Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶ୍ରୀମନ୍ଦିର ସଂସ୍କୃତିରେ ମେଣ୍ଢା ପୋଡିର ଅର୍ଥ କ'ଣ ?

Devotion

ଶ୍ରୀମନ୍ଦିର ସଂସ୍କୃତିରେ ମେଣ୍ଢା ପୋଡିର ଅର୍ଥ କ'ଣ ?

Smruti Parija
Browse all articles by Smruti Parija
·2 years ago·2 min read
ଶ୍ରୀମନ୍ଦିର ସଂସ୍କୃତିରେ ମେଣ୍ଢା ପୋଡିର ଅର୍ଥ କ'ଣ ?

ପୁରୀ: ଶ୍ରୀମନ୍ଦିରର ଏକ ପରମ୍ପରା । ଦୋଳ ପୂର୍ଣ୍ଣିମା ପୂର୍ବ ଦିନ ପାଳିତ ହୁଏ । ଯାହାକୁ କୁହାଯାଏ ମେଣ୍ଢା କୁଡିଆ ପୋଡି ବା ମେଣ୍ଢା ପୋଡି ।

ଦୋଳପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଦୋଳ ବେଦୀକୁ ବିଜେ କରନ୍ତି । ଏହି ନୀତି ପୂର୍ବରୁ ଗୋଟିଏ ନୀତି ସମ୍ପାଦିତ ହୁଏ । ଯାହାର ନା ମେଣ୍ଢା କୁଡିଆ ପୋଡି ବା ମେଣ୍ଢା ପୋଡି ବୋଲି କୁହାଯାଏ ।

ଶ୍ରୀମନ୍ଦିର ସଂସ୍କୃତିରେ ମେଣ୍ଢା ପୋଡିର ଅର୍ଥ କ'ଣ । 

ସେଥିପାଇଁ ଆମକୁ ସତ୍ୟଯୁଗକୁ ଯିବାକୁ ପଡିବ । କାହାଣୀର ନାୟକ ପ୍ରହଲ୍ଲାଦ ଓ କାହାଣୀର ଖଳ ନାୟକ ହିରଣ୍ୟକଶ୍ୟପ । 
ହିରଣ୍ୟକଶ୍ୟପ ଯିଏ ଭଗବାନ ବିଷ୍ଣୁଙ୍କ ସତ୍ତାକୁ ମାନୁ ନଥିଲେ । କିନ୍ତୁ ତାଙ୍କ ପୁତ୍ର ପ୍ରହଲ୍ଲାଦ ଥିଲେ ବିଷ୍ଣୁଙ୍କର ପରମ ଭକ୍ତ । ଯେଉଁଥିପାଇଁ ପିତା ପୁତ୍ର ମଧ୍ୟରେ ସବୁବେଳେ ମତାନ୍ତର ଲାଗିରହୁଥିଲା। 

ପ୍ରହଲ୍ଲାଦଙ୍କୁ ମାରିବାକୁ ହିରଣ୍ୟ କଶ୍ୟପ ଚେଷ୍ଟା କରୁଥିଲେ । ହେଲେ ବାରମ୍ବାର ଚେଷ୍ଟା ପରେ ବି ସେ ନିଜ ଉଦେଶ୍ୟରେ ସଫଳ ହୋଇପାରୁନଥିଲେ । ଶେଷରେ ନିଜ ଭଉଣୀ ହୋଲିକାର ସାହାଯ୍ୟ ନେଇଥିଲେ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହୋଲିକା ଯିଏ ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତ ହୋଇଥିଲେ । ଯେ ଅଗ୍ନି ତାଙ୍କର କିଛି ବି କରିପାରିବେ ନାହିଁ । ସେଥିପାଇଁ ହୋଲିକା ଏକ ନୂତନ ଉପାୟ ଚିନ୍ତା କରନ୍ତି । ପ୍ରହଲ୍ଲାଦଙ୍କୁ ନିଜ କୋଳରେ ବସାଇ ଅଗ୍ନି ଲଗାଇବା ପାଇଁ ନିର୍ଦ୍ଦେଶ ଦିଅନ୍ତି । ମନରେ ଚିନ୍ତା କରନ୍ତି ଅଗ୍ନି ତ ମୋର କିଛି କରିପାରିବ ନାହିଁ । ନିଆଁରେ ପ୍ରହଲ୍ଲାଦ ପୋଡି ଛାରଖାର ହୋଇଯିବ । 

ହେଲେ ତାଙ୍କୁ ମିଳିଥିବା ବରରେ ସେ ଗୋଟିଏ ଜିନିଷ ଭୁଲି ଯାଇଥିଲେ । ଯଦି ସେ ଏହି ବରର ଦୂରୁପଯୋଗ କରନ୍ତି ତେବେ ନିଆଁରେ ପୋଡି ସେ ଛାରଖାର ହୋଇଯିବେ । ପ୍ରହଲ୍ଲାଦ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ । ତେଣୁ ତାଙ୍କୁ ଆଗ୍ନି ସ୍ପର୍ଶ କରିପାରିଲେ ନାହିଁ । ବରଂ ଅଗ୍ନି ହୋଲିକାଙ୍କୁ ଜାଳିଦେଲେ । 

ଠିକ୍ ସେହି ସ୍ମୃତିରେ ପ୍ରତିବର୍ଷ ପାଳନ ହୁଏ ହୋଲିକା ଦହନ । ସର୍ବଭାରତୀୟ ସ୍ତରରେ ହୋଲିକା ଦହନ ହୁଏ । ଶ୍ରୀମନ୍ଦିରରେ ତାହାର ନାଁ ହେଉଛି ମେଣ୍ଢା ପୋଡି । ଓଡିଶାର ଅନେକ ପୁର ପଲ୍ଲୀରେ ମେଣ୍ଢାକୁଡିଆ ପୋଡିର ପରମ୍ପରା ରହିଛି । ମେଣ୍ଢା ଅର୍ଥାତ ଅଗ୍ନିଙ୍କର ବାହାନ । ଏବଂ ତା ନାଁରେ ସ୍ୱତନ୍ତ୍ର ରୂପେ କୁଡିଆଟିଏ ହୁଏ । ଯେଉଁଥିରେ ଅଗ୍ନି ସଂଯୋଗ କରାଯାଏ । ଏବଂ ଦେବ ବିଗ୍ରହମାନେ ତା  ଚାରିପଟେ ପରିକ୍ରମା କରିଥାନ୍ତି । ଯାହାକୁ କୁହାଯାଏ ମେଣ୍ଢାକୁଡିଆ ପୋଡି । 

ଆହୁରି ପଢନ୍ତୁ ଧର୍ମ ସଂସ୍କୃତି ଖବର...
 

Sponsored
mendhapodi-rituals-in-puri-temple | Argus News