Videos
|
Devotion

ଭାଇ ଜିଉଁନ୍ତିଆ ଓଷାରେ ଏକାଠି ହେଲେ ୨ ହଜାରରୁ ଅଧିକ ମହିଳା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଭାଇ ଜିଉଁନ୍ତିଆ ଓଷାରେ ଏକାଠି ହେଲେ ୨ ହଜାରରୁ ଅଧିକ ମହିଳା

ବଲାଙ୍ଗୀର : ପଶ୍ଚିମ ଓଡିଶା ର ଭାଇ ଭଉଣୀ ର ଅନନ୍ୟ ଓଷା ଭାଇ ଜିଉଁନ୍ତିଆ ଓଷା ! ଭଉଣୀ ଟିଏ ଭାଇ ର ମଙ୍ଗଳ କାମନା କରି ଗୋଟିଏ ଦିନ ନିର୍ଜଳା ଉପବାସ କରି ଭାଇ ର ଦୀର୍ଘାୟୁ ଜୀବନ କାମନା କରି ଥାନ୍ତି  ! ଭଉଣୀ ପାଇଁ  ଉପବାସ ରହିବ ସହ ମା ଜଗତ ଜନନୀ ଦୁର୍ଗା ଙ୍କ ନିକଟରେ 108 ଦୁବ ପତ୍ର କୁ ନେଇ ପୂଜାର୍ଚନା  କରି ଥାଏ ! ଅଷ୍ଟମୀ ଦିନ ରେ ମା ଜଗତ ଜନନୀ ମହା ଗୋରୀ ବେଶ ଭକ୍ତ ଭକ୍ତ ଙ୍କୁ ଦର୍ଶନ ଦେଉ ଥିବା ବେଳେ ଏହି ମା ଜଗତ ଜନନୀ ନିକଟରେ ପୂଜା କଲେ ଭାଇ ର ଜୀବନ ମଙ୍ଗଳମୟ ହେଇ ଥାଏ ବୋଲି ସମଗ୍ର ପଶ୍ଚିମ ଓଡିଶା ବେଶ ଧୁମଧାମ ରେ ପାଳନ କରି ଥାନ୍ତି  !

ଅଧିକ ପଢନ୍ତୁ : ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ଶକ୍ତିପୀଠ

ତେବେ ବଲାଙ୍ଗୀର ଜିଲ୍ଲା ସଇଁତଲା ସହର ରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ପୂଜା କମିଟି ପକ୍ଷ ରୁ ସଇଁତଲା ସହର ରେ ଥିବା ସମସ୍ତ ବ୍ରତ ଧରି ଏକତ୍ରିତ ହେଇ ପୂଜା କରିଥାନ୍ତି  ! ପାଖାପାଖି 2  ହଜାର ରୁ ଅଧକ ବ୍ରତଧାରୀ ନିଜ ଭାଇ ଙ୍କ ମଙ୍ଗଳ କାମନା କରି ଏହି ବ୍ରତ ପାଳନ କରି ଥାନ୍ତି  ! ଏହାକୁ କିଛି ସ୍ଥାନ ରେ ଦୁର୍ଗା ଅଷ୍ଟମୀ ରୂପେ ପୂଜା କରାଯାଇଥାଏ  ! 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
More than 2,000 women gathered at Bhai jiuntia occasion | Argus News