କେଉଁ ଦିନ ଶିବଙ୍କୁ ଚଢାଇବେ ଗଙ୍ଗା ଜଳ?

ଅର୍ଗସ ବ୍ୟୁରୋ: ଏବେ ଚାଲିଛି ଶ୍ରାବଣ ମାସ । ପ୍ରତି ସୋମବାର ଶିବ ମନ୍ଦିରରେ ଲମ୍ବା ଲାଇନ୍ ଲଗାଇ ମହାଦେବଙ୍କୁ କୋଟି କୋଟି ଭକ୍ତ ଜଳ ଅର୍ପଣ କରୁଛନ୍ତି । ଆମେ ସମସ୍ତେ ଜାଣନ୍ତି କି, ଶିବଙ୍କୁ କ୍ଷୀର, ଜଳ ଇତ୍ୟାଦିରେ ଅଭିଷେକ କରାଯାଏ । ହେଲେ ଗଙ୍ଗା ଜଳରେ ଅଭିଷେକ କେବେ କରିଛନ୍ତି କି ? ଶିବଙ୍କୁ ଗଙ୍ଗା ଜଳରେ ଅଭିଷେକ କରିବାର କିଛି ସ୍ଵତନ୍ତ୍ର ଦିନ ରହିଛି । ତେବେ ଶ୍ରାବଣର କେଉଁ ଦିନ ଶିବଙ୍କୁ ଗଙ୍ଗା ଜଳରେ ଅଭିଷେକ କଲେ ସିଏ ପ୍ରସନ୍ନ ହେବେ ଏବଂ ସବୁ ମନୋସ୍କାମନା ପୂର୍ଣ୍ଣ କରିବେ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ।
ଭଗବାନ ଶିବଙ୍କୁ ଗଙ୍ଗା ଜଳ ଅର୍ପଣ କରିବାର ଶୁଭ ତିଥି ହେଉଛି ତ୍ରୟୋଦଶୀ । ଯାହା ଗତ କାଲିଠାରୁ ଆରମ୍ଭ ହୋଇଯାଇଛି । ଆଜି ହେଉଛି ଏହାର ଦ୍ଵିତୀୟ ଦିନ। ଆଜିର ଦିନକୁ ଶ୍ରାବଣ ମାସର ଶିବରାତ୍ରୀ ବୋଲି ମଧ୍ୟ କୁହାଯାଏ। ସନାତନ ଧର୍ମ ପାଇଁ ଆଜିର ଦିନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆଜି ଏବଂ କାଲି ଶିବଙ୍କୁ ଗଙ୍ଗା ଜଳରେ ଜଳାଭିଷେକ କରାଇଲେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚଳିତବର୍ଷ ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ତ୍ରୟୋଦଶୀ ତିଥି ଅଗଷ୍ଟ ୧,୨ ଏବ ୩ ତାରିଖରେ ପଡ଼ୁଛି। ଗତ କାଲି ଅପରାହ୍ନ 03:55 ରୁ ସନ୍ଧ୍ୟା 07:56 ପରେ ରାତି 12:00 ରୁ ଆଜି ସକାଳ 09:35 ମଧ୍ୟରେ ଏହି ଶୁଭ ସମୟ ରହିଥିଲା। ଆଜି ଅପରାହ୍ନ 04:02 ରୁ ସନ୍ଧ୍ୟା 07:50 ଏବଂ ରାତି ୧୨ଟା ରୁ ଆରମ୍ଭ ହୋଇ କାଲି ତାରଖ ସକାଳ ୯.୫୦ ପର୍ଯ୍ୟନ୍ତ ଶିବଙ୍କୁ ଗଙ୍ଗା ଜଳ ଅର୍ପଣ କରିବାର ଶୁଭ ସମୟ ରହିଛି। ଯଦି ଏହି ଶୁଭ ସମୟରେ ଭଗବାନ ଶିବଙ୍କୁ ଗଙ୍ଗା ଜଳରେ ଜଳାଭିଷେକ କରାଯାଏ, ତେବେ ବ୍ୟକ୍ତିର ସମସ୍ତ ଇଚ୍ଛା ପୂରଣ ହୁଏ ବୋଲି ବିଶ୍ବାସ ରହିଛି।
📱 Get Argus News App
✨ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର