Chandni Chowk Chandi Medha / ରାଜ ପରିବାରର ରହିଛି ଖାସ୍ କନେକ୍ସନ; ୨୦୦ ବର୍ଷ ପୁରୁଣା କଟକର ଏହି ଦୁର୍ଗାପୂଜା ମଣ୍ଡପ
·3 hours ago·2 min read

Key Points
କଟକର ଅନନ୍ୟ ଅଧ୍ୟାୟ ଚାନ୍ଦିନୀ ଚୌକ ଦୁର୍ଗାପୂଜା
୨୦୦ ବର୍ଷରୁ ଅଧିକ ସମୟର ରହିଛି ପୂଜା ଇତିହାସ
୨୦୦ ବର୍ଷରୁ ଅଧିକ ସମୟର ରହିଛି ପୂଜା ଇତିହାସ
କଟକ: କଟକର ଏକ ଅନନ୍ୟ ଅଧ୍ୟାୟ ହେଉଛି ଚାନ୍ଦିନୀ ଚୌକ ଦୁର୍ଗାପୂଜା । ପ୍ରାୟ ୨୦୦ ବର୍ଷରୁ ଅଧିକ ସମୟର ରହିଛି ଏଠାକାର ପୂଜା ଇତିହାସ । ୧୮୧୭ ମସିହାରେ ଅଷ୍ଟ ଶମ୍ଭୁ ମନ୍ଦିର ନିକଟରେ ଏକ ଚାଳ ଛପର ଘରେ ମାଟିର ମୂର୍ତ୍ତି ସ୍ଥାପନ କରି ଦୁର୍ଗାପୂଜା ଆରମ୍ଭ କରିଥିଲେ ଏକ ବଙ୍ଗୀୟ ପରିବାର । ୧୯୪୦ ଦଶକରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଚାଲିଛି ପୂଜା ପରମ୍ପରା । ଭାଇଚାରା ଓ ସମ୍ପର୍କର ପ୍ରତୀକ ଚାନ୍ଦିନୀ ଚୌକର ମେଳଣ ପଡ଼ିଆ ।
ବଙ୍ଗୀୟ ପରିବାର ପରେ ଏହି ପୂଜାକୁ ମିଳିଥିଲା ଦର୍ପଣୀ ରାଜ ପରିବାରର ପୃଷ୍ଠପୋଷକତା । ରାଜ ପରିବାରର ସହଯୋଗରେ ପୂଜାର ଆୟୋଜନ ବ୍ୟାପକ ହୋଇଥିଲା । ଊନବିଂଶ ଶତାବ୍ଦୀର ଶେଷ ଭାଗକୁ ଏହା ଏକ ସାର୍ବଜନୀନ ପୂଜାର ରୂପ ନେଇଥିଲା । ପରେ ୧୯୪୦ ଦଶକରେ ଦର୍ପଣୀ ରାଜ ପରିବାର ପୂଜାର ଦାୟିତ୍ୱ ସ୍ଥାନୀୟ ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଆଉ ସେହି ଦିନଠାରୁ ଲୋକଙ୍କ ଭାବନା ଓ ସହଯୋଗରେ ଆଗକୁ ବଢ଼ିଚାଲିଛି ଏହି ପରମ୍ପରା ।
ପଢନ୍ତୁ ଏହି ଖବର: କଟକ ଦଶହରା ପାଇଁ କମିସନରେଟ ପୋଲିସର ବଡ଼ ପ୍ଲାନ୍; ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

- କଣ କୁହେ ଏହାର ଇତିହାସ ?
ପଢନ୍ତୁ ଏହି ଖବର: କଟକ ଦଶହରା ପାଇଁ କମିସନରେଟ ପୋଲିସର ବଡ଼ ପ୍ଲାନ୍; ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ମେଳଣ ପଡ଼ିଆରେ ଏକାଠି ହେଉଥିଲେ ବିଭିନ୍ନ ପୂଜା ମଣ୍ଡପର ମା' । ସାନ ଭଉଣୀଙ୍କୁ ଭେଟିବା ପରେ ଶେଷରେ ଭସାଣୀ ଶୋଭାଯାତ୍ରାରେ ସମସ୍ତ ବାହାରି ପଡ଼ୁଥିଲେ । ସେଥିପାଇଁ ଏହି ମଣ୍ଡପକୁ ମେଲଣ ଓ ମିଳନର ମଣ୍ଡପ ମଧ୍ୟ କୁହାଯାଏ । ଆଜିର ଯୁବପିଢ଼ି କଟକ ଦଶହରା ଅବଶ୍ୟ ଦେଖୁଛନ୍ତି, ହେଲେ ସେମାନଙ୍କୁ କଟକ ଦଶହରାର ସମୃଦ୍ଧ ଇତିହାସ ସମ୍ପର୍କରେ ମଧ୍ୟ ଜାଣିବା ଉଚିତ ବୋଲି କହିଛନ୍ତି ସହରର ମୁରବୀ । ତେବେ ଏଥର ମଧ୍ୟ ମାଆଙ୍କ ଆଗମନକୁ ଧୁମଧାମରେ ପାଳନ କରିବା ପାଇଁ ପୂରା ପ୍ରସ୍ତୁତ କଟକବାସୀ ।
Related Topics
Explore more stories