Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବର୍ଜ୍ୟବସ୍ତୁରୁ ଶିବ ବିଭୂତି

Devotion

ବର୍ଜ୍ୟବସ୍ତୁରୁ ଶିବ ବିଭୂତି

Arpita Mohanty
Browse all articles by Arpita Mohanty
·1 year ago·1 min read
ବର୍ଜ୍ୟବସ୍ତୁରୁ ଶିବ ବିଭୂତି

ଅର୍ଗସ ବ୍ୟୁରୋ: ଅଳିଆ ଫୁଲରୁ ତିଆରି ହେବ ଏକ ବିଭୂତି । ସିଏସଆଇଆର(CSIR)ର ଜାତୀୟ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (NBRI) କାଶୀ ବିଶ୍ୱନାଥ ମନ୍ଦିରରୁ ପ୍ରତିଦିନ ବାହାରୁଥିବା ଫୁଲର ବର୍ଜ୍ୟବସ୍ତୁରୁ ଶିବ ବିଭୂତି ତିଆରି କରିବାର ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ବାରାଣାସୀରେ କାଶୀ ବିଶ୍ୱନାଥ ଧାମ ନିର୍ମାଣ ପରେ ସେଠାରେ ଭକ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରତିଦିନ ବାହାରୁଥିବା ୫ ରୁ ୬ ଟନ୍ ପୁଷ୍ପ ବର୍ଜ୍ୟବସ୍ତୁ ପରିଚାଳନା କରିବା ମନ୍ଦିର କର୍ତ୍ତୃପକ୍ଷଙ୍କ ପାଇଁ କଷ୍ଟକର ହୋଇପଡିଥିଲା। ଏହି ପୁଷ୍ପ ବର୍ଜ୍ୟବସ୍ତୁ ପରିଚାଳନା କରିବାରେ ମନ୍ଦିରକୁ ସାହାଯ୍ୟ କରିବା ପାଇଁ CSIR-NBRI ଏହି ନିଷ୍ପତ୍ତି ନେଇଛି । ଏହା ପବିତ୍ର ଶ୍ରାବଣ ମାସରେ ଶିବ ଭକ୍ତ ମାନଙ୍କ ପାଇଁ ଏକ ବିଶେଷ ଉପହାର ସଦୃଶ ହେବ ବୋଲି କହିଛି ଏନବିଆରଆଇ।

ତେବେ ଏହି ବିଭୂତିକୁ ଭକ୍ତମାନେ ବ୍ୟବହାର କରିବାଦ୍ବାରା ଯେପରି କୌଣସି ପାର୍ଶ୍ବ ପ୍ରତିକ୍ରିୟା ନହେଉ ସେଥିପାଇଁ NBRI ପ୍ରଥମେ ବିଭୂତିକୁ ମୂଷାମାନଙ୍କ ଉପରେ ଟକ୍ସିକୋଲୋଜି ପରୀକ୍ଷା କରିଥିଲା। ​​NBRI ଏହାର ଟେକ୍ନୋଲୋଜିକୁ ଏକ ଘରୋଇ ସଂସ୍ଥାକୁ ସ୍ଥାନାନ୍ତର କରିଛି ଯାହା ଦ୍ବାରା ଖୁବଶୀଘ୍ର ଉତ୍ପାଦଟି ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ।

ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NBRI churns out 'Shiv bhabhut' from KV Temple's floral waste | Argus News