Videos
|
Devotion

Solar Eclipse Tomorrow / ଆସନ୍ତାକାଲି ପୂର୍ଣ୍ଣ ଗ୍ରାସ ସୂର୍ଯ୍ୟପରାଗ; ଏହି ରାଶିଙ୍କ ଉପରେ ରହିଛି ବିପଦ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଆସନ୍ତାକାଲି ପୂର୍ଣ୍ଣ ଗ୍ରାସ ସୂର୍ଯ୍ୟପରାଗ; ଏହି ରାଶିଙ୍କ ଉପରେ ରହିଛି ବିପଦ
Solar Eclipse Tomorrow

Key Points

କାଲି ଅନୁଷ୍ଠିତ ହେବ ସୂର୍ଯ୍ୟପରାଗ
ଭାରତରେ ଦିଶିବ କି ନାହିଁ ?
କେଉଁ ରାଶି ଉପରେ ରହିବ ବିପଦ ?
ଭୁବନେଶ୍ଵର: ଆସନ୍ତା କାଲି ଅନୁଷ୍ଠିତ ହେବ ପୂର୍ଣ୍ଣ ଗ୍ରାସ ସୂର୍ଯ୍ୟପରାଗ ।କିଛି ସମୟ ପାଇଁ ଆକାଶରୁ ସମ୍ପୂର୍ଣ୍ଣ ଉଭାନ ହୋଇଯିବେ ସୂର୍ଯ୍ୟ । ଦିନ ହୋଇଯିବ ରାତି । ଦୁଇ ଦିନ ମିନିଟ୍ ଧରି ହେବ ସମ୍ପୂର୍ଣ୍ଣ ଅନ୍ଧକାର । ବିଶ୍ୱ ଦେଖିବ ବିରଳ ସଂଯୋଗ । ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ୟୁରୋପରେ ଏହା ଦୃଶ୍ୟମାନ ହେବ । ରାତି ୯ଟା ୪ ମିନିଟରେ ଗ୍ରହଣ ଲାଗିବ । ତେଣୁ ଏହାର ୧୦ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିନ ୧୧ଟାଠାରୁ ପାକତ୍ୟାଗ ଦେବନୀତି ନିଷେଧ ରହିବ ।

  • ଏହି ରାଶି ଉପରେ ରହିଛି ପ୍ରଭାବ
ଭାରତ କିମ୍ବା ଓଡ଼ିଶାରେ ଏହାର ପ୍ରଭାବ ଦେଖାଯିବ ନାହିଁ । କିନ୍ତୁ ରାଶି ଉପରେ ରହିବ ଏହାର ପ୍ରଭାବ । ବିଶେଷକରି ବୃଷ, କନ୍ୟା, ତୁଳା, କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନେ ଏହି ଦୃଶ୍ୟ ଦେଖିପାରିବେ । ଅନ୍ୟ ରାଶି ପାଇଁ ରହିଛି ବାରଣ । ଗର୍ଭବତୀମାନେ ବିଷ୍ଣୁ ମନ୍ତ୍ର ଜପ କରିବେ ବୋଲି ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର । ଗ୍ରହଣ ମୋକ୍ଷ ସମୟରେ ବିଶ୍ୱ ଦେଖିବ ଦୁର୍ଲଭ ଏବଂ ରୋମାଞ୍ଚକର ଦୃଶ୍ୟ ।

  • ଭାରତରେ ସୂତକ କାଳ ଲାଗୁ ହେବ କି ?
ଧାର୍ମିକ ବିଶ୍ଵାସ ଅନୁସାରେ, ସୂର୍ଯ୍ୟ ପରାଗ ଆରମ୍ଭ ହେବାର ଠିକ୍ ୧୦ ଘଣ୍ଟା ପୂର୍ବରୁ ସୂତକ କାଳ ଲାଗୁ ହୋଇଥାଏ । କିନ୍ତୁ ଯେହେତୁ ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ ଏଣୁ ସୂତକ କାଳ ଲାଗୁ ହେବ ନାହିଁ । ଏଣୁ ଭାରତୀୟବାସୀଙ୍କ ପାଇଁ ସୂତକ କାଳ ସହ ଜଡ଼ିତ ଧାର୍ମିକ ନିୟମ ମଧ୍ୟ ଲାଗୁ ହେବ ନାହିଁ । ବିଜ୍ଞାନ ଦୃଷ୍ଟିରୁ, ଯେତେବେଳେ ଚନ୍ଦ୍ର, ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ସିଧାସଳଖ ଆସିଥାଏ ଏବଂ ସୂର୍ଯ୍ୟର ଆଲୋକକୁ ପୃଥିବୀକୁ ଆସିବାରେ ଅଟକାଏ, ତାହାର ଛାଇ ପୃଥିବୀ ଉପରେ ପକାଏ ସେତେବେଳେ ସୂର୍ଯ୍ୟପରାଗ ଘଟିଥାଏ। ।

ପଢନ୍ତୁ ଏହି ଖବର: ଐତିହାସିକ ଶିବ ମନ୍ଦିର; ଯାହାର ପ୍ରତ୍ୟେକ ପଥର କହିଥାଏ ଇତିହାସ

  • ୧୫ ଦିନ ପରେ ଆଂଶିକ ଚନ୍ଦ୍ରଗ୍ରହଣ
ସେପଟେ ଏହାର ୧୫ ଦିନ ଅନ୍ତରରେ ଅର୍ଥାତ୍ ୨୮ ଅଗଷ୍ଟରେ ଆଂଶିକ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ । ଗୋଟିଏ ପକ୍ଷ ଅନ୍ତରରରେ ହେବାକୁ ଥିବା ପରାଗ ଓ ଗ୍ରହଣ କାଳ ଯୋଗୁଁ ବିଶ୍ୱରେ ଯୁଦ୍ଧ ଭୟ, କ୍ଷେପଣାସ୍ତ୍ର ମାଡ, ଅଗ୍ନି ଓ ରୋଗ ଭୟ ଆକଳନ କରିଛନ୍ତି ଜ୍ୟୋତିର୍ବିଦ । ଦ୍ୱାପରରେ ମହାଭାରତ ଯୁଦ୍ଧ ସମୟରେ ଏଭଳି ବିରଳ ସଂଯୋଗ ପଡ଼ିଥିଲା । ଗତ ୨୦୧୯ କରୋନା କାଳରେ ମଧ୍ୟ ଏପରି ବିରଳ ସଂଯୋଗ ପଡ଼ିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: