Videos
|
Devotion

Mumbai Ganesh Puja 2026 / ଦର୍ଶନ ଦେଲେ ମାୟା ନଗରୀର ସବୁଠାରୁ ଧନୀ ବପ୍ପା

Subhramjit Ray
Browse all articles by Subhramjit Ray
·1 hour ago·2 min read
ଦର୍ଶନ ଦେଲେ ମାୟା ନଗରୀର ସବୁଠାରୁ ଧନୀ ବପ୍ପା
Mumbai Ganesh Puja 2026

Key Points

ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତ, ସ୍ୱେଚ୍ଛାସେବକ ଏବଂ ବାପ୍ପାଙ୍କ ଅଳଙ୍କାରର ସମ୍ପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ, ମଣ୍ଡଳ ଚଳିତ ବର୍ଷ ୭୦୩.୨୭ କୋଟିର ଏକ ରେକର୍ଡ ଭାଙ୍ଗିବା ବୀମା ପଲିସି ନେଇଛି।
ଗଣେଶ ପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠି ସାରିଲାଣି ମାୟା ନଗରୀ ମୁ୍ମ୍ବାଇ। ସ୍ଥାନୀୟ କିଙ୍ଗସ୍ ସର୍କଲ୍ ସ୍ଥିତ ପ୍ରତିଷ୍ଠିତ GSB ସେବା ମଣ୍ଡଳ, ଏହାର ୭୨ତମ ଗଣେଶୋତ୍ସବ ପାଇଁ ଗଣପତିଙ୍କ ପ୍ରଥମ ଦର୍ଶନ ଆନୁଷ୍ଠାନିକ ଭାବରେ ଜାରି କରିଛି। ଚଳିତ ବର୍ଷ ସେପ୍ଟେମ୍ବର ୧୪ ତାରିଖରୁ ୧୮ ପର୍ଯ୍ୟନ୍ତ ମଣ୍ଡଳରେ ଗଣେଶତ୍ସୋବ ଅତ୍ୟନ୍ତ ଉତ୍ସାହର ସହିତ ପାଳିତ ହେବ। ଚଳିତ ବର୍ଷ ଏହି ମହାନ କାର୍ଯ୍ୟକ୍ରମର କିଛି ମୁଖ୍ୟ ଆକର୍ଷଣ ରହିଛି।

ସୁନା ଏବଂ ରୂପା ସାଜସଜ୍ଜା ଏବଂ ଐତିହାସିକ ବୀମା
୬୫ କିଲୋଗ୍ରାମ ଶୁଦ୍ଧ ସୁନା ଏବଂ ୩୩୫ କିଲୋଗ୍ରାମ ରୂପା ଅଳଙ୍କାରରେ ସଜ୍ଜିତ ଏହି ମୂର୍ତ୍ତି ଲକ୍ଷ ଲକ୍ଷ ଭକ୍ତଙ୍କ ଗଭୀର ବିଶ୍ୱାସର ପ୍ରତୀକ।

୭୦୩.୨୭ କୋଟି ଟଙ୍କାର ମେଗା ବୀମା
ସମସ୍ତ ଭକ୍ତ, ସ୍ୱେଚ୍ଛାସେବକ ଏବଂ ବପ୍ପାଙ୍କ ଅଳଙ୍କାରର ସମ୍ପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ, ମଣ୍ଡଳ ଚଳିତ ବର୍ଷ ୭୦୩.୨୭ କୋଟି ଟଙ୍କାର ଏକ ରେକର୍ଡ ଭଙ୍ଗା ବୀମା ପଲିସି କରିଛି।

ଏହା ସହ ପଢନ୍ତୁ: ଗଣପତି ବପ୍ପାଙ୍କ ଲାଗି ହେଲା ମୋଟା ଅଙ୍କର ବୀମା; ପରିମାଣ ଶୁଣିଲେ ଉଡ଼ିଯିବ ହୋସ୍

ମହାପୂଜା ଏବଂ ବିଶାଳ ଅନ୍ନଦାନ ସେବା
ଏହି ପବିତ୍ର ୫ ଦିନରେ ପାରମ୍ପରିକ ବୈଦିକ ପୁରୋହିତଙ୍କ ଏକ ଦଳ ଦ୍ୱାରା ୧ ଲକ୍ଷରୁ ଅଧିକ ପୂଜାର୍ଚ୍ଚନା ସହ ସେବା ପୂଜା କରାଯିବ। ଏଥିରେ ମହା ମୁଡଗଣପତି ପୂଜା, ସହସ୍ର ମୋଦକ ହବନ, ପୁଷ୍ପ ପୂଜା, ଦୀପାରାଧନ ସେବା, ତୁଳାଭାର ସେବା ଏବଂ ମହାଭୋଗ ସେବା ଅନ୍ତର୍ଭୂକ୍ତ ରହିଛି। ସେବାର ଏହି ସମୃଦ୍ଧ ପରମ୍ପରାକୁ ଜାରି ରଖି, ମଣ୍ଡଳ ପ୍ରତିଦିନ ୪୦ ହଜାର ଭକ୍ତଙ୍କୁ ନୂତନ ମହାପ୍ରସାଦ ପରିବେଷଣ କରିବ। ସମଗ୍ର ମହୋତ୍ସବରେ ୨ ଲକ୍ଷରୁ ଅଧିକ ଭକ୍ତଙ୍କୁ ଅନ୍ନ ପ୍ରସାଦ ଯୋଗାଇ ଦିଆଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁରକ୍ଷା ଏବଂ ପରିବେଶଗତ ପଦକ୍ଷେପ
ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସହଯୋଗରେ ୫୫୫ ଜଣ ଉତ୍ସର୍ଗୀକୃତ ସୁରକ୍ଷା କର୍ମଚାରୀଙ୍କୁ ୨୪ ଘଣ୍ଟା ସମୟ ନିର୍ଘଣ୍ଟ (Shift) ଅନୁସାରେ ନିୟୋଜିତ କରାଯିବ।

୩୬୦ -ଡିଗ୍ରୀ ନିରୀକ୍ଷଣ (360 Degree Surveillance): ୧୦୦ High Definition ଏବଂ PTZ କ୍ୟାମେରାର ଏକ ନେଟୱାର୍କ ସ୍ଥାପନ କରାଯାଇଛି। ଯାହା ସିଧାସଳଖ କେନ୍ଦ୍ରୀୟ କମାଣ୍ଡ ରୁମ୍ (Central Command) ସହିତ ସଂଯୁକ୍ତ ହୋଇଛି ।

ପରିବେଶଗତ ଚିନ୍ତାକୁ ଦୃଷ୍ଟିରେ ରଖି, ସମସ୍ତ ସେବା ବୁକିଂ ରସିଦ ଏବଂ ଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ ଏବଂ କାଗଜବିହୀନ କରାଯାଇଛି।