Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ

ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ । ସିଂହଦ୍ବାର ପାର୍ଶ୍ବ ଅର୍ଥାତ ଲଙ୍ଗୁଳୀ ମଠ ନିକଟ ଏବଂ ଆଖପାଖ ସ୍ଥାନରେ ମେଘନାଦ ପାଚେରୀର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇ ପାଣି ଗଳୁଥିବା ଦେଖିବାକୁ ମିଳିଛି । ସେହି ସ୍ଥାନକୁ ଲାଗିକରି ଆନନ୍ଦବଜାର ରହିଥିବା ବେଳେ ଭକ୍ତମାନେ ମହାପ୍ରସାଦ ସେବନ କରି ସେଠାରେ ହାତ ଧୋଇଥାଆନ୍ତି । ଶ୍ରୀମନ୍ଦିର ଐତିହ୍ୟ ସହ ମେଘନାଦ ପାଚେରୀ ଜଡିତ ହୋଇଥିବାରୁ ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଦାବି ହୋଇଛି । ତେବେ ଐତିହ୍ୟ କରିଡର୍ ନିର୍ମାଣ ପାଇଁ ଐତିହ୍ୟକୁ ବିଜେଡି ସରକାର ବିପଦରେ ଠେଲିଦେଇଥିବା ଅଭିଯୋଗ ହୋଇଛି।

ଅଧିକ ପଢନ୍ତୁ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ, ସକାଳୁ ହବିଷ୍ୟାଳିଙ୍କ ଭିଡ

 ଶ୍ରୀମନ୍ଦିର ଭିତର ଓ ବାହାରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀରେ ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇ ପାଣି ଗଳୁଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଫଳକ ପଛରେ ଥିବା ମେଘନାଦ ପାଚେରୀରେ 50ରୁ 60 ଫୁଟ ଓସାରରେ ଫାଟ ସୃଷ୍ଟି ହୋଇଛି। ଯାହାକୁ ନେଇ ମେଘନାଦ ପାଚେରୀର ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ 75-ମିଟର ପରିଧିରେ ଉଚ୍ଛେଦ ସମୟରେ ମେଘନାଦ ପାଚେରୀ ଉପରେ ବଡ ପ୍ରଭାବ ପଡିଥିବା କୁହାଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A crack in the Meghnad wall of the puri temple | Argus News