Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ସ୍ମୋକ ଆର୍ଟରେ ଅଯୋଧ୍ୟା ରାମ ମନ୍ଦିର

Devotion

ସ୍ମୋକ ଆର୍ଟରେ ଅଯୋଧ୍ୟା ରାମ ମନ୍ଦିର

Arpita Mohanty
Browse all articles by Arpita Mohanty
·2 years ago·1 min read
ସ୍ମୋକ ଆର୍ଟରେ ଅଯୋଧ୍ୟା ରାମ ମନ୍ଦିର

ଅର୍ଗସ ବ୍ୟୁରୋ : ଡିବିରି ଆଲୁଅର ଧୂଆଁରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ବିଶ୍ୱାସ ହେଉନଥିଲେ ବି ଆଖି ଲାଖିଯାଉଛି । ଅତି ନିକ୍ଷୁଣ ଭାବରେ ଧୂଆଁରେ ଅବିକଳ ଅଯୋଧ୍ୟା ରାମ ମନ୍ଦିରର ରୂପ ଦେଇଛନ୍ତି ଚିତ୍ରଶିଳ୍ପୀ ସମରେନ୍ଦ୍ର । ଧୂଆଁ...ଯେଉଁ ପଦାର୍ଥକୁ ହାତରେ ଧରି ହେବନାହିଁ ସେଥିରେ ଚିତ୍ର ଆଙ୍କିବା ବା କେମିତି ସମ୍ଭବ ? ହେଲେ ଏହାକୁ ସମ୍ଭବ କରିଦେଖାଇଛନ୍ତି ମୟୁରଭଞ୍ଜର ଜଣେ ଯୁବ ଚିତ୍ରଶିଳ୍ପୀ ସମରେନ୍ଦ୍ର ବେହେରା । ଡିବିରି ଆଲୁଅର ଧୂଆଁ ମାଧ୍ୟମରେ ଅଯୋଧ୍ୟା ରାମ ମନ୍ଦିରର ଏତେ ସୁନ୍ଦର ଚିତ୍ର ଆଙ୍କିଛନ୍ତି ଦେଖିଲେ ବିଶ୍ବାସ କରିହେବ ନାହିଁ। ଏକ ଧଳା ପେପର ଉପରେ ଡିବିରି ଆଲୁଅର କଳା ଧୂଆଁ ପକାଇ ସେଥିରେ ଏହି ଅବିକଳ ଚିତ୍ର ଆଙ୍କି ପୂରା ଦେଶରେ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ଏହି ପ୍ରତିଛବି ଆଙ୍କିବାକୁ ସମରେନ୍ଦ୍ରଙ୍କୁ ଲାଗିଥିଲା ତିନି ଘଣ୍ଟା ।

 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସବୁବେଳେ କିଛି ଭିନ୍ନ କରିବାକୁ ଚେଷ୍ଟା କରୁଥିବା ସମରେନ୍ଦ୍ର ଏଥର ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଆଙ୍କି ଦେଶବାସୀଙ୍କୁ ଅର୍ପଣ କରିଛନ୍ତି । ଏହା ପୂର୍ବରୁ ସେ ଗଛ ଏବଂ ପତ୍ରରେ ଦେଶର ଅନେକ କିମ୍ବଦନ୍ତୀ ପୁରୁଷ ଏବଂ ମହିଳାଙ୍କ ପ୍ରତିଛବି ଆଙ୍କି ପ୍ରଶଂସା ସାଉଁଟିଛନ୍ତି । ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ଅଯୋଧ୍ୟା ନଗରୀ । ଏହି ଅବସରରେ ସମରେନ୍ଦ୍ର କୋଟି କୋଟି ରାମ ଭକ୍ତଙ୍କୁ ଏହି କଳାକୃତିର ଭେଟି ଦେଇଛନ୍ତି । ଯାହାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ଦେଶବାସୀ ।

ଅଧିକ ପଡ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର

Argus Whatsapp Channel Mobile Top
Sponsored
Smoke art | Argus News