ ଚୋର ତାଲା ନ ଭାଙ୍ଗି କିପରି ଚୋରି କଲା।
📱 Get Argus News App
✨ପୋଲିସର ସନ୍ଦେହ ନିକଟତର ଲୋକଙ୍କ ଉପରେ ପଡିଲା। ପୋଲିସ ସଜଦାଙ୍କ ପରିଚିତଙ୍କ ଉପରେ ନଜର ରଖିଥିଲା । ଏହି ସମୟରେ ସଞ୍ଜିଦାଙ୍କ ଆଚରଣ ସନ୍ଦେହଜନକ ମନେ ହେଉଥିଲା । ଅଞ୍ଚଳରେ ଲାଗିଥିବା ସିସି ଟିଭି କ୍ୟାମେରା ଯାଞ୍ଚରେ, ବୁର୍ଖା ପିନ୍ଧିଥିବା ଜଣେ ମହିଳା ସ୍କୁଟିରେ ସଜଦାଙ୍କ ଘର ଚାରିପାଖରେ ବୁଲୁଥିବାର ଦେଖାଯାଇଥିଲା। ସ୍କୁଟିର ନମ୍ବର ଯାଞ୍ଚ କରିବା ପରେ ତାହା ସଞ୍ଜିଦାଙ୍କ ନାମରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଥିଲା। ଆଉ ପୋଲିସ ସଞ୍ଜିଦାଙ୍କୁ ଯେତେବେଳେ ପଚରାଉଚରା କରିଥିଲା ସେ ତାଙ୍କ ଅପରାଧ ସ୍ବୀକାର କରିଥିଲା ।
ଗୋହଲପୁର ପୋଲିସ ଷ୍ଟେସନ୍ ଇନଚାର୍ଜ ରିତେଶ କୁମାର ପଟେଲଙ୍କ ଅନୁଯାୟୀ, ସଞ୍ଜିଦା କହିଛନ୍ତି ଯେ ସେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ତିଆରି କରିଥିଲେ, ଯେଉଁଥିରେ ସେ ଖାଦ୍ୟ ରେସିପିର ଭିଡିଓ ଅପଲୋଡ୍ କରୁଥିଲେ। ଅନେକ ପ୍ରୟାସ ସତ୍ତ୍ୱେ, ଚ୍ୟାନେଲ୍ ସଫଳ ହୋଇନଥିଲା ଏବଂ ସେ ଚ୍ୟାନେଲକୁ ବଢ଼ାଇବା ପାଇଁ ଋଣ ନେଇଥିଲେ। କିନ୍ତୁ ସଫଳତା ବଦଳରେ ଋଣ ବଢ଼ିବାରେ ଲାଗିଲା। ଋଣ ପରିଶୋଧ କରିବା ପାଇଁ ସେ ଏହି ଚୋରି କରିଥିଲେ। ପୋଲିସ ସଞ୍ଜିଦାଙ୍କ ନିକଟରୁ ଚୋରି ହୋଇଥିବା ସୁନା ଏବଂ ରୂପା ଅଳଙ୍କାର ଉଦ୍ଧାର କରି ଜେଲ୍ ପଠାଇ ଦେଇଛି ।