Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

ପ୍ରେମାନନ୍ଦ ମହାରାଜାଙ୍କ ସାମ୍ନାରେ କାନ୍ଦିଲେ ଗ୍ରେଟ୍ ଖଲିଙ୍କ ଝିଅ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ପ୍ରେମାନନ୍ଦ ମହାରାଜାଙ୍କ ସାମ୍ନାରେ କାନ୍ଦିଲେ ଗ୍ରେଟ୍ ଖଲିଙ୍କ ଝିଅ

Key Points

  • ପ୍ରେମାନନ୍ଦ ମହାରାଜାଙ୍କ ସାମ୍ନାରେ କାନ୍ଦିଲେ ଗ୍ରେଟ୍ ଖଲିଙ୍କ ଝିଅ
  • ଭାବବିହ୍ବଳ ହେଲେ ପ୍ରେମାନନ୍ଦ ଜୀ
  • କହିଲେ ଏ ଝିଅ ସାଧାରଣ ନୁହେଁ ବରଂ ପୂର୍ବ ଜନ୍ମର ଜଣେ ସନ୍ଥ

ଅର୍ଗସ ବ୍ୟୁରୋ : ପ୍ରେମାନନ୍ଦ ଜୀ ମହାରାଜ କୃଷ୍ଣଙ୍କ କଥା କହିବା ମାତ୍ରେ ଆଖିରେ ଲୁହ ଛଳଛଳ ହୋଇ ଯାଇଥିଲା ଗ୍ରେଟ ଖଲିଙ୍କ ଝିଅର । ବୟସ ୮ କି ୯ ହେବ । ଏତେ କମ ବୟସରୁ ପ୍ରଭୁ କୃଷ୍ଣଙ୍କ ନାଁ ଶୁଣି ଆଖିରୁ ଲୁହ ଗଡାଇବା ଦେଖି ଯେତିକି ଭାବବିହ୍ବଳ ହୋଇ ପଡିଥିଲେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ ।
ପ୍ରେମାନନ୍ଦ ଜୀ ମହାରାଜଙ୍କୁ ପ୍ରାୟ ସମସ୍ତେ ଶ୍ରୀରାଧାଙ୍କ ଭକ୍ତ ଭାବରେ ସମସ୍ତେ ଜାଣିଛନ୍ତି । ନିଜର ୨ ଟା କିଡନୀ ସେ ୧୦ ବର୍ଷରୁ ଅଧିକ ହେବ ହରାଇ ସାରିଥିଲେ ମଧ୍ୟ ରାଧାଙ୍କ କୃପାରୁ ବଞ୍ଚିଥିବା କୁହନ୍ତି । ବୃନ୍ଦାବନରେ ନିଜର ଆଶ୍ରମରେ ସେ ସବୁବେଳେ କୃଷ୍ଣରାଧାଙ୍କ ଭଜନ ଗାଉଥାନ୍ତି । ତାଙ୍କ ଦର୍ଶନ ତଥା ତାଙ୍କ ସହ କଥା ହେବାପାଇଁ ଅନେକ ସ୍ଥାନରୁ ଭକ୍ତମାନେ ଆସିଥାନ୍ତି ।
କୁସ୍ତିଯୋଦ୍ଧା ଗ୍ରେଟ୍ ଖଲି ଏବେ ପ୍ରେମାନନ୍ଦଙ୍କ ପାଖକୁ ଅନେକ ଥର ଯାଉଥିବା ଦେଖିବାକୁ ମିଳିଛି । ତେବେ ଗୋଟେ ଦିନ ପୂର୍ବରୁ ହିଁ ସେ ନିଜ ଝିଅ ସହ ପ୍ରେମାନନ୍ଦଙ୍କ ଆଶ୍ରମକୁ ଯାଇଥିଲେ । ସେଠାରେ ସେ ନିଜ ଝିଅ ଛୋଟବେଳୁ କୃଷ୍ଣଙ୍କୁ ଭଲ ପାଉଥିବା ପୂଜା କରୁଥିବା କଥା କହିଥିଲେ । ଏବଂ ଘରେ ଅନ୍ୟ ଠାକୁରଙ୍କ ଫଟୋ ଥିବାରୁ ସେ ଦ୍ବନ୍ଦରେ ପଡୁଥିବାରୁ ତାର ଦ୍ବନ୍ଦ ଦୂର କରିବା ପାଇଁ ପ୍ରେମାନନ୍ଦ ଜୀ ଙ୍କୁ ଅନୁରୋଧ କରିଥିଲେ । ଯେତେବେଳେ ପ୍ରେମାନନ୍ଦ ଜୀ ମହାରାଜ କୃଷ୍ଣଙ୍କ କଥା କହିବା ଆରମ୍ଭ କରିଥିଲେ ଗ୍ରେଟ ଖଲିଙ୍କ ଝିଅ କାନ୍ଦିବା ଆରମ୍ଭ କରିଥିଲେ । 

ପ୍ରେମାନନ୍ଦ କହିଥିଲେ  , ଇଏ ସାଧାରଣ ଝିଅ ନୁହେଁ, ଇଏ ପୂର୍ବ ଜନ୍ମର ଜଣେ ଭଜନ ଗାଉଥିବା ସନ୍ଥ ଅଟେ । ଯିଏ ନିଜର ଭଜନ ପୁରା କରିନପାରି ପୁଣି ଜନ୍ମଗ୍ରହଣ କରିଛନ୍ତି । ଆପଣଙ୍କ ପରିବାର ଭାଗ୍ୟଶାଳୀ ବୋଲି କହିଥିଲେ ପ୍ରେମାନନ୍ଦ ମହାରାଜ । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Great Khali's daughter cried in front of Premananda Maharaja | Argus News