Videos
|
Devotion

Banakalagi Niti / ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ସଂଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ଦର୍ଶନ

Bikash Mohanty
Browse all articles by Bikash Mohanty
·5 months ago·2 min read
ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ସଂଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ଦର୍ଶନ
Lord Jagannath

Key Points

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି
୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ସନ୍ଧ୍ୟା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ,୧୫/୦୪: ଆଜି ବୈଶାଖ କୃଷ୍ଣ ତ୍ରୟୋଦଶ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ। ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ। ଏହି ବିଶେଷ ନୀତି ପାଇଁ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନରେ ଦ୍ଵିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ପ୍ରସ୍ତୁତି ହେବ।

ବନକଲାଗି ନୀତି କ'ଣ ?

ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ କିମ୍ବା ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଏହି ନୀତି ଆରମ୍ଭ ହୁଏ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ, ଏହି ସମୟରେ ସର୍ବସାଧାରଣ ଦର୍ଶନ ପ୍ରାୟ ୪ ରୁ ୫ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଥାଏ ।

ପଢନ୍ତୁ ଏହି ଖବର: ଆଜିଠୁ ଭିତର ରତ୍ନଭଣ୍ଡାରରେ ଗଣତିମଣତି,୪୮ବର୍ଷ ପରେ ହେଉଛି ଗଣତିମଣତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବନକଲାଗି ପାଇଁ ଶ୍ରୀମନ୍ଦିରର ଜୟ-ବିଜୟ ଦ୍ୱାର ବନ୍ଦ କରାଯାଇଥାଏ।ଏହି ନୀତି ମହାପ୍ରଭୁଙ୍କ ଶ୍ରୀମୁଖର ଉଜ୍ଜ୍ୱଳତା ବୃଦ୍ଧି କରେ ଏବଂ ରଥଯାତ୍ରା ପୂର୍ବରୁ ସ୍ନାନପୂର୍ଣ୍ଣିମା ପରେ ଏହି ନୀତିର ବିଶେଷ ଗୁରୁତ୍ୱ ରହିଥାଏ। ବନକଲାଗି ନୀତି ସମାପ୍ତ ହେବା ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଏ ଏବଂ ପରେ ପୁନର୍ବାର ସାଧାରଣ ଦର୍ଶନ ଆରମ୍ଭ ହୋଇଥାଏ।

ପୁରୀରେ ଦେଖିବାକୁ ମିଳିଥିଲା ଅଲୌକିକ ଦୃଶ୍ୟ

ଗତକାଲି ପୁରୀରେ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଥାଏ । ଗୋଲାପୀ ହୋଇଗଲା ଆକାଶର ରଙ୍ଗ । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଗୋଲାପୀ ଆକାଶ ସୃଷ୍ଟି କରିଥିଲା ଭିନ୍ନ ଏକ ପରିବେଶ । ପୂର୍ବରୁ ମଧ୍ୟ ଆକାଶରଏଭଳି ରଙ୍ଗ ପରିବର୍ତ୍ତନ ଅନେକ ବାର ଦେଖାଦେଇଥିଲା । କିନ୍ତୁ ହଠାତ ଆକାଶର ରଙ୍ଗ ଗୋଲାପୀ ହୋଇଯିବା ସମସ୍ତଙ୍କୁ ଅଭିଭୂତ କରିଥିଲା । ସାଧାରଣତଃ ମଧ୍ୟାହ୍ନରେ ତେଜିଆନ ସୂର୍ଯ୍ୟଙ୍କୁ ସନ୍ଧ୍ୟା ହେବା ମାତ୍ରେ ଶାନ୍ତ ହୋଇ ନାଲି ରଙ୍ଗରେ ପରିବର୍ତ୍ତିତ ହେଉଥିବା ଅନେକ ଥର ଦେଖାଯାଇଥିଲା । ସୂର୍ଯ୍ୟ ଉଦୟ ଓ ଅସ୍ତ ହେବା ବେଳେ ଦିନକୁ ଦୁଇଥର ସୂର୍ଯ୍ୟର ଏପରି ନାଲି ରଙ୍ଗ ଦେଖିବାକୁ ମିଳେ । କେହି କେହି ଏହାକୁ ଭଗବାନଙ୍କ ଲୀଳା ବୋଲି କହୁଥିବା ବେଳେ କେହି ଏହାକୁ ବିଜ୍ଞାନ କାରଣ ସହ ଯୋଡ଼ିଛନ୍ତି ।
Banakalagi Niti | Banakalagi Niti | Banakalagi Niti | Banakalagi Ritual at Shrimandir Today | Darshan Closed 6 PM – 10 PM | Argus News