Videos
|
Devotion

ରଥଯାତ୍ରା ପରେ କ'ଣ ହୁଏ ରଥ କାଠ?

Arpita Mohanty
Browse all articles by Arpita Mohanty
·2 years ago·2 min read
ରଥଯାତ୍ରା ପରେ କ'ଣ ହୁଏ ରଥ କାଠ?

Key Points

  • ରଥଯାତ୍ରା ପରେ କ'ଣ ହୁଏ ରଥ କାଠ?
  • ବିକ୍ରି ହୁଏ ନା ଆଉ କ'ଣ?

ଅର୍ଗସ ବ୍ୟୁରୋ: ଗୁଣ୍ଡିଚା ଯାତ୍ରା ସାରି ନିଳାଦ୍ରୀ ବିଜେ କରି ରତ୍ନ ସିଂହାସନକୁ ବାହୁଡନ୍ତି ୩ ଠାକୁର । ନନ୍ଦିଘୋଷରେ ପ୍ରଭୁ ଜଗନ୍ନାଥ, ତାଳଧ୍ବଜରେ ବଡ଼ଠାକୁର ବଳଭଦ୍ରଜୀଉ ଏବଂ ଦର୍ପଦଳନରେ ମା ଶୁଭଦ୍ରା। ତେବେ ଏବେ ପ୍ରଶ୍ନ ହେଉଛି ରଥଯାତ୍ରା ଶେଷ ହେବା ପରେ ଏହି ୩ଟି ରଥଗୁଡ଼ିକୁ କ'ଣ କରାଯାଏ? ଆପଣଙ୍କୁ ଜଣାଇଦେବୁ ଯେ ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗିଦିଆଯାଏ। କିନ୍ତୁ କାହିଁକି ଭାଙ୍ଗି ଦିଆଯାଏ ? କ'ଣ ପାଇଁ ରହିଛି ଏହି ପରମ୍ପରା ଆସନ୍ତୁ ଜାଣିବା।

 

ଅକ୍ଷୟ ତୃତୀୟା ଦିନରୁ ଆରମ୍ଭ ହୁଏ ଶ୍ରୀଜୀଉଙ୍କ ୩ଟି ରଥର ନିର୍ମାଣ କାର୍ଯ୍ୟ। ଏହି ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ପ୍ରାୟ ୨ ମାସ ସମୟ ଲାଗିଥାଏ। ନିର୍ଦ୍ଦିଷ୍ଟ  ନୀତି ନୀୟମ ମାନି ରଥ କାର୍ଯ୍ୟ ସମାପନ କରାଯାଇଥାଏ। ଏହାପରେ ରଥଯାତ୍ରା ଦିନ ତିନି ଠାକୁର ଗୁଣ୍ଡିଚା ଘରକୁ ବୁଲିବାକୁ ଯାଆନ୍ତି। ସେଠାରେ ୯ ଦିନ ରହି ଦଶମୀ ଦିନ ବାହୁଡ଼ାରେ ବଡ ଦେଉଳକୁ ଫେରନ୍ତି ଚତୁର୍ଦ୍ଧାମୂର୍ତ୍ତି।ସିଂହଦୁଆରେ ସୁନାବେଶ ଏବଂ ଅଧରପଣା ପରେ ନୀଳାଦ୍ରୀବିଜେ କରି ବଡଦେଉଳକୁ ଫେରି ଆସନ୍ତି ତିନି ଠାକୁର।

ନିଳାଦ୍ରି ବିଜେ ପରେ ରଥଭଙ୍ଗା ହେବା ପାଇଁ ପୂଜା ଆରମ୍ଭ ହୋଇଥାଏ। ତାପରେ ଶ୍ରାବଣ ମାସରେ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୁଏ । ୧୨ ଦିନ ଧରି ଏହି ରଥ ଭଙ୍ଗା କାର୍ଯ୍ୟ ଚାଲେ।  ପ୍ରଥମେ ଦେବୀ ଶୁଭଦ୍ରାଙ୍କ ଦେବଦଳନ ରଥ , ପରେ ବଳଭଦ୍ରଙ୍କ ତାଳଧ୍ବଜ ଏବଂ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଦିଆଯାଏ। ଭୋଇ ସେବକ ମାନେ ଏହି ରଥଭଙ୍ଗା କାର୍ଯ୍ୟ କରିଥାନ୍ତି। ପ୍ରଥମେ ରଥର ଦଧିନଉତି ଭଙ୍ଗାଯାଏ, ପାରା ଭାଢି , ଚଉଦ ନାହାକ, ଦୁଆର ବେଢା, ଛଅ କାଠ, କଳସ ଓ ଶୂଆ ଏ ସବୁକୁ ଉପରୁ ତଳ ପର୍ଯ୍ୟନ୍ତ ଭଙ୍ଗାଯାଇଥାଏ। ପ୍ରତିବର୍ଷ ଭଙ୍ଗା ଯାଇଥିବା ରଥର ଚକ, କଣକୁଜ, ଅଶ୍ବ, ପ୍ରଭା ଏବଂ ସିଂହାସନ ଗୁଣ୍ଡିଚା ମନ୍ଦିରକୁ ଯାଇଥାଏ। ଏଠାରେ ଭକ୍ତମାନଙ୍କ ମଧ୍ୟରେ ରଥର ସମସ୍ତ ଅଂଶବିଶେଷ ନିଲାମ କରାଯାଏ । ଯାହାକୁ  ଭକ୍ତ ମାନେ ପାଇ ଜଗନ୍ନାଥଙ୍କ କୃପା ଲାଭ କରିଥାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରଥରୁ ବାହାରିଥିବା କାଠଗୁଡିକ ଶ୍ରୀମନ୍ଦିର ରୋଷଶାଳାକୁ ଯାଇଥାଏ। ସେହିପରି ସାରଥିକୁ ନବକଳେବର ସମୟରେ ତିନି ଠାକୁରଙ୍କ ସହ ସମାଧି ଦିଆଯାଇଥାଏ। ଏହାପରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ରଥଭଙ୍ଗା କାର୍ଯ୍ୟକ୍ରମ ଶେଷ ହୋଇଥାଏ।

ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର