ପୁରାଣରୁ କେମିତି ପାଳନ କରାଯାଏ ହୋଲି ,ଜାଣନ୍ତୁ ହୋଲି ସମ୍ବନ୍ଧୀୟ ତଥ୍ୟ

ଅର୍ଗସ ବ୍ୟୁରୋ : ଆସୁଛି ରଙ୍ଗର ପର୍ବ ହୋଲି । ହୋଲି ଆସୁଛି ମାନେ ବସନ୍ତର ଆଗମନ ହୋଇଛି । ଆଉ ବସନ୍ତର ହାଲକା ପବନରେ ସମସ୍ତଙ୍କ ମନ ଆନମନା ହେଲାଣି । ସେଇଥିପାଇଁ ତ କୁହାଯାଏ ବୁରା ନ ମାନୋ ହୋଲି ହେ । ସାଧାରଣତଃ ହୋଲିକୁ ରାଧା କୃଷ୍ଣଙ୍କ ପର୍ବ ବୋଲି ଆମେ ସମସ୍ତେ ଜାଣନ୍ତି । କିନ୍ତୁ କ'ଣ ଆପଣ ପୌରାଣିକ ହୋଲି ବିଷୟରେ କିଛି ଜାଣିଛନ୍ତି କି ? ପୁରାଣରୁ ହୋଲି କେମିତି ପାଳନ କରାଯାଏ ?
ଅଧିକ ପଢନ୍ତୁ : ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼
ମଥୁରା ସହରର ବରସାନାରେ ପ୍ରସିଦ୍ଧ ଲଠମାର ହୋଲି ପ୍ରତିବର୍ଷ ଭଗବାନ ଶ୍ରୀକୃଷ୍ଣ ଏବଂ ମା ରାଧାଙ୍କୁ କେନ୍ଦ୍ର କରି ହୋଇଥାଏ | ଏହି ଦିନ ମହିଳା ମାନେ ପୁରୁଷ ମାନଙ୍କ ସହ ଏକ ଭିନ୍ନ ଧରଣର ହୋଲି ଖେଳିଥାନ୍ତି | ଯେଉଁଥିରେ ମହିଳା ମାନେ ଗୋପୀ ଏବଂ ପୁରୁଷ ମାନେ ଗୋପଙ୍କ ବସ୍ତ୍ର ପରିଧାନ କରିଥାନ୍ତି | ଏହି ଦିନ ପୁରୁଷଙ୍କ ସହ ହୋଲି ଖେଳିବା ପାଇଁ ମହିଳା ମାନେ ତାଙ୍କୁ ବାଡ଼ିରେ ବାଡେଇଥାନ୍ତି ସେଥିପାଇଁ ଏହାକୁ ଲଠମାର ହୋଲି ବୋଲି କୁହାଯାଏ | କେବଳ ସେତିକି ନୁହେଁ ଯେଉଁ ପୁରୁଷମାନେ ମହିଳାଙ୍କ ହାତରେ ଧାରା ପଡିଯାଆନ୍ତି ସେମାନଙ୍କୁ ଶାଢ଼ୀ ପିନ୍ଧି ନାଚିବାକୁ ମଧ୍ୟ ପଡିଥାଏ | ତେବେ ଏହା ସେବେରୁ ଚାଲିଆସୁଛି ଯେବେ ଭଗବାନ କୃଷ୍ଣ ତାଙ୍କ ରାଧାରାଣୀଙ୍କ ସହ ହୋଲି ଖେଳିବା ପାଇଁ ବରସାନା ଯାଇଥିଲେ | ଏବଂ ମା ରାଧାରାଣୀ ଏବଂ ତାଙ୍କ ସଖି ମାନେ ଭଗବାନ କୃଷ୍ଣଙ୍କ ସହ ଏହି ଲଠମାର ହୋଲି ଖେଳିଥିଲେ | ତେବେ ଏହି ହୋଲି ଉତ୍ତରପ୍ରଦେଶରେ ବହୁତ ଆଦୃତ ଏବଂ ଏହା କେବଳ ଗୋଟେ ଦିନ ନୁହଁ ବରଂ ୭ ଦିନ ଧରି ଚାଲିଥାଏ |