Lunar Eclipse 2026 August / ଆସନ୍ତା ଶୁକ୍ରବାର ଲାଗିବ ଚନ୍ଦ୍ର ଗ୍ରହଣ; ଲାଗୁ ହେବ କି ସୂତକ କାଳ?
·2 weeks ago·2 min read

Key Points
ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଅଗଷ୍ଟ ୨୮ ତାରିଖ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଦିନ ଲାଗିବ।
28 August 2026 Lunar Eclipse: ଆସନ୍ତା ଶୁକ୍ରବାର (୨୮ ଅଗଷ୍ଟ) ଲାଗିବାକୁ ଯାଉଛି ଚଳିତ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ। ଶ୍ରାବଣ ପୂର୍ଣ୍ଣିମା ଅବସରରେ ଲାଗିବାକୁ ଯାଉଥିବା ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏଥିପାଇଁ ଏହାର ସୂତକ କାଳ ଭାରତରେ ମାନ୍ୟ ହେବ ନାହିଁ।
କେଉଁ ସମୟରେ ଲାଗିବ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ?
ଆସନ୍ତା ୨୮ ତାରିଖ ଶୁକ୍ରବାର ଲାଗୁଥିବା ଚନ୍ଦ୍ରଗ୍ରହଣ ଭାରତୀୟ ପ୍ରାମାଣିକ ସମୟ ସମୟ ସକାଳ ୮ ଘଣ୍ଟା ୦୪ ମିନିଟ ସମୟରୁ ଆରମ୍ଭ ହୋଇ ୧୧ ଘଣ୍ଟା ୨୨ ମିନିଟ ସମୟରେ ଶେଷ ହେବ। ଏହି ଗ୍ରହଣର ଶିଖର ସମୟ ହେଉଛି ସକାଳ ୯ ଘଣ୍ଟା ୪୩ ମିନିଟ୍। ଯେହେତୁ ଏହି ଗ୍ରହଣ ଭାରତରେ ଗ୍ରହଣ ଦୃଶ୍ୟମାନ ହେବ ନାହିଁ, ସେଥିପାଇଁ ଧାର୍ମିକ ଦୃଷ୍ଟିକୋଣରୁ ଏହାର ସୂତକ କାଳ ଲାଗୁ ହେବ ନାହିଁ।
ଚଳିତ ବର୍ଷର ଅଗଷ୍ଟ ମାସ ଖଗୋଳୀୟ ଘଟଣାକ୍ରମ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରୁଛି। ଗତ ୧୨ ତାରିଖରେ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ପରେ, ଏବେ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ଏହା ହେଉଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବ।
ଯେତେବେଳେ ପୃଥିବୀ, ସୂର୍ଯ୍ୟ-ଚନ୍ଦ୍ର ମଧ୍ୟରେ ଆସିଯାଏ ସେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ। ଏହି ସମୟରେ ପୃଥିବୀର ଛାୟାର କିଛି ଅଂଶ ଚନ୍ଦ୍ର ଉପରେ ପଡ଼ିଥାଏ। ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଅଗଷ୍ଟ ୨୮ ତାରିଖ ଶୁକ୍ରବାର ଲାଗିବାକୁ ଯାଉଛି। ଏହି ଦିନ ରକ୍ଷା ବନ୍ଧନ ପର୍ବ ମଧ୍ୟ ପାଳନ କରାଯିବ। ଶୁକ୍ରବାର ଲାଗିବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ଆଂଶିକ ହେବ। ଏହି ଗ୍ରହଣ ସକାଳ ୮ ଘଣ୍ଟା ୦୪ ମିନିଟ ସମୟରୁ ଆରମ୍ଭ ହୋଇ ୧୧ ଘଣ୍ଟା ୨୨ ମିନିଟ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଚନ୍ଦ୍ରର କିଛି ଅଂଶ ପୃଥିବୀର ଛାଇ ଦ୍ୱାରା ଆଚ୍ଛାଦିତ ହୋଇଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତରେ ଦୃଶ୍ୟମାନ ହେବ ନାହିଁ ଏହି ଚନ୍ଦ୍ରଗ୍ରହଣ
ଚଳିତ ବର୍ଷ ଅଗଷ୍ଟ ୨୮ ତାରିଖରେ ଲାଗୁଛି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଏହି ଆଂଶିକ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହା ମୁଖ୍ୟତଃ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ ଏବଂ ଆଫ୍ରିକା ମହାଦେଶର କିଛି ଅଂଶରେ ଦୃଶ୍ୟମାନ ହେବ।
ମାନ୍ୟ ହେବ କି ସୂତକ କାଳ?
ହିନ୍ଦୁ ଧର୍ମରେ, ଚନ୍ଦ୍ରଗ୍ରହଣ ପୂର୍ବରୁ ସୂତକ କାଳକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଚନ୍ଦ୍ରଗ୍ରହଣର ପ୍ରାୟ ୯ ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୋଇଥାଏ। ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ତଥାପି ଯେହେତୁ ଆସନ୍ତା ଶୁକ୍ରବାର ଲାଗୁଥିବା ଆଂଶିକ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ସେଥିପାଇଁ ଏଠାରେ ସୂତକ କାଳ ମଧ୍ୟ ମାନ୍ୟ ହେବ ନାହିଁ। ଯାହାର ଅର୍ଥ ହେଉଛି ଗ୍ରହଣ ଯୋଗୁଁ ଧାର୍ମିକ କାର୍ଯ୍ୟକଳାପ ନିଷେଧ ହେବ ନାହିଁ। ଲୋକେ ସେମାନଙ୍କର ସାଧାରଣ ରୀତିନୀତି ଏବଂ ଅନ୍ୟାନ୍ୟ ଶୁଭ କାର୍ଯ୍ୟକଳାପ ଜାରି ରଖିପାରିବେ। ହେଲେ ତଥାପି ଯଦି ଆପଣ ଧାର୍ମିକ ବିଶ୍ୱାସକୁ ପାଳନ କରୁଛନ୍ତି, ତାହେଲେ ଆପଣ ଆପଣଙ୍କ ବିଶ୍ୱାସ ଅନୁସାରେ ପୂଜାପାଠ ଏବଂ ରୀତିନୀତି ଅନୁସରଣ କରିପାରିବେ।

Related Topics
Explore more stories