Kumar Purnima / ଆଜି ପବିତ୍ର କୁମାର ପୂର୍ଣ୍ଣିମା: ମନଲାଖି ଜୀବନସାଥୀ ପାଇବାକୁ କୁମାରୀଙ୍କ ପୂଜାର୍ଚ୍ଚନା
·54 mins ago·2 min read

Key Points
ଆଜି ପବିତ୍ର କୁମାର ପୂର୍ଣ୍ଣିମା
ପୂର୍ବାହ୍ନ ୧୧ଟା ୫୬ ପର ଠାରୁ ପୂର୍ଣ୍ଣିମା ତିଥି ପ୍ରବେଶ କରୁଛି
ମନଲାଖି ଜୀବନ ସାଥୀ ପାଇବାକୁ କୁମାରୀଙ୍କ ପୂଜାର୍ଚ୍ଚନା
ସୂର୍ଯ୍ୟଦେବଙ୍କୁ ଆଞ୍ଜୁଳି ଟେକି ପ୍ରାର୍ଥନା
ପୂର୍ବାହ୍ନ ୧୧ଟା ୫୬ ପର ଠାରୁ ପୂର୍ଣ୍ଣିମା ତିଥି ପ୍ରବେଶ କରୁଛି
ମନଲାଖି ଜୀବନ ସାଥୀ ପାଇବାକୁ କୁମାରୀଙ୍କ ପୂଜାର୍ଚ୍ଚନା
ସୂର୍ଯ୍ୟଦେବଙ୍କୁ ଆଞ୍ଜୁଳି ଟେକି ପ୍ରାର୍ଥନା
ଆଜି ପବିତ୍ର କୁମାର ପୂର୍ଣ୍ଣିମା। ପୂର୍ବାହ୍ନ 11 ଟା 56 ପର ଠାରୁ ପୂର୍ଣ୍ଣିମା ତିଥି ପ୍ରବେଶ କରୁଛି। ଅବିବାହିତ ଯୁବତୀମାନେ ଏହି ଦିନ ପୂଜାର୍ଚ୍ଚନା କରି ନିଜ ଜୀବନରେ ଜଣେ ଯୋଗ୍ୟ ଓ ଆଦର୍ଶ ଜୀବନସାଥୀ ପାଇବା ପାଇଁ ପ୍ରାର୍ଥନା କରିଥାନ୍ତି । ଏହି ପର୍ବର ଆରମ୍ଭ ହୁଏ ସକାଳୁ। ଯୁବତୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରି ନୂଆ ପୋଷାକ ପିନ୍ଧନ୍ତି। ଏହାପରେ ସୂର୍ଯ୍ୟଦେବଙ୍କୁ ଖଇ, ଫଳମୂଳ ଓ ବିଭିନ୍ନ ପୂଜା ସାମଗ୍ରୀ ଅର୍ପଣ କରିଥାନ୍ତି। ଏହି ପରମ୍ପରାକୁ ଅଞ୍ଜୁଳି ଟେକା ବୋଲି କୁହାଯାଏ । ସନ୍ଧ୍ୟା ହେଲେ ଆକାଶରେ ଜହ୍ନ ଉଇଁବାକୁ ସମସ୍ତଙ୍କ ଅପେକ୍ଷା । ପୂର୍ଣ୍ଣଚନ୍ଦ୍ରଙ୍କୁ ଦର୍ଶନ କରି ଯୁବତୀମାନେ ଚନ୍ଦ୍ର ପୂଜା କରନ୍ତି ।
ଏହି ସମୟରେ ଚନ୍ଦ୍ର ଚକଟା ଭୋଗ ଅର୍ପଣ କରାଯାଏ । ପୂଜା ପରେ ପ୍ରସାଦ ସେବନ ସହ ଗୀତ, ନାଚ ଓ ପୁଚି ଖେଳରେ ମାତି ଉଠେ ପରିବେଶ । କୁମାର ପୂର୍ଣ୍ଣିମାର ମହତ୍ତ୍ୱ କେବଳ ପୂଜାପାଠରେ ସୀମିତ ନୁହେଁ । ଏହା ଯୁବତୀମାନଙ୍କ ଆଶା, ଆକାଂକ୍ଷା, ପାରିବାରିକ ସ୍ନେହ ଓ ଓଡ଼ିଆ ଲୋକସଂସ୍କୃତିର ପ୍ରତୀକ । ଏହି ସମୟରେ ଅନେକ ସ୍ଥାନରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ ଆରମ୍ଭ ହୋଇଥାଏ । ଯାହା ସୁଖ, ସମୃଦ୍ଧି ଓ ଧନଧାନ୍ୟର କାମନା ସହ ଜଡ଼ିତ । କିନ୍ତୁ ଶ୍ରୀମନ୍ଦିରରେ ଉଦୟ ପର୍ବ ଅନୁସାରେ ଆସନ୍ତାକାଲି ପାଳିତ ହେବ କୁମାର ପୂର୍ଣ୍ଣିମା।''
ଓଡ଼ିଶାରେ କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜାର ତାରିଖକୁ ନେଇ ଭକ୍ତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। ପାରମ୍ପରିକ ଭାବରେ ଗୋଟିଏ ଦିନରେ ପାଳିତ ହେଉଥିବା ଏହି ପର୍ବଗୁଡ଼ିକର ପାଳନକୁ ନେଇ ଅକ୍ଟୋବର 25 କିମ୍ବା 26 ତାରିଖକୁ ନେଇ ପ୍ରଶ୍ନ ଉଠିଛି। ଅକ୍ଟୋବର 25 ତାରିଖ ପୂର୍ବାହ୍ନ 11ଟା 56 ମିନିଟ୍ ପରେ ପୂର୍ଣ୍ଣିମା ତିଥି ଆରମ୍ଭ ହେଉଛି। ଏହି ଆଧାରରେ ସେହି ଦିନ କୁମାର ପୂର୍ଣ୍ଣିମାର ପାରମ୍ପରିକ ରୀତିନୀତି ପାଳନ କରାଯାଇପାରିବ। କୁମାରୀମାନେ ପ୍ରତ୍ୟୁଷରୁ ଆଞ୍ଜୁଳି ଟେକିବା ସହ ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଦର୍ଶନ କରି ଚନ୍ଦ୍ରପୂଜା କରିବେ ଏବଂ ଏହି ଦିନ ଗଜଲକ୍ଷ୍ମୀ ପୂଜା ମଧ୍ୟ ପାଳନ କରାଯିବ।''
ଏଥିସହ ପଢ଼ନ୍ତୁ: ଧର୍ମ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ: ହିନ୍ଦୁ ଧର୍ମକୁ ଫେରିଲେ ୨ ଆଦିବାସୀ ପରିବାର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୁମାର ପୂର୍ଣ୍ଣିମା ସହିତ ଧନ ଓ ସମୃଦ୍ଧିର ଦେବୀ ମା’ ଗଜଲକ୍ଷ୍ମୀଙ୍କ ପୂଜାରମ୍ଭ ହୋଇଥାଏ। ଢେଙ୍କାନାଳ, କେନ୍ଦ୍ରାପଡ଼ା, ଚୌଦ୍ୱାର ଭଳି ଅନେକ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ପାଇଁ ବ୍ୟାପକ ଆୟୋଜନ କରାଯାଏ। ଶ୍ରୀମନ୍ଦିରରେ ଏହି ଦିନ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି, କଉଡ଼ି ଖେଳ ଓ ଭୋଗ ମଣ୍ଡପ ଆଦି ସମ୍ପନ୍ନ ହୋଇଥାଏ। ଏହି ପର୍ବ ପାଳନ ତିଥିକୁ ନେଇ କୌଣସି ପ୍ରକାର ଦ୍ୱନ୍ଦ୍ୱ ନାହିଁ ବୋଲି ଜ୍ୟୋତିର୍ବିଦ ପ୍ରକାଶ କରିଛନ୍ତି। ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ ପ୍ରଦୋଷ ଓ ମଧ୍ୟରାତ୍ରିର ତିଥିଯୋଗକୁ ଗୁରୁତ୍ୱ ଦେଇ କୁମାର ପୂର୍ଣ୍ଣିମା ବା କୋଜାଗର ବ୍ରତ ପାଳନ କରାଯାଏ। ଅନ୍ୟପଟେ ଶ୍ରୀମନ୍ଦିରରେ ଉଦୟ ତିଥି ପରମ୍ପରା ଅନୁସାରେ ଅକ୍ଟୋବର 26 ତାରିଖରେ କୁମାର ପୂର୍ଣ୍ଣିମା ପାଳନ ହେବ, ଯେଉଁଦିନ ସକାଳ 9ଟା 41 ମିନିଟ୍ ପର୍ଯ୍ୟନ୍ତ ପୂର୍ଣ୍ଣିମା ତିଥି ରହୁଛି।'ଅକ୍ଟୋବର 25 କିମ୍ବା 26 ତାରିଖରେ ପୂର୍ଣ୍ଣିମା ତିଥି ରହୁଥିବା ସମୟ ମଧ୍ୟରେ କାର୍ତ୍ତିକ ବ୍ରତଧାରୀମାନେ ସଂକଳ୍ପ କରି ବ୍ରତ ଆରମ୍ଭ କରିପାରିବେ। ତେବେ ପରିବାରର ପରମ୍ପରା, ପାଞ୍ଜି ଓ ସ୍ଥାନୀୟ ପୁରୋହିତଙ୍କ ପରାମର୍ଶ ଅନୁଯାୟୀ ବ୍ରତ ପାଳନ କରିବା ଉଚିତ।''
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର:
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର:
Related Topics
Explore more stories