Videos
|
Devotion

Amarnath Yatra 2026 update / ଅନ୍ତର୍ଦ୍ଧାନ ହେଲେ ବାବା ବର୍ଫାନୀ; ଗୁମ୍ଫାକୁ ଜାରି ରହିଛି ଶ୍ରଦ୍ଧାଳୁଙ୍କ ଆଗମନ

Subhramjit Ray
Browse all articles by Subhramjit Ray
·2 months ago·2 min read
ଅନ୍ତର୍ଦ୍ଧାନ ହେଲେ ବାବା ବର୍ଫାନୀ; ଗୁମ୍ଫାକୁ ଜାରି ରହିଛି ଶ୍ରଦ୍ଧାଳୁଙ୍କ ଆଗମନ
Amarnath Yatra 2026 update

Key Points

ଅମରନାଥ ଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପବିତ୍ର ଶିବଲିଙ୍ଗ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ତରଳି ଯାଇଥିଲା। ହେଲେ ଏହା ସତ୍ତ୍ୱେ ଭଗବାନ ଶିବଙ୍କ ପ୍ରତି ଭକ୍ତଙ୍କ ଅଟଳ ବିଶ୍ୱାସ ଅତୁଟ ରହିଛି। ସେମାନେ ପବିତ୍ର ଗୁମ୍ଫା ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭିଡ଼ ଜମାଇ ଆସୁଛନ୍ତି।
Baba Barfani disappeared 2026: ଚଳିତ ବର୍ଷ ଅମରନାଥ ଯାତ୍ରାକୁ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ଏଥର ଦର୍ଶନ ପାଇଁ ଆସୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ପୁରୁଣା ରେକର୍ଡ଼ ଭାଙ୍ଗିବାରେ ଲାଗିଛି। ହେଲେ ଚଳିତ ବର୍ଷ ୫୭ ଦିନିଆ ଅମରନାଥ ଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାକୃତିକ ବରଫ ଶିବଲିଙ୍ଗ ପ୍ରାୟ ସମ୍ପୂର୍ଣ୍ଣ ତରଳି ଯାଇଛି। ହେଲେ ଏହା ସତ୍ତ୍ୱେ ଭଗବାନ ଶିବଙ୍କ ପ୍ରତି ତାଙ୍କ ଭକ୍ତଙ୍କ ଅଟଳ ବିଶ୍ୱାସ ଅକ୍ଷୁର୍ଣ୍ଣ ରହିଛି। ସେମାନେ ପବିତ୍ର ଗୁମ୍ଫା ଦର୍ଶନ ପାଇଁ ବହୁ ସଂଖ୍ୟାରେ ଆସିବା ଜାରି ରଖିଛନ୍ତି। ଯଦିଓ ବାବା ବର୍ଫାନୀ ଅଦୃଶ୍ୟ ହୋଇଯାଇଛନ୍ତି, ହେଲେ ତୀର୍ଥଯାତ୍ରୀ ଏବେ କେବଳ ବାବାଙ୍କ ନିବାସ କୁହାଯାଉଥିବା ପବିତ୍ର ଅମରନାଥ ଗୁମ୍ଫା ଦେଖିପାରିବେ।

ଆମେ ବାବାଙ୍କ ଦର୍ଶନ କରି ପାରୁନାହୁଁ; ହେଲେ ବାବା ଆମକୁ ଦେଖୁଛନ୍ତି: ଭକ୍ତ
ବାବା ବର୍ଫାନୀଙ୍କ ବରଫାବୃତ୍ତ ଶିବଲିଙ୍ଗ ତରଳି ଯାଇଥିଲେ ମଧ୍ୟ, ଶିବ ଭକ୍ତଙ୍କ ରହିଥିବ ଅଟଳ ବିଶ୍ୱାସ ପ୍ରତିଦିନ ହଜାର ହଜାର ତୀର୍ଥଯାତ୍ରୀଙ୍କୁ ପବିତ୍ର ଅମରନାଥ ଗୁମ୍ଫାକୁ ଟାଣି ଆଣୁଛି। ଅମରନାଥ ଯାତ୍ରାରେ ସାମିଲ ହୋଇଥିବା ତୀର୍ଥଯାତ୍ରୀ କହିଛନ୍ତି ଯେ ସେମାନେ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ୧୨ ମାସ ଅପେକ୍ଷା କରିଥିଲେ, ପ୍ରାର୍ଥନା କରିଥିଲେ ଏବଂ କେବଳ ଗୋଟିଏ ଇଚ୍ଛା ସହିତ ଶହ ଶହ କିଲୋମିଟର ଯାତ୍ରା କରିଥିଲେ। ଭଗବାନ ଶିବ ପ୍ରତ୍ୟେକ ପଥରରେ ଉପସ୍ଥିତ ଅଛନ୍ତି। ଆମେ ବାବାଙ୍କୁ ଦେଖିପାରିବୁ ନାହିଁ, ହେଲେ ବାବା ଆମକୁ ଦେଖୁଛନ୍ତି।

