Videos
|
Devotion

ଶ୍ରାବଣରେ ଲଗାନ୍ତୁ ଏହି ୪ ବୃକ୍ଷ: ମହାଦେବଙ୍କର ମିଳିବ ସାନ୍ନିଧ୍ୟ

Ritu Das
Browse all articles by Ritu Das
·2 years ago·2 min read
ଶ୍ରାବଣରେ ଲଗାନ୍ତୁ ଏହି ୪ ବୃକ୍ଷ: ମହାଦେବଙ୍କର ମିଳିବ ସାନ୍ନିଧ୍ୟ

ଅର୍ଗସ ବ୍ୟୁରୋ: ଶ୍ରାବଣର ମାସକୁ ଜପ, ତପ ଏବଂ ଧ୍ୟାନ ପାଇଁ ଉତ୍ତମ ମାନ୍ୟତା ରହିଛି। ଚଳିତବର୍ଷର ଶ୍ରାବଣ ମାସ ଆଜି ଠୁ ଆରମ୍ଭ ହୋଇଛି। ସେଥିପାଇଁ ସବୁ ଶିବ ମନ୍ଦିରରେ କାଉଡ଼ିଆଙ୍କ ଭିଡ଼ ଲାଗି ରହିଛି। କାରଣ ମାନ୍ୟତା ରହିଛି ଶିବ ଭଗବାନଙ୍କୁ ଶ୍ରାବଣ ମାସର ସୋମବାରରେ ଜଳଲାଗି କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। 
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶ୍ରାବଣ ମାସରେ ସୁଖ ସମୃଦ୍ଧି ପାଇବାକୁ ହେଲେ କିଛି ବୃକ୍ଷ ଲଗାନ୍ତୁ। ମହାଦେବଙ୍କ ଆଶୀର୍ବାଦ ପ୍ରାପ୍ତି ହେବ। ତେବେ ଘରେ ଚାରା ରୋପଣ କଲେ କେବଳ ପରିବେଶ ଶୁଦ୍ଧ ହୋଇ ନ ଥାଏ। ଏଥିରେ ଘରର ବାସ୍ତୁ ଦୋଷ ବି ଦୂର ହୋଇଥାଏ। 

ବାସ୍ତୁ ଶାସ୍ତ୍ର ହିସାବରେ ଏଭଳି ବୃକ୍ଷ ରହିଛି ଯାହାକୁ ଘରେ ଲଗାଇବା ଦ୍ବାରା ଜୀବନରେ ସକରାତ୍ମକ ହେବାସହ ସୁଖ ସମୃଦ୍ଧି ଧନଧାନ୍ୟ ପ୍ରାପ୍ତି ହୋଇଥାଏ। ଆଉ କିଛି ବୃକ୍ଷ ଘରେ ଲଗାଇବା ଦ୍ବାରା ଆମକୁ ସ୍ବାସ୍ଥ୍ୟବାନ ରଖେ। ଆଉ ଘରର ଶୋଭା ମଧ୍ୟ ବଢ଼ାଏ। ଆପଣଙ୍କ ମନରେ ଏହି ବୃକ୍ଷକୁ ନେଇ ବହୁତ ସାରା ପ୍ରଶ୍ନ ଆସିବଣି। ଚାଲନ୍ତୁ ଜାଣିବା କେଉଁ ବୃକ୍ଷ ଲଗାଇଲେ ମହାଦେବ ସବୁ ବାଧାବିଘ୍ନ ଦୂର କରିଦେବେ।

ଶ୍ରାବଣମାସ କିମ୍ବା କାର୍ତ୍ତିକ ମାସରେ ଆପଣ ତୁଳସୀ ଗଛ ଲଗାନ୍ତୁ। ବୈବାହିକ ଜୀବନ ଅତ୍ୟନ୍ତ ସୁଖ ସମୃଦ୍ଧି ସହ କଟିବ। ସକାଳେ ଏବଂ ସନ୍ଧ୍ୟାରେ ତୁଳସୀ ଗଛ ନିକଟରେ ଘିଅ ଦୀପ ଲଗାଇଲେ ପରିବାରରେ କୌଣସି ବାଧାବିଘ୍ନ ଆସିବନି। 

ସେହିପରି କଦଳୀ ଗଛ ହେଉଛି ଅତ୍ୟନ୍ତ ପବିତ୍ର। ହିନ୍ଦୁ ଧର୍ମରେ କଦଳୀ ଗଛକୁ ଅତ୍ୟନ୍ତ ଶୁଭ ମନାଯାଇଥାଏ। ଯେକୌଣସି ବିବାହ କାର୍ଯ୍ୟ ହେଲେ ଝିଅ ଯେତେବେଳେ ବିଦା ହୁଏ ପ୍ରଥମେ କଦଳୀ ଗଛ ଅର୍ପଣ କରାଯାଇତାଏ। କଦଳୀ ଗଛକୁ ଶ୍ରାବଣ ମାସ ଏକାଦଶୀ ଦିନ କିମ୍ବା ବୃହସ୍ପତି ବାରରେ ଲଗାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ। ନିୟମ ଅନୁଯାୟୀ କଦଳୀ ଗଛକୁ ଆପଣ ଘରର ପଛପଟେ ଲଗାଇବା ଦରକାର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଡାଳିମ୍ବ ଗଛ: ଡାଳିମ୍ବ ଗଛ ଅତ୍ୟନ୍ତ ଚମତ୍କାରୀ ହୋଇଥାଏ। ଏହି ଗଛ ଆପଣ କେବେବି ଲଗାଇପାରିବେ। ତେବେ ଶାସ୍ତ୍ର ହିସାବରେ ଡାଳିମ୍ବ ଗଛକୁ ସୂର୍ଯ୍ୟାସ୍ତ ପରେ ଲଗାଇଲେ ଶୁଭ ହୋଇଥାଏ। ଡାଳିମ୍ବ ଗଛକୁ ଆପଣ ଘର ସାମ୍ନାରେ ଲଗାନ୍ତୁ। ଏହା ଘର ପାଇଁ ସର୍ବୋତ୍ତମ ହୋଇଥାଏ। ଡାଳିମ୍ବ ଗଛ ଘରେ ଲଗାଯାଇଥିଲେ ଘରର ବାତାବରଣ ଭଲ ରହିଥାଏ। କେବେ କୌଣସି ସଙ୍କଟ ପଡ଼େ ନାହିଁ। ନକରାତ୍ମକ ଉର୍ଜ୍ଜା ଦୂର ହୋଇଥାଏ।

ଶମୀ ବୃକ୍ଷ: ଶ୍ରାବଣ ମାସର ଯେକୌଣସି ଶନିବାର ସନ୍ଧ୍ୟାରେ ଶମୀ ବୃକ୍ଷ ଲଗାଇଲେ ଅତ୍ୟନ୍ତ ଶଭୁ ହୋଇଥାଏ। ଜୀବନରେ କେବେ ଶନିଙ୍କ ପ୍ରକୋପ ପଡ଼େନାହିଁ ଏବଂ ଶରୀର ନୀରୋଗ ରୁହେ।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Plant these 4 trees in | Argus News