ମା ଭୈରବୀଙ୍କ ନିଆରା ପୂଜା , ୧୬ ଦିନ ରହିଥାଏ କବାଟ ବନ୍ଦ

ବୌଦ୍ଧ : ସବୁ ଦେବୀଙ୍କ ମନ୍ଦିର ଠାରୁ ବେଶ ନିଆରା ଏହି ଦେବୀଙ୍କ ମନ୍ଦିରର ପୂଜା । ଏଠାରେ ମାଆ ୧୬ ଦିନ ଧରି ଗୁପ୍ତ ପୂଜା ପାଇଥାନ୍ତି । ୧୬ ଦିନ ପରେ ଭକ୍ତଙ୍କୁ ସର୍ବସାଧାରଣରେ ଦର୍ଶନ ଦିଅନ୍ତି ମା ଭୈରବୀ ।
ବୌଦ୍ଧ ଜିଲ୍ଲାର ପୁରୁଣାକଟକ ସ୍ଥିତ ଭୈରବୀ ହେଉଛନ୍ତି ବୈାଦ୍ଧ ଜିଲ୍ଲାର ଆରାଧ୍ୟ ଦେବୀ । ଭଗବତୀ ଯୋଗମାୟା ଏଠାରେ ପଂଚପ୍ରକୃତି ଧାରଣ କରି ପତିତପାବନ ଶତ୍ରୁମର୍ଦ୍ଦିନୀ ଗର୍ବ ବିମୋହିନୀ,କାଳରୁପୀ, ଓ ମାତୃରୁପୀ ଭାବରେ ପରିଚିତ । ଏଠରେ ଏକାସାଙ୍ଗରେ ଶକ୍ତି ଓ ଶାକ୍ତକୁ ପୂଜା କରାଯାଏ । ଅନ୍ୟପୀଠ ଠାରୁ ଏଠାକାର ପୂଜା ନିଆରା । ମାଁଙ୍କ ଠାରେ ଷୋଳଦିନ ଧରି ଚାଲେ ଗୁପ୍ତ ପୂଜା । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ଅଷ୍ଟମୀ ଭାଇ ଜିଉନ୍ତିଆ ମଧ୍ୟ ରାତ୍ରରେ ସମାପ୍ତ ହୋଇଥାଏ ଗୁପ୍ତ ପୂଜା । ଗୁପ୍ତ ଭାବରେ କରାଯାଉଥିବା ଏହି ପୂଜା ସମାପ୍ତ ହେବା ପ୍ରଯ୍ୟନ୍ତ ଦେବୀଙ୍କୁ ଦେଖିବା ମନା ଓ ୧୬ ଦିନ ପର୍ଯ୍ୟନ୍ତ ମନ୍ଦିର କବାଟ ବନ୍ଦ ରହିଥାଏ । ଏପରି କି ଏହି ୧୬ ଦିନ ଗୁପ୍ତ ପୂଜା ହୁଏ । ଏହି ପୁଜା ଚାଲିଥିବା ବେଳେ ଲୋକଙ୍କୁ ମନ୍ଦରକୁ ଯିବାକୁ ବାରଣ କରାଯାଇଥାଏ । ଦେବୀଙ୍କୁ ବିଜୟ ପ୍ରତିମା ଓ ପାଟଖଣ୍ଡାକୁ ନେଇ ଘଣ୍ଟ ଶଙ୍ଖ ଧ୍ୱନୀରେ ସହର ପରିକ୍ରମା କରାଯାଇଛି । ଦେବୀ କୃପା ପାଇବାପାଇଁ ଗାଁ ଦାଣ୍ଡରେ ଅଧିଆ ପଡନ୍ତି ଲୋକେ । ଏବଂ ଆଶ୍ୱୀନ ମାସ କୁମାର ପୂର୍ଣ୍ଣମା ଅର୍ଦ୍ଧ ରାତ୍ରୀରେ ମାଁଙ୍କ ମେଳାଣି ପୂଜା କରିଯାଇ ବିସର୍ଜନ ପରେ ମାଁ ଅଧିଆ ପଡିଥିବା ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏବେ ଭକ୍ତମାନେ ମନ୍ଦିର ବାହାରେ ସାହାଡା ଗଛ ମୁଳରେ ମାଁ ଙ୍କୁ ଦର୍ଶନ କରିଥାନ୍ତି ।ଚଳିତ ବର୍ଷ କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।
ଅଧିକ ପଢନ୍ତୁ : ଆଜିଠୁ ଆରମ୍ଭ ହେଲା ମାଆଙ୍କ ଶାରଦୀୟ ନବରାତ୍ର ପୂଜା
📱 Get Argus News App
✨ଅଷ୍ଟମୀ ଦିନରେ ଅର୍ଦ୍ଧରାତ୍ରୀରେ ମାଁଙ୍କ ମହୀଶାମର୍ଦ୍ଦିନୀ ବେଶ । ନବମୀ ଦିନ ମାଁଙ୍କ ନିକଟରେ ବିଧିବଦ୍ଧ ଭାବରେ ନବାନ୍ନ ଅର୍ପଣ୍ଣ କରାଯାଇଥାଏ । ମାଁଙ୍କ ଦର୍ଶନ କରିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତଙ୍କ ଭିଡ ଜମିଥାଏ । ଏବେ ମନ୍ଦିର ବନ୍ଦ ଥିବାରୁ ମାଁଙ୍କୁ ସାହାଡା ଗଛ ମୁଳରେ ଦର୍ଶନ କରିବାପାଇଁ ଭୈରବୀ ପୀଠରେ ଏବେ ଚଳ ଚଚଂଳ ହୋଇଛି । ଦେବ ଦେବ ମହାଦେବ ସତୀଙ୍କ ବିୟୋଗରେ ତାଙ୍କ ଦଗ୍ଧ ଶରିରକୁ ଧରି ତାଣ୍ଡବ ନୃତ୍ୟ ଆରମ୍ଭ କରିଥିଲେ । ଶିବଙ୍କୁ ଏଥିରୁ ନିବୃତ ରଖିବା ପାଇଁ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରରେ ଦଗ୍ଧ ଶରିରକୁ ଖଣ୍ଡଖଣ୍ଡ କରିଦେଇଥିଲେ । ଏଥିରୁ ନାଭି କମଳ ଅଂଶଟି ପଦ୍ମନରସିଂହ କଣ୍ଟକଭାବରେ ପଡିଥିଲା ଏଠାରେ । ପରବର୍ତୀ ସମୟରେ ଏହି ପୀଠ ମାଁ ଭୈରବୀ ପୀଠରେ ପରିଗଣିତ ହେଲା ବୋଲି କିମ୍ବଦନ୍ତି ରହିଛି । ମାଁ ନିକଟରେ ଗୁପ୍ତ ପୂଜା ଷୋଲ ଦିନ ଚାଲିବା ପରେ ମାଙ୍କ ଦର୍ଶନ ପାଇଁ ସାହଡା ଗଛ ମୂଳରେ ପୂଜ।କଲେ କୋଟି ଜନ୍ମର ପୁର୍ଣ୍ଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।
