କୋଲକାତାରେ ଅବିକଳ ପୁରୀ ଶ୍ରୀମନ୍ଦିର ଭଳି ଦୁର୍ଗାମଣ୍ଡପ

ଅର୍ଗସ ବ୍ୟୁରୋ : କୋଲକାତାରେ ଅବିକଳ ପୁରୀ ଶ୍ରୀମନ୍ଦିର । ସେହି ଅରୁଣ ସ୍ତମ୍ଭ , ସେହି ମୁଖ୍ୟଦ୍ବାରା , ସେହି ପତିତପାବନ । ଅବିକଳ ସେହିପରି । ପୁରୀ ଶ୍ରୀମନ୍ଦିର ପରି ଦୂରରୁ ଦିଶୁଥିବା ଏହା ହେଉଛି ମା ଦୁର୍ଗାଙ୍କର ତୋରଣ । ଏହାକୁ ଯେ କେହିବି ଦେଖିବେ ଭ୍ରମରେ ପଡିଯିବେ । କାରଣ ପୁରୀ ଅବିକଳ ଶ୍ରୀମନ୍ଦିର ପରି ସଜ୍ଜା ଯାଇଛି ଏହାର ତୋରଣ । ଏବଂ ଭିତରେ ଝଲସୁଛି ମା ଦୁର୍ଗାଙ୍କର ପ୍ରତିମୂର୍ତ୍ତୀ । ଏବଂ ମା'ଙ୍କ ପ୍ରତିମୂର୍ତ୍ତୀ ସହ ବିଦ୍ୟମାନ ଅଛନ୍ତି ପ୍ରଭୁ କାଳିଆ ସାଆନ୍ତ । ଏକଡ଼ାଲିଆ ଏଭରଗ୍ରୀନ ପୂଜା ପେଣ୍ଡାଲ ରେ ଦେଖିବାକୁ ମିଳିଛି ଶ୍ରୀ ମନ୍ଦିରର ଦୃଶ୍ୟ। ଯେଉଁ ଆଡେ ଆପଣଙ୍କ ଆଖି ଯିବ ସେପଟେ ଆପଣ ପାଇବେ ସେହି ଭାବ ବିନୋଦିଆ କୁ । ପୁରୀର ସମ୍ପୁର୍ଣ୍ଣ ମନ୍ଦିରକୁ ନକଲ କରି ଏଠାରେ ତିଆରି କରାଯାଇଛି ମା ଦୁର୍ଗାଙ୍କ ତୋରଣ ।
ଅଧିକ ପଢନ୍ତୁ : ନିଆରା ପୂଜାମଣ୍ଡପ : ଯେଉଁଠି ହିନ୍ଦୁ-ମୁସଲିମ୍ ମିଶି କରନ୍ତି ଦୁର୍ଗାପୂଜା
ଅନ୍ୟପଟେ ଏସବୁ ଦୃଶ୍ୟ ଦେଖି ମନେ ହେଉଥିବ ଆପଣ ବୋଧେ ମେଟ୍ରୋ ଷ୍ଟେସନ ରେ ଅଛନ୍ତି।ଲୋକ ଯିବା ଆସିବା କରିବା ସହ ଲାଗିଛି ଗହଳି ଚହଲି। ଫ୍ଲାଟ୍ଫମ୍ ସହ ପାଣି ଭିତରେ ମେଟ୍ରୋ ଚାଲିବାର ଭ୍ରମ ବି ସୃଷ୍ଟି ହେଉଛି।ହେଲେ ଆପଣ ଶୁଣି ଆଶ୍ଚଯ୍ୟ ହେବେ ଏହା ମେଟ୍ରୋ ଟ୍ରେନ ନୁହେଁ ବରଂ ଉତ୍ତର କୋଲକତା ଜଗତ ମୂର୍ଖାଜି ପାର୍କ ପୂଜା ପେଣ୍ଡାଲ।ଅଣ୍ଡର ୱାଟର ମେଟ୍ରୋ ଟ୍ରେନ ଚାଲିବା ଫଳରେ ପୂର୍ବରୁ ଆଉ ଏବେ କିପରି ଗଙ୍ଗା ନଦୀ ଦୂଷିତ ହେଉଛି ତାହା ଦର୍ଶାଯାଇଛି ଏହି ପେଣ୍ଡାଲ ରେ।ଯାହାର ଥିମ୍ ରହିଛି ପ୍ଲାଟଫର୍ମ ହାୱଡା ମଇଦାନ ।ଏବଂ ଏଥିସହ କୋଲକାତା ରେ ମେଟ୍ରୋ ଚାଲିବାକୁ ୪୦ ବର୍ଷ ପୂରଣ ହୋଇଥିବା ବେଳେ ଏହି ଥିମ୍ କୁ ବାଛିଛନ୍ତି କମିଟି ସଦସ୍ୟ ।ପାଣି ଭିତରେ ମାଆ ଦୁର୍ଗାଙ୍କ ମେଢ ଦେଖିବାକୁ ପାଇଛନ୍ତି ଦର୍ଶକ