Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାମଙ୍କ ପାଇଁ ଚେନ୍ନାଇରୁ ଆସିଲା ସୁନାର ଧନୁତୀର

Devotion

ରାମଙ୍କ ପାଇଁ ଚେନ୍ନାଇରୁ ଆସିଲା ସୁନାର ଧନୁତୀର

Arpita Mohanty
Browse all articles by Arpita Mohanty
·2 years ago·1 min read
ରାମଙ୍କ ପାଇଁ ଚେନ୍ନାଇରୁ ଆସିଲା ସୁନାର ଧନୁତୀର

ଅର୍ଗସ ବ୍ୟୁରୋ : ଆସୁଛନ୍ତି ପ୍ରଭୁ ଶ୍ରୀରାମ । ଚାରିଆଡ଼େ ଶୁଭୁଛି ଜୟ ଶ୍ରୀରାମ ନାରା।  ଖାଲି ଦେଶ ନୁହେଁ ବିଦେଶରେ ମଧ୍ୟ ରାମ ଭକ୍ତ ତାଙ୍କ ଆଗମନକୁ ଚାହିଁ ବସିଛନ୍ତି। ଆସନ୍ତା ୨୨ ତାରିଖରେ ଧରାପୃଷ୍ଠକୁ ଅବତରଣ କରିବେ ରାମଲାଲା। ଚଳଚଞ୍ଚଳ ହୋଇଉଠିଛି ଅଯୋଧ୍ୟା ନଗରୀ । କୋଟି କୋଟି ରାମ ଭକ୍ତ ତାଙ୍କ ପ୍ରଭୁଙ୍କ ଆଗମନକୁ ଆଗ୍ରହ ଏବଂ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି । ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ସମସ୍ତ ବ୍ୟବସ୍ଥା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଲାଣି। ସେ ମଧ୍ୟରେ କିଏ କେତେ କଣ ପ୍ରଭୁଙ୍କୁ ଅର୍ପଣ କରିଦେଉଛନ୍ତି । ତା ମଧ୍ୟରେ ପ୍ରଭୁଙ୍କର ପ୍ରିୟ ଧନୁତୀର ବା କେମିତି କିଏ ଭୁଲିଯିବ। ପ୍ରଭୁ ଶ୍ରୀରାମଙ୍କ ପାଇଁ ଅଯୋଧ୍ୟାସ୍ଥିତ ଅମାଭା ରାମ ମନ୍ଦିର ପକ୍ଷରୁ ୨.୫ କିଲୋ ଓଜନର ସ୍ବର୍ଣ୍ଣଖଚିତ ଧନୁତୀର ଉପହାର ଦିଆଯିବ।

ଚେନ୍ନାଇରେ ଏହି ଧନୁ ତୀର ପ୍ରସ୍ତୁତ କରାଯାଉଛି। ୧୯ ସୁଦ୍ଧା ଏହା ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି। ବାଲ୍ମିକୀ ରାମାୟଣରେ ଯେଉଁ ଭଳି ଭାବରେ ରାମଙ୍କ ତୀର ବର୍ଣ୍ଣିତ ହୋଇଛି ସେହିଭଳି ଭାବରେ ଏହି ଧନୁତୀର ତିଆରି କରାଯାଇଛି। ରାମଙ୍କ ଧନୁରେ ୨୩ କ୍ୟାରେଟ ଯୁକ୍ତ ୭୦୦ ଗ୍ରାମ ସୁନା ବ୍ୟବହାର କରାଯାଇଥିବା କୁହାଯାଇଛି। ଚେନ୍ନାଇର ଏହି କାରିଗରଙ୍କ ପରିବାର ବିଗତ ୨୦୦ ବର୍ଷ ଧରି ପାରମ୍ପରିକ ଢଙ୍ଗରେ ଧନୁତୀର ନିର୍ମାଣ କରିଆସୁଛନ୍ତି।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold bow and arrow | Argus News