ଶ୍ରାବଣ ମାସରେ ଭୁଲରେ ବି ଏହି ଭୁଲ କରନ୍ତୁନାହିଁ ନହେଲେ..
·2 years ago·1 min read

ଅର୍ଗସ ବ୍ୟୁରୋ: ଆସୁଛି ପବିତ୍ର ଶ୍ରାବଣ ମାସ। ପ୍ରଭୁ ଶିବଙ୍କର ପ୍ରିୟ ମାସ। ଶ୍ରାବଣ ମାସ କରୁଥିବା ବ୍ୟକ୍ତି ମାନେ ଏହି ମାସକୁ ଖୁବ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି। ଏହି ମାସରେ ଶିବଙ୍କ ଆରାଧନାରେ ସୋମବାର ଉପବାସ କରି ଶିବ ଲିଙ୍ଗରେ ଜଳାଭିଶେକ କଲେ ଶିବ ପ୍ରସନ୍ନ ହୋଇଥାନ୍ତି। ଏହା ବିଶ୍ବାସ ରହିଥାଏ ଯେ ଶ୍ରାବଣ ମାସରେ ଶିବଙ୍କୁ ଆରାଧନା କରି ଯାହା ବି ମାନସିକ କରିବେ ତାହା ପ୍ରାପ୍ତି ହେବ। କିନ୍ତୁ ତାହା ଶ୍ରଦ୍ଧା ଏବଂ ନିଷ୍ଠାର ସହିତ ହେବା ଆବଶ୍ୟକ। କିଛି ବି ତ୍ରୁଟି ରହିଲେ ଆପଣଙ୍କର ଅଶୁଭ ହୋଇପାରେ। ତେଣୁ ଜାଣିରଖନ୍ତୁ ଏହି ମାସରେ କେଉଁ କେଉଁ ଜିନିଷ ନକରିବା ଉଚିତ୍।
- ଶ୍ରାବଣ ମାସରେ ସମ୍ପୂର୍ଣ୍ଣ ଶାକାହାରୀ ଖାଦ୍ୟ ଖାଇବା ଉଚିତ୍ । ତାମସିକ ଖାଦ୍ୟ ଯେପରିକି ପିଆଜ ରସୁଣ ଆମିଷ ଏସବୁଠୁ ଦୂରେଇ ରହିବା ଉଚିତ୍। ଏମିତି କି ନିଶାଦ୍ରବ୍ୟ ସେବନ ଠାରୁ ବି ନିବୃତ ରହିବା ଉଚିତ୍।
- ମହିଳାମାନେ ବି ଶ୍ରାବଣ ମାସ କରିଥାନ୍ତି କିନ୍ତୁ କେବେ ବି ଏହି ମାସରେ ମହିଳା ମାନେ ଶିବଲିଙ୍ଗ ଛୁଇଁବା ଉଚିତ୍ ନୁହେଁ।
- ପୁରାଣ ଅନୁଯାୟୀ ଶିବଲିଙ୍ଗ ଉପରେ କେବେ ବି ତରାଟ ଫୁଲ କି ହଳଦୀ ଅର୍ପଣ କରିବା ଉଚିତ ନୁହେଁ।
- ଶିବଙ୍କୁ ସର୍ବଦା ପ୍ରାତଃ ସମୟରେ ପୂଜା ଆରାଧନା କରିବା ଉଚିତ୍। କେବେ ବି ସଂନ୍ଧ୍ୟା ସମୟରେ ଶିବଙ୍କୁ ପୂଜା କରିବେ ନାହିଁ କି ପୂଜା ସମୟରେ କଳା ରଙ୍ଗର ପୋଷାକ ପିନ୍ଧିବେ ନାହିଁ ଏହା ନକାରାତ୍ମକ ଶକ୍ତିକୁ ଆକୃଷ୍ଟ କରିଥାଏ।
ତେବେ ଆସନ୍ତା ୨୨ତାରିଖରୁ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ୧୯ ରେ ଏହା ସମାପ୍ତ ହେବ। ଚଳିତ ବର୍ଷ ଶ୍ରାବଣ ମାସ ସୋମବାରରୁ ଆରମ୍ଭ ହେଉଥିବାରୁ ଲୋକଙ୍କ ମଧ୍ୟରେ ଖୁବ୍ ଆଗ୍ରହ ଏବଂ ଉଲ୍ଲାସ ଦେଖିବାକୁ ମିଳିଛି।
ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: