|
logo
Live
Argus News App
GET APP

Argus News - ପୃଥିବୀରେ କେଉଁଠି ନିବାସ କରନ୍ତି ପବନ ପୁତ୍ର? କ'ଣ ରହିଛି ଗନ୍ଧମାଦନ ପର୍ବତ ସହ ସମ୍ପର୍କ?

Devotion

Hanuman Jayanti Special / ପୃଥିବୀରେ କେଉଁଠି ନିବାସ କରନ୍ତି ପବନ ପୁତ୍ର? କ'ଣ ରହିଛି ଗନ୍ଧମାଦନ ପର୍ବତ ସହ ସମ୍ପର୍କ?

Subhramjit Ray
Browse all articles by Subhramjit Ray
·1 hour ago·3 min read
ପୃଥିବୀରେ କେଉଁଠି ନିବାସ କରନ୍ତି ପବନ ପୁତ୍ର? କ'ଣ ରହିଛି ଗନ୍ଧମାଦନ ପର୍ବତ ସହ ସମ୍ପର୍କ?
Hanuman Jayanti Special

Key Points

ପୃଥିବୀରେ ଯେଉଁଠାରେ ଭଗବାନ ଶ୍ରୀରାମଙ୍କୁ ସମର୍ପିତ ସ୍ତୋତ୍ରଗାନ, ମନ୍ତ୍ର ଜପ, ଭଜନ କୀର୍ତ୍ତନ ହୋଇଥାଏ ସେଠାରେ ମାରୁତି ନନ୍ଦନ ସର୍ବଦା ଉପସ୍ଥିତ ରହିଥାନ୍ତି।
Hanuman Jayanti Gandhamadan Parvat Special Story: ହିନ୍ଦୁ ଧର୍ମରେ ଶକ୍ତିର ଅବତାର ଭାବରେ ବିବେଚିତ ପ୍ରଭୁ ହନୁମାନ। ଯାହାଙ୍କୁ ଭଗବାନ ଶ୍ରୀରାମଙ୍କ ଜଣେ ପ୍ରଗାଢ ଭକ୍ତ ଏବଂ ସଂହାରକର୍ତ୍ତା ଭଗବାନ ଶିବଙ୍କ ଅବତାର ଭାବରେ ବିବେଚନା କରାଯାଏ। ମାରୁତି ନନ୍ଦନ ହନୁମାନ ଅଷ୍ଟ ଚିରଞ୍ଜିବୀ (ଅମର) ଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କୁ ଅମରତ୍ୱ ପ୍ରାପ୍ତି ହେବା ସହ ସେ ପ୍ରତ୍ୟେକ ଯୁଗରେ ପୃଥିବୀରେ ଉପସ୍ଥିତ ଅଛନ୍ତି। କଳିଯୁଗରେ ମହାବୀର ବଜରଙ୍ଗୀଙ୍କ ପୂଜା ଖୁବ ଶୀଘ୍ର ଫଳ ପ୍ରଦାନ କରେ ବୋଲି କୁହାଯାଏ। ବିଶ୍ୱାସ କରାଯାଏ ଯେ ହନୁମାନ ସତ୍ ହୃଦୟରେ ଧ୍ୟାନ କରୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିଥାନ୍ତି। ସମସ୍ତ ଦୁଃଖ କଷ୍ଟ ହରଣ ପବନ ପୁତ୍ର କୁ ଦୂର କରିପାରୁଥିବା ହନୁମାନ ପୃଥିବୀରେ କେଉଁଠାରେ ବାସ କରନ୍ତି? କେଉଁଠି ରହିଛି ଧାର୍ମିକ ଆସ୍ଥାର ହନୁମତ ଧାମ?

ଭାଗବତ ପୁରାଣ ଅନୁସାରେ କଳିଯୁଗରେ ସମସ୍ତ କଷ୍ଟକୁ ହରଣ କରୁଥିବା ହନୁମାନ ଗନ୍ଧମାଦନ ପର୍ବତରେ ବସବାସ କରିଥାନ୍ତି। ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ପ୍ରଫେସର ରାମରାଜ ଉପାଧ୍ୟାୟଙ୍କ ଅନୁଯାୟୀ, ବିଷ୍ଣୁ ପୁରାଣ ଏବଂ ବାୟୁ ପୁରାଣରେ ଏହି ହନୁମତ ଧାମକୁ କୈଳାସ ପର୍ବତର ଉତ୍ତର ଦିଗରେ, ସୁମେରୁ ପର୍ବତ ନିକଟରେ ଅବସ୍ଥିତ ବୋଲି ବିଶ୍ୱାସ କରାଯାଏ। ଏହି ଦିବ୍ୟ ପର୍ବତ ହେଉଛି ସିଦ୍ଧ ଋଷି, ମୁନି, ସାଧୁ, ସନ୍ଥଙ୍କ ତପୋଭୂମି। ଯେଉଁଠି ସାଧାରଣ ଲୋକଙ୍କ ପହଞ୍ଚିବା ଅତ୍ୟନ୍ତ କଷ୍ଟକର। ପ୍ରଫେସର ଉପାଧ୍ୟାୟଙ୍କ କହିବା ଅନୁଯାୟୀ, ପାଲି, ତ୍ରିପିଟକ ଏବଂ ଅନ୍ୟ ବୌଦ୍ଧ ସାହିତ୍ୟରେ ମଧ୍ୟ ଗନ୍ଧମାଦନ ପର୍ବତ ବିଷୟରେ ଉଲ୍ଲେଖ ରହିଛି।

କାହିଁକି ବଜରଙ୍ଗୀ ଗନ୍ଧମାଦନ ପର୍ବତକୁ ନିଜର ବାସସ୍ଥାନ କରିଥିଲେ?
ବିଭିନ୍ନ ଧାର୍ମିକ ଗ୍ରନ୍ଥରେ ଗନ୍ଧମାଦନ ପର୍ବତକୁ ଏକ ଅତ୍ୟନ୍ତ ପବିତ୍ର ଏବଂ ଦିବ୍ୟ ସ୍ଥାନ ଭାବରେ ବିବେଚନା କରାଯାଏ। ପବନ ପୁତ୍ର ହନୁମାନ ଏଠାରେ ତାଙ୍କ ପ୍ରଭୁ ଶ୍ରୀରାମଙ୍କ ଭକ୍ତିରେ ଲୀନ ହୋଇ ଯାଇଥିଲେ ବୋଲି ବିଶ୍ୱାସ କରାଯାଏ। ଗନ୍ଧମାଦନ ପର୍ବତ କୈଳାସ ମାନସରୋବର ଏବଂ ବଦ୍ରିନାଥ ଧାମ ମଧ୍ୟରେ ଅବସ୍ଥିତ ବୋଲି ବିଶ୍ୱାସ କରାଯାଏ। ଭାଗବତ ପୁରାଣ କାହାଣୀ ଅନୁଯାୟୀ, ଯେତେବେଳେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ବୈକୁଣ୍ଠ ଲୋକ ଯିବା ପାଇଁ ପୃଥିବୀ ତ୍ୟାଗ କରିଥିଲେ, ସେ ହନୁମାନଙ୍କୁ ଡାକି ପୃଥିବୀରେ ବସବାସ କରିବାକୁ କହିଥିଲେ। ଏହା ପରେ ଶକ୍ତିର ଅବତାର ଭାବରେ ଜଣାଶୁଣା ପବନ ପୁତ୍ର ଏହି ପବିତ୍ର ଏବଂ ଦିବ୍ୟ ଗନ୍ଧମାଦନ ପର୍ବତକୁ ତାଙ୍କର ବାସସ୍ଥାନ ଭାବରେ ବାଛିଥିଲେ।

ଯେବେ ଗନ୍ଧମାଦନ ପର୍ବତରେ ହନୁମାନ ଭାଙ୍ଗିଥିଲେ ଭୀମଙ୍କ ଗର୍ବ
ପଣ୍ଡିତ ରାମରାଜ ଉପାଧ୍ୟାୟଙ୍କ କହିବା ଅନୁସାରେ, ମହାଭାରତର ବନ ପର୍ବରେ ଗନ୍ଧମାଦନ ପର୍ବତ ବିଷୟରେ ଉଲ୍ଲେଖ ଅଛି। ଏହା ହେଉଛି ସେହି ପର୍ବତ ଯେଉଁଠାରେ ମହାଭାରତ କାଳରେ ଭୀମଙ୍କ, ହନୁମାନଙ୍କ ସହ ଭେଟ ହୋଇଥିଲେ। ମହାଭାରତର ବନ ପର୍ବର ଏକ କାହାଣୀ ଅନୁଯାୟୀ, ଯେତେବେଳେ ପାଣ୍ଡବ ବନବାସ ସମୟରେ ଉତ୍ତରାଖଣ୍ଡରେ ପହଞ୍ଚିଲେ, ସେତେବେଳେ ଏକ ହଜାର ପାଖୁଡା ବିଶିଷ୍ଟ ପଦ୍ମ ଫୁଲ ଦ୍ରୌପଦୀଙ୍କ ପାଖକୁ ଉଡ଼ି ଆସିଥିଲା। ସେ ଏହାକୁ ଉଠାଇ ଆଘ୍ରାଣ କରିବା ପରେ ସେ ଏହାର ସୁଗନ୍ଧରେ ବିମୋହିତ ହୋଇ ଯାଇଥିଲେ। ଏହା ପରେ ସେ ଭୀମଙ୍କୁ ଏହି ପଦ୍ମ ଫୁଲକୁ ତୋଳି ଆଣିବା ପାଇଁ କହିଥିଲେ।

ଯେତେବେଳେ ଭୀମ ସେହି ହଜାର ପାଖୁଡା ବିଶିଷ୍ଟ ପଦ୍ମ ଫୁଲକୁ ଖୋଜୁଥିଲେ ସେତେବେଳେ ସେ ଗନ୍ଧମାଦନ ପର୍ବତରେ ପହଞ୍ଚିଲେ। ସେହି ସମୟରେ ସେ ରାସ୍ତାରେ ଏକ ବୃଦ୍ଧ ବାନର ତାଙ୍କ ଲାଞ୍ଜକୁ ଲମ୍ବାଇ ଆରମ କରୁଥିବାର ଦେଖିବାକୁ ପାଇଲେ। ଭୀମ ଯେତେବେଳେ ସେହି ବାନର ହଟିଯିବା ପାଇଁ କହିଲେ, ସେତେବେଳେ ସେହି ବାନର ଉତ୍ତର ଦେଇଥିଲେ, "ମୁଁ ହଟିବି ନାହିଁ, ଯଦି ତୁମେ ଚାହୁଁଛ, ତାହେଲେ ତୁମେ ମୋର ଲାଞ୍ଜ ଘୁଞ୍ଚାଇ ଦେଇ ଯାଇପାରିବ।" ଏହା ପରେ ଯେତେବେଳେ ଭୀମ ବହୁ ଚେଷ୍ଟା ସତ୍ତ୍ୱେ, ସେହି ବାନରର ଲାଞ୍ଜ ଘୁଞ୍ଚାଇ ପାରିଲେ ନାହିଁ, ସେତେବେଳେ ସେ ତାଙ୍କର ଭୁଲ ବୁଝିପାରିଥିଲେ ଏବଂ ଜାଣିପାରିଲେ ଯେ ବୃଦ୍ଧ ବାନର ଅନ୍ୟ କେହି ନୁହେଁ ବରଂ ପବନ ପୁତ୍ର ହନୁମାନ। ଏହିପରି ଭାବରେ ହନୁମାନ ଭୀମଙ୍କ ଅହଂକାରକୁ ଦୂର କରିଥଲେ। ତାଙ୍କୁ ଶକ୍ତି ସହିତ ନମ୍ରତାର ଗୁରୁତ୍ୱ ମଧ୍ୟ ଶିଖାଇଥିଲେ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hanuman Jayanti Special: ପୃଥିବୀରେ କେଉଁଠି ନିବାସ କରନ୍ତି ପବନ ପୁତ୍ର? କ'ଣ ରହିଛି ଗନ୍ଧମାଦନ ପର୍ବତ ସହ ସମ୍ପର୍କ? | Argus News