Gayatri Temple Event / ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ଦିବସ ପାଳିତ
·6 months ago·2 min read

Key Points
ଯୁଗଶକ୍ତି ଗାୟତ୍ରୀ ଭବନର ପ୍ରତିଷ୍ଠା ଦିବସ ପାଳିତ
ପ୍ରତିଷ୍ଠା ଦିବସରେ ଗାୟତ୍ରୀ ମନ୍ଦିରରେ ମହାଯଜ୍ଞ

ଯୁଗଶକ୍ତି ଗାୟତ୍ରୀ ଭବନ ଭୁବନେଶ୍ୱରସ୍ଥିତ ଗାୟତ୍ରୀ ମନ୍ଦିରର ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇ ଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସକାଳେ ସାମୂହିକ ଜପ ପରେ ଗାୟତ୍ରୀ ମହାଯଜ୍ଞ, ଗୀତ ପ୍ରତିଯୋଗିତା, ଦୀପଯଜ୍ଞ, ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରସ୍କାର ବିତରଣ ସହ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।
ରସୁଲଗଡ଼ ସ୍ଥିତ ନୂଆସାହିରେ ଶ୍ରୀ ବେଦମାତା ଗାୟତ୍ରୀ ଟ୍ରଷ୍ଟ ପକ୍ଷରୁ ୨୦୦୫ ମସିହାରେ ଯୁଗଶକ୍ତି ଗାୟତ୍ରୀ ଭବନର ପ୍ରତିଷ୍ଠା ହୋଇଥିଲା । ଗୁରୁବାର ପ୍ରତିଷ୍ଠା ଦିବସ ଅବସରରେ ଜ୍ଞାନଯଜ୍ଞ ପ୍ରଚାରରେ ଅଧିକ ସାହିତ୍ୟ ନେଇଥିବା କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ୨୦୦ରୁ ଅଧିକ ଅଖଣ୍ଡ ଜ୍ୟୋତି ପତ୍ରିକା ନେଇଥିବା ପରିଜନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।
କିଶୋର କିଶୋରୀମାନଙ୍କୁ ନେଇ ଭଜନ ସଙ୍ଗୀତ ପ୍ରତିଯୋଗିତା ହୋଇଛି । ଯେଉଁଥିରେ ସ୍ୱର୍ଣ୍ଣଶ୍ରୀ ନନ୍ଦ ପ୍ରଥମ ହୋଇଥିବା ବେଳେ ଅର୍ପିତା ନାୟକ ଦ୍ୱିତୀୟ ଓ ମୋନାଲିସା ପ୍ରଧାନ ତୃତୀୟ ହୋଇଛନ୍ତି । ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟର ଇଣ୍ଟର୍ଣ୍ଣସିପ୍ ଛାତ୍ରମାନେ ଦୀପ ଯଜ୍ଞ କରିଛନ୍ତି । ଛୋଟ ଛୋଟ ଛୁଆ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରିଛନ୍ତି ।
ପ୍ରତିଷ୍ଠା ଦିବସ ଅବସରରେ ଗୋଷ୍ଠୀ କାର୍ଯ୍ୟକ୍ରମ ହୋଇଥିଲା । ମଦନ ମୋହନ ରାଉତ ଗୁରୁ-ଗାୟତ୍ରୀ ପୂଜନ କରିଥିବା ବେଳେ ଅତିଥି ସ୍ୱାଗତ, ତିଳକ ଧାରଣ, ରକ୍ଷାସୂତ୍ର ବନ୍ଧନ କରିଥିଲେ ଭଉଣୀମାନେ । ସନ୍ତୋଷ କୁମାର ଜେନା ଯୁଗ ସଙ୍ଗୀତ ପରିବେଷଣ କରିଥିବା ବେଳେ ସ୍ୱାଗତ ସମ୍ଭାଷଣ ଦେଇଥିଲେ ଉପେନ୍ଦ୍ର ପାତ୍ର ।
ରାଜେନ୍ଦ୍ର ପ୍ରସାଦ ମହାପାତ୍ର ସତ୍ ସଂକଳ୍ପ ପାଠ କରିଥିଲେ । ବ୍ୟବସ୍ଥାପିକା ଉର୍ମିଳା ମିଶ୍ର ଯୁଗଶକ୍ତି ଗାୟତ୍ରୀ ଭବନ-ଓଡ଼ିଶା ଗାୟତ୍ରୀ ପରିବାରର ପ୍ରାଣ ଉପରେ ମତ ରଖିଥିଲେ । ଶାନ୍ତିକୁଞ୍ଜ ଆଞ୍ଚଳିକ କାର୍ଯ୍ୟାଳୟର ସଂଯୋଜକ ସୌମିତ୍ରୀ ଥାନପତି ରାଜ୍ୟ ସଂଗଠନର ହୃଦୟ ଉପରେ ଆଲୋକପାତ କରିଥିଲେ ।
ସୁସନ୍ତାନ ନିର୍ମାଣରେ ଦିଶାଦର୍ଶନ- ଆସନ୍ତୁ ଗଢ଼ିବା ସଂସ୍କାରବାନ ପିଢ଼ି ଅଭିଯାନ ନେଇ କହିଥିଲେ ବିଳାସିନୀ ସାହୁ । ବିଦ୍ୟାର୍ଥୀ ବ୍ୟକ୍ତିତ୍ୱ ବିକାଶର ଦୀକ୍ଷା-ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ଉପରେ କହିଥିଲେ ପ୍ରଫୁଲ୍ଲ ଚନ୍ଦ୍ର ଦାସ । ରଚନାତ୍ମକ ଆନ୍ଦୋଳନ ଦ୍ୱାରା ଯୁବା ଜାଗରଣ ଉପରେ ସନ୍ତୋଷ କୁମାର ଜେନା କହିଥିବା ବେଳେ ସମୟର ଆହ୍ୱାନ-ନାରୀଶକ୍ତି ସଂବର୍ଦ୍ଧନ ଉପରେ କହିଥିଲେ ରଜନୀରାଣୀ ରାଜହଂସ । ମୁଖ୍ୟ ଅତିଥି ଭାବେ ଶାନ୍ତିକୁଞ୍ଜ ହରିଦ୍ୱାରର ବରିଷ୍ଠ କାର୍ଯ୍ୟକର୍ତ୍ତା ଶେଷଦେବ ବଢ଼େଇ ଯୋଗ ଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ । ଧନ୍ୟବାଦ ଅର୍ପଣ ଓ ଶାନ୍ତିପାଠ କରିଥିଲେ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories