ଯାହାର ରାହୁ ଓ କେତୁ ଦୋଷ ଲାଗିଥାଏ ସେହି ଲୋକ ମାନେ ମଥାରେ ତିଳକ ଲଗାଇବା ଉଚିତ

ଅର୍ଗସ ବ୍ୟୁରୋ: ଆମ ହିନ୍ଦୁ ଧର୍ମ ଅନୁସାରେ ବାରେ ମାସରେ ତେର ପର୍ବ ହୋଇଥାଏ । ହିନ୍ଦୁ ଧର୍ମରେ ଦେବା ଦେବୀଙ୍କୁ ଚନ୍ଦନ,ସୂନ୍ଦର ଲଗାଇ ପୂଜା କରାଯାଇଥାଏ । ଲୋକ ମାନେ ମଧ୍ୟ ମଥାରେ ତିଳକ ଲଗାନ୍ତି । ମଥାରେ ତିଳକ ଲଗାଇବା ଦ୍ଵାରା ରାହୁ ଓ କେତୁଙ୍କର ଦୋଷ ଦୂର ହୋଇଥାଏ । ଆମର ନବ ଗ୍ରହ ମାନଙ୍କ ମଧ୍ୟରୁ ରାହୁ ଓ କେତୁକୁ ଛାୟା ଗ୍ରହ ମାନାଯାଇଥାଏ ।
ରାହୁ ଓ କେତୁ ଦୋଷ ରହିଲେ ଜୀବନରେ କାହିଁ କେତେ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଏହାର ଖରାପ ପ୍ରଭାବରୁ କିପରି ରକ୍ଷା ପାଇ ପାରିବେ ଆସନ୍ତୁ ଜାଣିବା । ଯେଉଁ ବ୍ୟକ୍ତିଙ୍କର ରାହୁ ଓ କେତୁ ଦୋଷ ଲାଗିଥାଏ ସେହି ଲୋକ ମାନଙ୍କୁ ମଥାରେ ତିଳକ ଲଗାଇବା ଉଚିତ । ଏହି ଦୋଷ ହେବା ଦ୍ଵାରା ଭଗବାନ ଶିବଙ୍କର ପୂଜା କରିବା ଶୁଭ ବୋଲି ବିବେଚନା କରାଯାଇଥାଏ । ଘରେ ଭଗବାନ କୃଷ୍ଣଙ୍କର ଶହସ୍ର ନାମ ଜପ କରନ୍ତୁ ।
କୁହାଯାଏକି ଏହି ଦୋଷ ଥିଲେ ଗୋମେଦ ରତ୍ନ ପିନ୍ଧିବାକୁ ପଡିଥାଏ। ରାହୁ ଓ କେତୁ ଦୋଷ ଲାଗିଥିବା ବ୍ୟକ୍ତିଙ୍କୁ କଳା କୁକୁରକୁ ରୁଟି ଖାଇବାକୁ ଦେବା ଆବଶ୍ୟକ । ଯଦି ଆପଣ ପ୍ରତିଦିନ ଖାଇବାକୁ ଦେଇପାରୁନାହାନ୍ତି ତେବେ ବୁଧବାର ଆଉ ଶନିବାର ଦିନ ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ଵାରା ରାହୁ ଓ କେତୁ ଦୋଷରୁ ମୁକ୍ତି ମିଳିଥାଏ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର