Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Ricky Kej / ଘରୁ Zomato ଏଜେଣ୍ଟ ନେଇଗଲା ଟାଙ୍କି କଭର୍; CCTV ଭିଡିଓ ସେୟାର୍ କଲେ ରିକି କେଜ୍

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଘରୁ Zomato ଏଜେଣ୍ଟ ନେଇଗଲା ଟାଙ୍କି କଭର୍; CCTV ଭିଡିଓ ସେୟାର୍ କଲେ ରିକି କେଜ୍
CCTV Shows Zomato Agent Stealing from Ricky Kej’s Home

Key Points

ରିକିଙ୍କ ଘର ଆଗରେ ଗାଡ଼ି ରଖି ଜଣେ ଯୁବକ ଗେଟ୍ ଖୋଲି ଭିତରକୁ ଆସୁଛନ୍ତି । ସମ୍ପ୍ କଭର ଖୋଲିବା ସହ ସ୍କୁଟିରେ ନେଇ ପଲାଉଛନ୍ତି । ଏ ସମ୍ପର୍କିତ ସିସିଟିଭି ଫୁଟେଜ୍‌କୁ ୨ଟି ପାର୍ଶ୍ଵରୁ ସେୟାର କରିଛନ୍ତି ରିକି କେଜ୍ ।
ବେଙ୍ଗାଳୁରୁ: ସ୍କୁଟିରେ ଆସିଲେ, ଗେଟ୍ ଖୋଲିଲେ ଆଉ ନେଇଗଲେ ଟାଙ୍କି କଭର୍ । ଗ୍ରାମି ଆୱାର୍ଡ ବିଜେତା ସଙ୍ଗୀତ ନିର୍ଦ୍ଦେଶକ ରିକି ରାଜଙ୍କ ଘରୁ ଚୋରି ହୋଇଛି । ଆଉ ଏନେଇ ଅଭିଯୋଗ ଆଣିଛନ୍ତି ଖୋଦ୍ ରିକି ରାଜ ।

ସୋସିଆଲ୍ ମିଡିଆ Xରେ ରିକି ରାଜ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଅଭିଯୋଗ ଫୁଡ୍ ଡେଲିଭରି ଏଜେଣ୍ଟ ଚୋରି କରୁଥିବାର ଭିଡିଓ ପ୍ରମାଣ ରଖିଛନ୍ତି । ରିକିଙ୍କ ଅନୁସାରେ, ତାଙ୍କ ବେଙ୍ଗାଳୁରୁ ଘରୁ ସମ୍ପ କଭର ଚୋରି ହୋଇଛି ।

ଏଥିସହ ପଢ଼ନ୍ତୁ: ଗହମ ଅମଳ ଯୋଗୁଁ ଉଜୁଡ଼ିଗଲା କ୍ଷେତ; ୧୦୦ ଫୁଟ୍‌ର ୬୮୪ଟି ଗଭୀର ଗାତ ଚିହ୍ନଟ


Xରେ ପୋଷ୍ଟ କରି ରିକି ଜମାଟୋ ସହ ବେଙ୍ଗାଳୁରୁ ପୋଲିସକୁ ଟାଗ୍ କରିଛନ୍ତି । ଭିଡିଓରେ ଦେଖାଯାଉଛି ଜମାଟୋ ଡେଲିଭରି ବ୍ୟାଗ୍ ନେଇ ଏକ ସ୍କୁଟିରେ ଦୁଇ ଜଣ ଯୁବକ ଆସୁଛନ୍ତି । ରିକିଙ୍କ ଘର ଆଗରେ ଗାଡ଼ି ରଖି ଜଣେ ଯୁବକ ଗେଟ୍ ଖୋଲି ଭିତରକୁ ଆସୁଛନ୍ତି । ସମ୍ପ୍ କଭର ଖୋଲିବା ସହ ସ୍କୁଟିରେ ନେଇ ପଲାଉଛନ୍ତି । ଏ ସମ୍ପର୍କିତ ସିସିଟିଭି ଫୁଟେଜ୍‌କୁ ୨ଟି ପାର୍ଶ୍ଵରୁ ସେୟାର କରିଛନ୍ତି ରିକି କେଜ୍ ।

ଏହି ଗଟଣା ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଘଟିଛି । ପୋଷ୍ଟରେ ରିକି କେଜ୍ ଲେଖିଛନ୍ତି, ଚୋରିର ୧୫ ମିନିଟ୍ ପୂର୍ବରୁ ମୁଁ ଦେଖିଥିଲି ସବୁକିଛି ଠିକ୍ ଥିଲା । ଜମାଟୋକୁ ଟାଗ୍ କରି କହିଛନ୍ତି, ଆପଣଙ୍କ ଏଜେଣ୍ଟ ପ୍ରଥମେ ରେକ୍କି ପରେ ଚୋରି କରିଛନ୍ତି । ସମ୍ଭବତଃ ସେ ପ୍ରଥମଥର ଏଭଳି କରିନାହାନ୍ତି ।

ଏଥିସହ ପଢ଼ନ୍ତୁ: ଶ୍ରେଣୀଗୃହକୁ ବନ୍ଧୁକ ନେଇ ଆସିଲେ; ପୁଣି ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ରଖି ଧମକାଇଲେ ନବମ ଛାତ୍ର

ପୋଷ୍ଟରେ ରିକି କେଜ୍ ଉକ୍ତ ସ୍କୁଟିଟି ହୋଣ୍ଡା ଆକ୍ଟିଭା ଥିବା ଏବଂ ତାର ରେଜିଷ୍ଟ୍ରେସନ୍ KA03HY8751 । ଚୋରକୁ ଧରିବା ପାଇଁ ବେଙ୍ଗାଳୁରୁ ପୋଲିସକୁ ରିକି କେଜ୍ ନିବେଦନ କରିଛନ୍ତି । ଏଥିସହ ସ୍ଥାନୀୟ ଲୋକ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ରିକିଙ୍କ ପୋଷ୍ଟରେ ପ୍ରତିକ୍ରିୟା ରଖିଛି ଜମାଟୋ । ଜମାଟୋ କହିଛି, ଏଭଳି ଘଟଣା ଚିନ୍ତାଜନକ । ଆମେ କେବେ ଡେଲିଭରି ଏଜେଣ୍ଟଙ୍କ ଏଭଳି କାର୍ଯ୍ୟକୁ ପ୍ରଶୟ ଦେବୁ ନାହିଁ । ଆମେ ଏହି ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Zomato Delivery Agent Steals Tank Cover: Ricky Kej Shares CCTV | Argus News | Argus News