Videos
|
Devotion

ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବିପଦ, ଅଭିଯୋଗ ଆଣିଲେ ନିଯୋଗର ସଭାପତି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବିପଦ, ଅଭିଯୋଗ ଆଣିଲେ ନିଯୋଗର ସଭାପତି

ପୁରୀ : ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବିପଦ। ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଦାୟିତ୍ୱରେ ଥିବା ସେବାୟତ ତଥା ଛାମୁ ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ନଚନ୍ଦ୍ର ଖୁଣ୍ଟିଆ। ଶ୍ରୀମନ୍ଦିର ଗର୍ଭଗୃହରେ ଲାଗିଥିବା ଏସିରୁ ପାଣି ପଡି ଫୁଲରେ ପଡୁଛି ଓ ସେହି ଥଣ୍ଡା ଫୁଲକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲଗାଯାଉଥିବାରୁ ଶ୍ରୀଅଙ୍ଗ ପ୍ରତି ବିପଦ ହେଉଥିବା ଆଶଙ୍କା କରିଛନ୍ତି ନିଯୋଗର ସଭାପତି।

ଅଧିକ ପଢନ୍ତୁ : ଶ୍ରୀମନ୍ଦିର ଭିତର ବେଢାରେ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ୍ କଲେ ଦୁଇ ଭକ୍ତ

ଏନେଇ ଶ୍ରୀଯୁକ୍ତ ଖୁଣ୍ଟିଆ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଚିଠି ଯୋଗେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ସେ କହିଛନ୍ତି। ଅନ୍ୟ ଏକ ଜାଗାରେ ସମସ୍ତ ଫୁଲ ରଖିବା ପାଇଁ ଛାମୁ ଖୁଣ୍ଟିଆ ନିଯୋଗ ବାରମ୍ବାର ମନ୍ଦିର ପ୍ରଶାସନକୁ କହିବା ପରେ କାର୍ଯ୍ୟାନୁଷ୍ଠାନ ନନେବା ହେତୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଘନଉଥିବା ନିଯୋଗର ସଭାପତି କହିଛନ୍ତି। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ପରିଚାଳନା କମିଟିର ପ୍ରତିକ୍ରିୟା ମିଳିପାରିନାହିଁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Danger to the body of the Lord Jagannath | Argus News