Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

ଭୁବନେଶ୍ବରରେ ୫ ଟି ଜାଗାରେ ୧୨୦ ରୁ ଉର୍ଦ୍ଧ୍ବ ମୂର୍ତ୍ତି ବିସର୍ଜନ

Swayangprajna Mishra
Browse all articles by Swayangprajna Mishra
·1 year ago
ଭୁବନେଶ୍ବରରେ ୫ ଟି ଜାଗାରେ ୧୨୦ ରୁ ଉର୍ଦ୍ଧ୍ବ ମୂର୍ତ୍ତି ବିସର୍ଜନ

ଭୁବନେଶ୍ବର : ଭୁବନେଶ୍ୱରରେ ଶେଷ ହେଲା ବିସର୍ଜନ। ବିଏମସିର ୫ ଟି ଅସ୍ଥାୟୀ ପୋଖରୀରେ ରାତି ତମାମ ବିସର୍ଜନ କରାଯାଇଛି। ୫ ଟି ଜାଗାରେ ୧୨୦ ରୁ ଉର୍ଦ୍ଧ୍ବ ମୂର୍ତ୍ତି ବିସର୍ଜନ ହୋଇଛି। ବିସର୍ଜନ ପରେ ଅସ୍ଥାୟୀ ପୋଖରୀରୁ ଫୁଲ , ପତ୍ର ,ପୂଜା ସାମଗ୍ରୀ ସହ  ପାଳ ନଡାକୁ  ପାଣିରୁ ଛାଣି  ବାହାର କରାଯାଇ ଡମ୍ପିଂ ୱାର୍ଡ କୁ ନିଆଯିବ।

ଅଧିକ ପଢନ୍ତୁ : ଅସ୍ଥାୟୀ ଭସାଣୀ ପୋଖରୀ ପାଇଁ ଖର୍ଚ୍ଚ ହୋଇଛି ୨୦ରୁ ୨୧ ଲକ୍ଷ

ଅସ୍ଥାୟୀ ପୋଖରୀ ପାଣିକୁ ବିଏମସି ଓ ରାଜ୍ୟ ପ୍ରଦୂଷଣ ବୋର୍ଡ ଅନୁଧ୍ୟାନ କରିବେ।  ଅସ୍ଥାୟୀ ପୋଖରୀର ପାଣିକୁ ଶୁଖିବା ଦିନେ ଦୁଇ ଦିନ ଛଡ଼ାଯିବ। ପାଣି ନ ଶୁଖିଲେ ସେସପୁଲ ଗାଡି ଦ୍ୱାରା ବାହାର କରାଯିବ।  ନଦୀ ଜଳ ପ୍ରଦୂଷଣ ରୋକିବାକକୁ ପ୍ରଦୂଷଣ ନିୟନ୍ତ୍ରଣ  ବୋର୍ଡ଼ ପକ୍ଷରୁ କରାଯାଇଥିବା  ନୀତି ନିୟମ ଅନୁସାରେ ବିସର୍ଜନ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
More than 120 idols scattered in 5 places in Bhubaneswar | Argus News