Videos
|
Devotion

Maha Saptami Puja Celebrated / ପାର୍ବଣରେ ଉଗ୍ରତାରା ପୀଠରେ ମହାସପ୍ତମୀ ପୂଜା, ସବୁଠି ଉତ୍ସବର ମାହୋଲ

Banajyotshna Ray
Browse all articles by Banajyotshna Ray
·2 hours ago·2 min read
ପାର୍ବଣରେ ଉଗ୍ରତାରା ପୀଠରେ ମହାସପ୍ତମୀ ପୂଜା, ସବୁଠି ଉତ୍ସବର ମାହୋଲ
Maha Saptami Puja Celebrated

Key Points

ଆସିଛି ପାର୍ବଣର ଋତୁ ସମସ୍ତ ଦୈବୀ ପୀଠ ହୋଇଛି ଚଳଚଂଚଳ
ପାର୍ବଣରେ ଉଗ୍ରତାରା ପୀଠରେ ମହାସପ୍ତମୀ ପୂଜା

"ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା। ଆସିଛି ପାର୍ବଣର ଋତୁ ସମସ୍ତ ଦୈବୀ ପୀଠ ହୋଇଛି ଚଳଚଂଚଳ। ଚଳିତ ବର୍ଷ ଖୋର୍ଦ୍ଧା ଭୁଷଣ୍ଡପୁର ମୂଳିଝରଗଡ ଠାରେ ପ୍ରତିଷ୍ଣିତ ମା’ ଉଗ୍ରତାରାଙ୍କ ଶକ୍ତି ପୀଠରେ ଯଥା ବିଦ୍ଧି ଅନୁଯାୟୀ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ଶାରଦୀୟ ପୂଜା।ମା ଉଗ୍ରତାରାପୀଠ ରେ ଆଜି ମହାସପ୍ତମୀ ପୂଜା ।ମହାସପ୍ତମୀ ଦିନରେ ମାଆଙ୍କର ରୀତିନୀତି ଅନୁଯାୟୀ ପୂଜା କରାଯିବା ସହିତ ଭକ୍ତଶ୍ରଦ୍ଧାଳୁ ମାନଙ୍କ ଭିଡ ଜମି ରହିଥିବା ଦେଖିବାକୁ ମିଳିଛି।ମା ଉଗ୍ରତାରାପୀଠକୁ ବୁଲିବାକୁ ଆସିଥିବା ବୋଲି ଭକ୍ତ ଶ୍ରଦ୍ଧାଳୁ ଓ ପୂଜକମାନେ ବେଶ ଖୁସିଥିବା ଜଣାପଡିଛି।''

ଦେଖନ୍ତୁ ଏ ହେଉଛି ପ୍ରସିଦ୍ଧ ଶକ୍ତିପୀଠ ଓ ତନ୍ତ୍ରପୀଠ ମା ଉଗ୍ରତାରାପୀଠ।ମା’ ଉଗ୍ରତାରାଙ୍କ ପୀଠରେ ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଛି ନବରାତ୍ରରେ ମହାସପ୍ତମୀ ପୂଜା। ଉଗ୍ରତାରାଙ୍କ ପୀଠ ସାରା ଭାରତବର୍ଷରେ ବିଖ୍ୟାତ।ଏଭଳି ଶକ୍ତିପୀଠ ଓ ତନ୍ତ୍ରପୀଠ କୌଣସି ସ୍ଥାନରେ ନାହିଁ । ବିଭିନ୍ନ ସ୍ଥାନରେ ତାରା ପୀଠ ଅଛି, ହେଲେ ଖୋର୍ଦ୍ଧା ଜିଳ୍ଲା ଭୁଷଣ୍ଡପୁର ଠାରେ ମା’ ଉଗ୍ରତାରାଙ୍କ ପୀଠ ରହିଛି । କାହିଁ କେଉଁ କାଳରୁ ଏଠାରେ ମୂନୀଋଷିମାନେ ତନ୍ତ୍ର ସାଧାନ କରୁଥିବା କିମ୍ବନ୍ଦନ୍ତୀ ରହିଛି । ସେଥିପାଇଁ ଏହି ପୀଠକୁ ତନ୍ତ୍ରପୀଠ ବୋଲି କୁହାଯାଇଥାଏ । ତେବେ ପାର୍ବଣର ନବରାତ୍ର ଦିବସ ପୀଠରେ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି ଦେଶର କୋଣ ଅନୁକୋଣରୁରୁ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ସୁଅ ଛୁଟିଛି।ମା ଉଗ୍ରତାରା ପୀଠରେ କେବଳ ରୀତିନୀତି ଅନୁଯାୟୀ ବିଦ୍ଧି ମୁତାବକ ମହାସପ୍ତମୀ ପୂଜା ନିର୍ଦ୍ଧାରିତ ସମୟରେ ସରିଛି।ଆଜି କାଳରାତ୍ରୀ ଦିବସରେ ମା ଉଗ୍ରତାରା ଦେଉଛନ୍ତି ଦର୍ଶନ।ଦଶହରା ପର୍ଯ୍ୟନ୍ତ ଆହୁରି ଅଧିକ ସଂଖ୍ୟକ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଭିଡ ରହିବ ବୋଲି ମନ୍ଦିର ପୂଜକ କହିଛନ୍ତି।''

ଏଥିସହ ପଢ଼ନ୍ତୁ: ରାଜ ପରିବାରର ରହିଛି ଖାସ୍ କନେକ୍ସନ; ୨୦୦ ବର୍ଷ ପୁରୁଣା କଟକର ଏହି ଦୁର୍ଗାପୂଜା ମଣ୍ଡପ

ମା' ଉଗ୍ରତାରାଙ୍କ ପୀଠରେ ଶାରଦୀୟ ପୂଜାରେ ରିତୀନିତୀ ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟରେ ପୂଜାର୍ଚ୍ଚନା କରାଯାଇଥାଏ। ମା ଉଗ୍ରତାରାପୀଠ ରେ ଭକ୍ତ ଶ୍ରଦ୍ଧାଳୁ ମାନେ ମାନସିକ ରଖି ଅଖଣ୍ଡ ଦିପ ଲଗାଇ ନିଜନିଜର ମନସ୍କାମନା ପୂରଣ କରିଥାନ୍ତି।ମା’ ଉଗ୍ରତାରାଙ୍କ ଅପାର ମହିମା ଥିବାରୁ ଭକ୍ତଟିଏ ଆପଣା ଛାଏଁ ଶାରଦୀୟ ନବରାତ୍ରରେ ମହାସପ୍ତମୀ ପୂଜା ସମୟରେ ଚାଲିଆସିଥାଏ ଏଠାକୁ । ଆଉ କେହି କେହି ନିଜ ଅନୁଭୁତି ବଖାଣି ଭାବ ବିହୋଳ ହୋଇପଡ଼ନ୍ତି।ଭକ୍ତ ଶ୍ରଦ୍ଧାଳୁ ମାନେ ଶାରଦୀୟ ପୂଜା ସମୟରେ ଉଗ୍ରତାରାପୀଠ ରେ ମାନସିକ ରଖି ପୂଜାର୍ଚ୍ଚନା କଲେ ମନସ୍କାମନା ପୂରଣ ହୋଇଥାଏ ଏବଂ ସମସ୍ତ ଦୁଃଖ କଷ୍ଟ ଲାଘବ ହୋଇଥାଏ।ଭକ୍ତ ଶ୍ରଦ୍ଧାଳୁ ମାନେ ଶୃଙ୍ଖଳିତ ଭାବରେ ମା ଉଗ୍ରତାରାଙ୍କୁ ଦର୍ଶନ କରିଥାନ୍ତି।''

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶାରଦୀୟ ଦୁର୍ଗାପୂଜା ମହାସପ୍ତମୀରେ ମା’ ଉଗ୍ରତାରାଙ୍କ ପୀଠ ଉତ୍ସବ ମୂଖର ହେବା ସହ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ମାଙ୍କୁ ଦର୍ଶନ କରି ଭକ୍ତ ଶ୍ରଦ୍ଧାଳୁ ମାନେ ସାନିଧ୍ୟ ଲାଭ କରିଛନ୍ତି।''

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର:

Maha Saptami Puja Celebrated at Maa Ugratara Temple During Durga Puja Festivities | Argus News | Argus News Odia