ଏହା ସହ ପଢନ୍ତୁ: ଚନ୍ଦ୍ରର ହ୍ରାସ-ବୃଦ୍ଧି ସହ କ'ଣ ରହିଛି ଅମରନାଥ ଶିବଲିଙ୍ଗର ସମ୍ପର୍କ? କିପରି ବଦଳିଥାଏ ଆକାର?

ଶିବଲିଙ୍ଗ ତରଳିବାର କାରଣ କ’ଣ?
ପବିତ୍ର ଅମରନାଥ ଗୁମ୍ଫା ଭିତରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ଯାତ୍ରାର ପ୍ରାରମ୍ଭିକ ଦିନରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଅଦୃଶ୍ୟ ହୋଇଗଲାଣି। ଏନେଇ ବିଶେଷଜ୍ଞ କୁହନ୍ତି ଯେ କ୍ରମାଗତ ଭାବରେ ବଢୁଥିବା ବିଶ୍ୱ ତାପନ (Global Warming) ଏହା ପଛରେ ଏକ ପ୍ରମୁଖ କାରଣ। ଏହା ବ୍ୟତୀତ, ଗୁମ୍ଫା ଚାରିପାଖରେ ଲୋକଙ୍କ ଅତ୍ୟଧିକ ଗତିବିଧି ମଧ୍ୟ ଏକ କାରଣ ଭାବରେ ବିବେଚନା କରାଯାଏ। ବିଗତ ୩ ବର୍ଷ ଧର ମଧ୍ୟରେ ଏହା ଦେଖିବାକୁ ମିଳିଛି ଯେ ପବିତ୍ର ବରଫ ଲିଙ୍ଗମ ଗୋଟିଏ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ରହିନାହିଁ। ଯାତ୍ରା ଆରମ୍ଭ ହେବାର କିଛି ଦିନ ମଧ୍ୟରେ ଏହା ତରଳିଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଥମ ସପ୍ତାହରେ ରେକର୍ଡ଼ ଭାଙ୍ଗିଲା ଅମରନାଥ ଯାତ୍ରା
ଚଳିତ ବର୍ଷର ଅମରନାଥ ଯାତ୍ରା ପ୍ରଥମ ସପ୍ତାହରେ ରେକର୍ଡ ଭାଙ୍ଗିଛି। ପବିତ୍ର ଗୁମ୍ଫାରେ ଏପର୍ଯ୍ୟନ୍ତ ୧ ଲକ୍ଷ ୪୨ ହଜାରରୁ ଅଧିକ ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ କରି ସାରିଛନ୍ତି। ଏହି ସଂଖ୍ୟା ବିଗତ ବର୍ଷ ତୁଳନାରେ ପ୍ରାୟ ୨୮ ପ୍ରତିଶତ ଅଧିକ ରହିଛି। ଅଧିକାରୀଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରା ବହୁତ ଉତ୍ସାହର ସହିତ ଜାରି ରହିଛି।

ତୀର୍ଥଯାତ୍ରୀଙ୍କ ପାଇଁ ଉପଲବ୍ଧ ରହିଛି ଆବଶ୍ୟକୀୟ ସୁବିଧା
ପ୍ରଶାସନ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି। ଯାତ୍ରା ମାର୍ଗରେ ଉଭୟ ବେସ୍ କ୍ୟାମ୍ପ ଏବଂ ରହଣି ସ୍ଥାନରେ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଇଛି। ବିଭିନ୍ନ ସାମାଜିକ ଏବଂ ଧାର୍ମିକ ସଙ୍ଗଠନ ବିଭିନ୍ନ ସ୍ଥାନରେ ଲଙ୍ଗର ସ୍ଥାପନ କରିଛନ୍ତି। ତୀର୍ଥଯାତ୍ରୀଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦେଉଛନ୍ତି। ତୀର୍ଥଯାତ୍ରୀଙ୍କୁ ରହିବା ପାଇଁ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ବାଲତାଲ, ନନୱାନ, ପହଲଗାମ ଏବଂ ପବିତ୍ର ଗୁମ୍ଫା ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ତମ୍ବୁ ସ୍ଥାପନ କରାଯାଇଛି।



Amarnath Yatra: Unshakable Faith Draws Pilgrims Despite Melted Ice Shivling | Argus News