Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

ନିଆରା ଢ଼ଙ୍ଗରେ କରନ୍ତି ମା'ଙ୍କୁ ପ୍ରସନ୍ନ

Arpita Mohanty
Browse all articles by Arpita Mohanty
·2 years ago·1 min read
ନିଆରା ଢ଼ଙ୍ଗରେ କରନ୍ତି ମା'ଙ୍କୁ ପ୍ରସନ୍ନ

ଅର୍ଗସ ବ୍ୟୁରୋ :କର୍ଣ୍ଣାଟକର ମାଙ୍ଗାଲୁରୁ ନିକଟସ୍ଥ କେଟେଲ ସହରରେ ଶ୍ରୀ ଦୁର୍ଗାପରମେଶ୍ୱରୀ ମନ୍ଦିରରେ ଅଗ୍ନିକେଲି ବା ଥୋଟେଡାରା ନାମରେ ଏକ ଖେଳ ଖେଳାଯାଏ । ଏହି ଖେଳରେ ଲୋକେ ପରସ୍ପରକୁ ଖଜୁରୀ ଡ଼ାହିରେ ନିଆଁ ଲଗାଇ ଫୋପାଡ଼ିଥାନ୍ତି। ମା ଦୁର୍ଗା ଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଖେଳ ଖେଳାଯାଇଥାଏ।

 

 

କର୍ଣ୍ଣାଟକର ଦୁଇଟି ଗ୍ରାମ- ଅଟ୍ଟୋର ଏବଂ କୋଡେଟ୍ଟୁରରେ କାହିଁ କେଉ କାଳରୁ ଏକ ପରମ୍ପରା ଭାବରେ ଅଗ୍ନିକେଲି ଖେଳାଯାଇଥାଏ।  ଖେଳାଳି ମାନେ ଦୁଇଟି ଗୋଷ୍ଠିରେ ବିଭକ୍ତ ହୋଇଥାନ୍ତି। ଏହାର ନିୟମ ହେଉଛି ଜଣେ ବ୍ୟକ୍ତି ତା ପ୍ରତିପକ୍ଷକୁ ୫ଥର ପର୍ଯ୍ୟନ୍ତ ନିଆଁ ଫୋପାଡ଼ିପାରିବ। ଷଷ୍ଠ ଥର ବେଳକୁ ତାଙ୍କୁ ଖଜୁରି ଡ଼ାହି ପରିତ୍ୟାଗ କରିବାକୁ ପଡ଼ିଥାଏ। କେହି କାହାକୁ ଟାର୍ଗଟ୍ କରିପାରିବେ ନାହିଁ। ପ୍ରାୟ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଏହି ଖେଳ ଲାଗିରହିଥାଏ। ତେବେ ଏଥିରେ ସାମିଲ ହେବା ପାଇଁ ଲୋକେ ଆଠ ଦିନ ପାଇଁ ଉପବାସ ରଖିବା ସହିତ ମାଂସ ଏବଂ ମଦ୍ୟପାନରୁ ନିବୃତ୍ତ ରୁଅନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ତେବେ ଆମେ ଦେଖିଛେ ଭାରତରେ ଏମିତି ବହୁତ ଗୁଡ଼ାଏ ପରମ୍ପରା ରହିଛି ଯାହା ଦେଖିବାକୁ ଖୁବ୍ ଭୟଙ୍କର ହୋଇଥାଏ। ଶ୍ରଦ୍ଧା ଏବଂ ଭକ୍ତିରେ ବିଭୋର ହୋଇ ଭକ୍ତ ମାନେ ଏହି ସବୁ ପରମ୍ପରା ତୁଲାଇଥାନ୍ତି। ଯେଉଁଠି ବାକି ସମୟରେ ନିଆଁ ଠାରୁ ସବୁବେଳେ ଦୂରେଇ ରୁହନ୍ତି ସେଠି ନିଆଁ ସହିତ ଖେଳିବାକୁ ବି ଲୋକେ ଡ଼ରନ୍ତି ନାହିଁ। ନିଜ ମାନସିକ ପୂରଣ କରିବା ପାଇଁ ନିଆଁରେ ଚାଲି ବି ଥାନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ମାଙ୍କ ଆର୍ଶୀବାଦରୁ କେବେ କାହାର କିଛି ହାନି ହୁଏନାହିଁ।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର

Sponsored
Agni Keli | Argus News