Religious Conversion / ଧର୍ମ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ: ହିନ୍ଦୁ ଧର୍ମକୁ ଫେରିଲେ ୨ ଆଦିବାସୀ ପରିବାର
·2 hours ago·1 min read

Key Points
ହିନ୍ଦୁ ଧର୍ମକୁ ଫେରିଲେ ଦୁଇ ପରିବାର
ଅନ୍ୟ ଧର୍ମ ଛାଡ଼ି ପୁଣି ହିନ୍ଦୁ ଧର୍ମକୁ ଫେରିଲେ
କେନ୍ଦୁଝର ସଦର ବ୍ଲକ ବାଜୁଣିଟାଙ୍ଗର ଗ୍ରାମର ଦୁଇ ପରିବାର

କେଉଁଝର,୨୪/୧୦: ଅନ୍ୟ ଧର୍ମ ଛାଡ଼ି ପୁଣି ହିନ୍ଦୁ ଧର୍ମକୁ ଫେରିଲେ ଦୁଇ ପରିବାର। କେନ୍ଦୁଝର ସଦର ବ୍ଲକ ବାଜୁଣିଟାଙ୍ଗର ଗ୍ରାମର ହୁଣ୍ଡା ହୁଡ଼ି ସାହିରେ ଧର୍ମ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ଅନ୍ୟ ଧର୍ମ ଛାଡ଼ି ହିନ୍ଦୁ ଧର୍ମକୁ ଫେରିଛନ୍ତି ଦୁଇଟି ଆଦିବାସୀ ପରିବାରର ସାତ ଜଣ ସଦସ୍ୟ। ବିଶ୍ୱ ହିନ୍ଦୁ ପରିଷଦ ଓ ଗାୟତ୍ରୀ ପରିବାରର ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଧାର୍ମିକ ପରମ୍ପରା ଓ ରୀତିନୀତି ଅନୁଯାୟୀ ଏହି ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏଥିରେ ଦୁଇ ଆଦିବାସୀ ପରିବାରର ସାତ ଜଣ ସଦସ୍ୟଙ୍କ ସହ ସ୍ଥାନୀୟ ବାସିନ୍ଦା, ବିଶ୍ୱ ହିନ୍ଦୁ ପରିଷଦ ଓ ଗାୟତ୍ରୀ ପରିବାରର ଶତାଧିକ ସଦସ୍ୟ ଯୋଗ ଦେଇଥିଲେ।
ପଢନ୍ତୁ ଏହି ଖବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲା, ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠି ଗିରଫ
କାର୍ଯ୍ୟକ୍ରମ ଶେଷରେ ସାମୂହିକ ଭୋଜନର ଆୟୋଜନ କରାଯାଇଥିଲା। ଧର୍ମ ପ୍ରତ୍ୟାବର୍ତ୍ତନ କରିଥିବା ଦୁଇ ପରିବାର ନିଜ ଇଚ୍ଛାରେ ହିନ୍ଦୁ ଧର୍ମକୁ ଫେରିଥିବା ପ୍ରକାଶ କରିଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପଟେ, ଏଭଳି ଧର୍ମ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories