ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଇଁ ପ୍ରସ୍ତୁତି ଆରମ୍ଭ

Key Points
ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଇଁ ପ୍ରସ୍ତୁତି ଆରମ୍ଭ
edistrict.odisha.gov.in ଅନଲାଇନ୍ ଲିଙ୍କରେ କରିପାରିବେ ଆବେଦନ
ଆସନ୍ତା ୧୯ ତାରିଖରୁ ଆବେଦନ କରିପାରିବେ ହବିଷ୍ୟାଳୀ
ପୁଣି ପୁରୀରେ ଲାଗିବ ଗହଳି ଚହଳି । ଅକ୍ଟୋବର 7 ରୁ ଆରମ୍ଭ ହେବାକୁ ଯାଉଛି କାର୍ତ୍ତିକ ମାସ । ଏନେଇ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ୧୯ ତାରିଖରୁ ଆବେଦନ କରିପାରିବେ ହବିଷ୍ୟାଳୀ । edistrict.odisha.gov.in ଅନଲାଇନ୍ ଲିଙ୍କରେ ଆବେଦନ କରିପାରିବେ । ଦିନ ୧୦ଟାରୁ ଆବେଦନ ପ୍ରକିୟା ଆରମ୍ଭ ହେବ । ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ଓ ବିବାହିତ ମହିଳାମାନେ ଆବେଦନ ପାଇଁ ଯୋଗ୍ୟ ହେବେ ।
ଶାରୀରିକ ମାନସିକ ଭାବରେ ସୁସ୍ଥ ଥିବା ସହ ନୂଆ ଆବେଦନକାରୀ ହୋଇଥିଲେ ଦିଆଯିବ ପ୍ରାଧାନ୍ୟ । କେବଳ ଅନଲାଇନରେ ପଞ୍ଜୀକୃତ ହୋଇଥିବା ମାଆମାନେ ହିଁ ହାବିଶ୍ୟାଳୀ ଶିବିରରେ ଅନୁମତି ପାଇବେ । ପ୍ରତିବର୍ଷ ଭଳି ରହଣି, ଜଗନ୍ନାଥ ଦର୍ଶନ, ପ୍ରସାଦ ସେବନ ବ୍ୟବସ୍ଥା କରିବେ ସରକାର । ଶିବିରରେ ହିତାଧିକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଅସୁସ୍ଥ ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ । ତେବେ ପ୍ରାୟ 2500 ହବିଶ୍ୟାଳିଙ୍କ ପାଇଁ ଏଥର ହୋଇଛି ବ୍ୟବସ୍ଥା ।
📱 Get Argus News App
✨ସେପଟେ ନାମ ପଞ୍ଜିକରଣ କରିବାକୁ ତଥା ବ୍ରତ ପାଇଁ ଏବେଠାରୁ ପ୍ରସ୍ତୁତ ହେଲେଣି ହବିଶ୍ୟାଳି । ସରକାରୀ ହବିଶ୍ୟାଳି ଶିବିରରେ ନିଶୁଳ୍କ ରହଣି ସହ ମିଳିବ ଜଗନ୍ନାଥ ମହାପ୍ରସାଦ ସେବନ ସୁବିଧା । ଶ୍ରୀମନ୍ଦିର ଦର୍ଶନ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ । ଆକାଶଦୀପ ପାଇଁ ମଧ୍ୟ ରହିବ ବ୍ୟବସ୍ଥା । ନରେନ୍ଦ୍ରକୋଣ ସ୍ଥିତ ବୃନ୍ଦାବତୀ ନିବାସ କୋଠା ସମେତ ବଗଲା ଧର୍ମଶାଳା ,ମୋଚି ସାହି କଲ୍ୟାଣ ମଣ୍ଡପରେ ହେବ ବ୍ୟବସ୍ଥା । ପଞ୍ଜିକରଣ ପରେ କେଉଁଠି ରହିବେ କେତେ ନମ୍ବର ରୁମ୍ ରେ ରହିବେ ଆଗୁଆ ସୂଚନା ଦିଆଯିବ । ପଞ୍ଜୀକୃତ ମାଆ ମାନେ ଫଟୋ ଆଧାର କାର୍ଡ ଅପଲୋଡ଼ କରିବା ପରେ ତାଙ୍କୁ ତଥ୍ୟ ଜଣାଇ ଦିଆଯିବ ।
ତେବେ ଏନେଇ ବାରମ୍ବାର ବୈଠକ ସହ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ହବିଷ୍ୟାଳୀ ଶିବିରର ମରାମତି ,ତଥା ଶୌଚାଳୟ ଇତ୍ୟାଦିର ସୁବିଧା ପାଇଁ ଆର୍ ଆଣ୍ଡ ବି ଦିଆଯାଇଛି ନିର୍ଦେଶ । 24 ଘଣ୍ଟିଆ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍ ନିୟୋଜିତ ରହି, କିଭଳି ମାଆ ମାନଙ୍କ କଥା ବୁଝିବେ ସେନେଇ ଦିଆଯାଇଛି ନିର୍ଦ୍ଦେଶ । ସେପଟେ ଶିବିରରୁ ମନ୍ଦିର ପର୍ଯ୍ୟନ୍ତ ନେଇଯିବାକୁ ଚଳିତ ଥର ପୂର୍ବାପେକ୍ଷା ଅଧିକ ବସ୍ ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ସମସ୍ତ ସୁବିଧା ଓ ସୂଚନା ଯୋଗାଇ ଦେବା ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ,ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ନୋଡାଲ ଅଫିସର୍ ନିୟୋଜିତ କରିଛି ଜିଲ୍ଲା ପ୍ରଶାସନ ।