Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦଶହରା ଅବସରରେ ଢେଙ୍କାନାଳ ଭୁବନରେ ପ୍ରସିଦ୍ଧ ବଳଦ ଯାତ୍ରା

Devotion

ଦଶହରା ଅବସରରେ ଢେଙ୍କାନାଳ ଭୁବନରେ ପ୍ରସିଦ୍ଧ ବଳଦ ଯାତ୍ରା

Swayangprajna Mishra
Browse all articles by Swayangprajna Mishra
·1 year ago
ଦଶହରା ଅବସରରେ ଢେଙ୍କାନାଳ ଭୁବନରେ ପ୍ରସିଦ୍ଧ ବଳଦ ଯାତ୍ରା

ଅର୍ଗସ ବ୍ୟୁରୋ : ଢେଙ୍କାନାଳ ଭୁବନରେ ଅନୁଷ୍ଠିତ ହେଉଛି ପ୍ରସିଦ୍ଧ ବଳଦଯାତ୍ରା। ଏଠାରେ ପାରମ୍ପରିକ ବଳଦଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହୁଏ। ପ୍ରଥମେ ଅନୁକୂଳ ଯାତ୍ରା ହୁଏ। ଏଥିରେ ଥୋରିଆ, ବଣିଆ ଓ କାଚରା ସଂପ୍ରଦାୟର ଲୋକେ ନିଜ ନିଜର କୌଳିକ ବୃତ୍ତିକୁ ନେଇ ଅନୁକୂଳ ପର୍ବ ପାଳନ କରନ୍ତି। ଅନ୍ୟ ସଂପ୍ରଦାୟର ଲୋକେ ଏହି ଯାତ୍ରାରେ ବି ସାମିଲ ହୁଅନ୍ତି।

ଅଧିକ ପଢନ୍ତୁ : ଆଜି ପ୍ରସିଦ୍ଧ ଐତିହାସିକ ଯୋଡ଼ିଛତର ବଏଲ ଯାତ୍ରା

ବିଶେଷ କରି ଥୋରିଆ ସଂପ୍ରଦାୟର ଲୋକେ ମା ବଣିଜାରୀଙ୍କୁ ପୂଜାର୍ଚ୍ଚନା କରିବା ପରେ ସୁସଜ୍ଜିତ ବଳଦକୁ ବାଜାର ତାଳେତାଳେ ପରମ୍ପରା ରକ୍ଷାକରି ସହର ପରିକ୍ରମା କରନ୍ତି। ପରେ ଜଗନ୍ନାଥଙ୍କ ଦର୍ଶନ କରି ଗୁଜୁରିହାଟରେ ଲୁଣ ମାପି  ଘରକୁ ଫେରନ୍ତି। ଭାଇଚାରାର ଏହି ପର୍ବରେ ଏହି ସଂପ୍ରଦାୟର ଲୋକମାନେ ଯାତ୍ରାରୁ ଫେରି ଗୁରୁଜନଙ୍କୁ ପ୍ରଣାମ କରି ଅନୁକୂଳ ଯାତ୍ରାରେ ସମାପନ କରନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
A famous buffalo ride in Dhenkanal Bhuban on the occasion of Dussehra | Argus News