Ratna Bhandar Counting / ଆଜିଠୁ ଭିତର ରତ୍ନଭଣ୍ଡାରରେ ଗଣତିମଣତି,୪୮ବର୍ଷ ପରେ ହେଉଛି ଗଣତିମଣତି
·2 hours ago·2 min read

Key Points
ଆଜିଠୁ ଭିତର ରତ୍ନଭଣ୍ଡାରରେ ଗଣତିମଣତି
୪୮ବର୍ଷ ପରେ ହେଉଛି ଗଣତିମଣତି
SOP ଅନୁସାରେ ଟ୍ରେଜେରୀରୁ ଆସିବ ଚାବି
୭୮ ମସିହାର ତାଲିକା ସହ ହେବ ମେଳ
୪୮ବର୍ଷ ପରେ ହେଉଛି ଗଣତିମଣତି
SOP ଅନୁସାରେ ଟ୍ରେଜେରୀରୁ ଆସିବ ଚାବି
୭୮ ମସିହାର ତାଲିକା ସହ ହେବ ମେଳ
ପୁରୀ, ୧୩/୪: ଆଜି ଖୋଲିବାକୁ ଯାଉଛି ଭିତର ରତ୍ନଭଣ୍ଡାର। ୪୮ବର୍ଷ ପରେ ଏହି ରତ୍ନର ଗଣତିମଣତି ହେବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏସ୍ଓପି ଅନୁଯାୟୀ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜିଲ୍ଲା ଟ୍ରେଜେରିରୁ ଚାବି ଅଣାଯାଇ ପୁରୀ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିତର ରତ୍ନଭଣ୍ଡାର ଖୋଲାଯିବ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାବି ଅଣାଯିବା ସହ ଟ୍ରେଜେରିରେ ଜମା ରଖାଯିବା ପ୍ରତ୍ୟେକ ଗଣତି ଦିନ ଏହି ଚାବି ଟ୍ରେଜେରିରୁ ଆସିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି ପ୍ରକ୍ରିୟାର ରୂପରେଖ ପ୍ରସ୍ତୁତ କରାଯାଇ କରାଯାଇଥିଲା। ଆଉ ଅଧିକ ପ୍ରକ୍ରିୟା ଶେଷ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।
୧୯୭୮ ତାଲିକା ଅନୁଯାୟୀ ଭିତର ରତ୍ନଭଣ୍ଡାରରେ ସମୁଦାୟ ୩୬୭ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ରହିଛି । ଏଥିମଧ୍ୟରେ ମସ୍ତକ ମୁକୁଟ, କୁଣ୍ଡଳ, ନାକଚଣା, ହାର, ବାଜୁବନ୍ଧ, ମୁଦି, ପୟର ଭଳି ବିଭିନ୍ନ ଅଳଙ୍କାର ଅଛି । ଭିତର ଭଣ୍ଡାରରେ ଥିବା ସମସ୍ତ ସ୍ୱର୍ଣ୍ଣ ଅଳଙ୍କାରର ଓଜନ ସମୁଦାୟ ୪,୩୬୪ ଭରି । ସେହିଭଳି ୨୩୧ଟି ରୁପା ଅଳଙ୍କାର ରହିଛି । ଯାହାର ଓଜନ ୧୪,୮୭୮ ଭରି। ଆଜି ଭିତର ରତ୍ନଭଣ୍ଡାର ଗଣତି ବେଳେ ଏହି ତାଲିକାକୁ ମେଳକ କରାଯିବ ।
ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍ ଓ ପି ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ। ବୈଠକରେ ଆଭାସୀ ଯୋଗେ ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ଵନାଥ ରଥ ଯୋଗ ଦେଇଥିଲେ । ପୁରୀ ଜିଲ୍ଲାପାଳ, ଏସ୍ପି, ହ୍ୟାଣ୍ଡେଲିଂ ଓ ସୁପରଭାଇଜିଂ କମିଟିର ସଦସ୍ୟ ଉପସ୍ଥିତ ଥିଲେ।
ପଢନ୍ତୁ ଏହି ଖବର: ଗଜପତି ମହାରାଜାଙ୍କ ଚେତାବନୀ, ଇସ୍କନ୍ ଅଦିନିଆ ରଥଯାତ୍ରା କଲେ ନିଆଯିବ ଆଇନର ଆଶ୍ରୟ
ଭିତର ଭଣ୍ଡାରରେ ୩୬୭ ପ୍ରକାରର ସୁନା ଅଳଙ୍କାର ଥିଲା। ଏହାର ଓଜନ ଥିଲା ୪୩୬୪ ଭରି। ଏଥିସହ ୨୩୧ ପ୍ରକାରର ରୁପା ଅଳଙ୍କାର ରହିଥିଲା। ଏହାର ଓଜନ ଥିଲା ୧୪,୮୭୮ ଭରି ୬ ଅଣା।ଯଦିଓ ଏଥର ଓଜନ ମାପ କରାଯିବ ନାହିଁ ତଥାପି ଆଇଟମ୍ ଅନୁସାରେ ମେଳକ କରାଯାଇ ପୁନଃ ତାଲିକା କରାଯିବ ଗତକାଲି ବାହାର ଭଣ୍ଡାରରୁ ଯେଉଁ ରତ୍ନ ଗାଏବ ଥିଲା ବୋଲି କୁହାଯାଉଥିଲ ସେ ସବୁ ଭିତର ଭଣ୍ଡାରରେ ଅଛି ବୋଲି ସେବାୟତମାନେ କହିଥିଲେ।
ଶନିବାର ଶେଷ ହୋଇଥିଲା ରତ୍ନ ଭଣ୍ଡାରର ଦ୍ବିତୀୟ ପର୍ଯ୍ୟାୟ ରତ୍ନ ଅଳଙ୍କାର ଗଣତି ମଣତି । ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି । ଚାରିଦିନ ଧରି ଚାଲିଥିଲା ଗଣତି ମଣତି । ୧୯୭୮ ମସିହା ତାଲିକା ଅନୁସାରେ ସମସ୍ତ ରତ୍ନ ଅଳଙ୍କାର ମେଳକ ହେଲା। ବାହାର ଭଣ୍ଡାର ରତ୍ନ ମେଳକ କରାଯିବା ବେଳେ କିଛି ଅଳଙ୍କାର ୧୯୭୮ ତାଲିକାଠାରୁ ଅଧିକ ବାହାରିଛି ତାହାକୁ ୨୦୨୬ ତାଲିକାରେ ସାମିଲ କରାଯାଇଛି। ସବୁ ଅଳଙ୍କାରର ଡିଜିଟାଇଜେସନ୍ କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories