Akshay Tritiya / ଆଜି ପବିତ୍ର ଅକ୍ଷୟ ତୃତୀୟା; କ୍ଷେତରେ ଅକ୍ଷିମୁଠି ଓ ଶ୍ରୀମନ୍ଦିରରେ ରଥକାଠ ଅନୁକୂଳ
·4 months ago·3 min read

Key Points
ଆଜି ପବିତ୍ର ଅକ୍ଷୟ ତୃତୀୟା
କ୍ଷେତରେ ଅକ୍ଷିମୁଠିର ଅନୁକୂଳ କରିବେ ଚାଷୀ
ଶ୍ରୀମନ୍ଦିରରେ ରଥ ନିର୍ମାଣ ଅନୁକୂଳ
ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା
କ୍ଷେତରେ ଅକ୍ଷିମୁଠିର ଅନୁକୂଳ କରିବେ ଚାଷୀ
ଶ୍ରୀମନ୍ଦିରରେ ରଥ ନିର୍ମାଣ ଅନୁକୂଳ
ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା
ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । କ୍ଷେତରେ ଅକ୍ଷିମୁଠିର ଅନୁକୂଳ କରିବେ ଚାଷୀ । ଅକ୍ଷୟ ତୃତୀୟା ଦିନ ଓଡ଼ିଶାର ଚାଷୀମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ କ୍ଷେତରେ ଅକ୍ଷିମୁଠି ଅନୁକୂଳ କରି ଚଳିତ ବର୍ଷର ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । ଏହି ପବିତ୍ର ଦିନରେ ଚାଷୀମାନେ ପୂଜା ସାମଗ୍ରୀ ସହ କ୍ଷେତକୁ ଯାଇ ସର୍ବମଙ୍ଗଳ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ଧାନ ବିହନ ବୁଣିଥାନ୍ତି । ସେପଟେ ଶ୍ରୀମନ୍ଦିରରେ ଆଜିଠାରୁ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହୁଏ ।
- କୃଷକଙ୍କ ପର୍ବ 'ଅକ୍ଷୟ ତୃତୀୟା'
- ଆଜି ଅନୁକୂଳ ହେବ ରଥକାଠ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଶ୍ରୀକ୍ଷେତ୍ରରେ ଆଜିଠୁ ଚନ୍ଦନ ଯାତ୍ରା

ପଢନ୍ତୁ ଏହି ଖବର: ଅକ୍ଷୟ ତୃତୀୟାରେ ସୁନା କିଣୁଛନ୍ତି କି ? ଫାଇଦାରେ ରହିବେ, ଜାଣିନିଅନ୍ତୁ ଏହି କଥା
ମୋଟାମୋଟି ଭାବେ କହିବାକୁ ଗଲେ, ଅକ୍ଷୟ ତୃତୀୟା ଅନୁକୂଳର ପର୍ବ ହୋଇଥାଏ । ଏହି ଦିନ ବେଶ ଶୁଭ ହୋଇଥିବାରୁ ଲୋକମାନେ ସୁନା ରୂପା ଭଳି ମୂଲ୍ୟବାନ ଧାତୁ କିଣନ୍ତି । ଏହି ଦିନଟିକୁ ଆଶା, ସମୃଦ୍ଧି ଏବଂ ନୂତନ ଆରମ୍ଭର ପ୍ରତୀକ ବୋଲି ବିବେଚନା କରାଯାଏ । ଅକ୍ଷୟ ଶବ୍ଦର ଅର୍ଥ ହେଉଛି ଯାହା କେବେ ଶେଷ ହୁଏ ନାହିଁ । ମାନ୍ୟତା ରହିଛି କି ଏହି ଦିନ ମା’ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ଭକ୍ତଙ୍କ ଉପରେ ରହିଥାଏ । ଏଣୁ ଏହି ଦିନ ଲୋକମାନେ ମୂଲ୍ୟବାନ ଧାତୁ ସୁନାକୁ ଘରକୁ କିଣି ଆଣନ୍ତି । ଏହାବ୍ୟତୀତ ଏହି ଦିନ ସମସ୍ତ ଶୁଭକାର୍ଯ୍ୟ କରାଯାଏ ।
Related Topics
Explore more stories