Samba Dashami / ଶାମ୍ବ ଦଶମୀରେ ସୂର୍ଯ୍ୟ ପୂଜା କଲେ ପୂରଣ ହୁଏ ମନୋକାମନା
·8 months ago·2 min read

Key Points
ଆଜି ପବିତ୍ର ଶାମ୍ବ ଦଶମୀ
ଏହି ଦିନ ସୂର୍ଯ୍ୟ ପୂଜା କଲେ ପୂରଣ ହୋଇଥାଏ ମନୋକାମନା

ଆଜି ପବିତ୍ର ଶାମ୍ବ ଦଶମୀ ।କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟରେ ପନିପରିବାରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥାଏ । ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ “ଘଡ଼ଘଡ଼ା ତିଅଣ” କୁହାଯାଏ । ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ । ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, ଯେପରି କୁମାର ପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ ।
ଏହି ପୂଜାର ବିଧି ଯେପରି ମନମୋହକ ସେହିପରି ଆନନ୍ଦଦାୟକ। ଘରର ମା’ମାନେ ସନ୍ତାନମାନଙ୍କର ନିରୋଗ ଜୀବନ କାମନା କରି ଏହି ପୂଜାବିଧି ଅନୁଷ୍ଠାନ କରିଥାନ୍ତି। ସକାଳୁ ଉଠି, ସ୍ନାନ ସାରି, ମା’ମାନେ ଚାଉଳ ଓ ଗୁଡ଼ରେ ଏକ ବିଶେଷ ପ୍ରକାରର ଜାଉ ତିଆରି କରନ୍ତି। ତାହା ସକାଳସୂର୍ଯ୍ୟଙ୍କୁ ଭୋଗ ଲଗାଯାଇଥାଏ । ତା’ପରେ ମଧ୍ୟାହ୍ନରେ ଓଡ଼ିଆ ଘରେ ତିଆରି ହେଉଥିବା ବିଭିନ୍ନ ପ୍ରକାରର ବ୍ୟଞ୍ଜନ, ଯଥା- ଖିରି, ପୁରି, ବିଭିନ୍ନ ପ୍ରକାର ପିଠା, ମିଠା, ଦହିଭାତ, ଖେଚୁଡ଼ି, ଡାଲମା, ମକର ଚାଉଳ, ଲଡ଼ୁ ଆଦି ନୈବେଦ୍ୟ ରୂପେ ପ୍ରସ୍ତୁତ ହୋଇଥାଏ । ମଝିଦୁଆରକୁ ଲିପାପୋଛା କରି, ବାଇଗଣପତ୍ରରେ ତାହା ବାଢ଼ି ସୂର୍ଯ୍ୟଙ୍କୁ ସମର୍ପଣ କରାଯାଏ । ଏହି ଭୋଗକୁ ଛୋଟପିଲାଙ୍କୁ ଡାକି ଖାଇବାକୁ ଦିଆଯାଏ । ରାତ୍ରି କାଳରେ ଗୃହଣୀମାନେ ବୁଢ଼ା ଚକୁଳି କରି ସୂର୍ଯ୍ୟଙ୍କପୁତ୍ର ଯମଙ୍କୁ ଅର୍ପଣ କରିଥାନ୍ତି। ବିଶ୍ୱାସ କରାଯାଏ ଯେ ଯମ ସନ୍ତୁଷ୍ଟ ହେଲେ ପୂରା ପରିବାର ନିରାମୟ ଜୀବନଯାପନ କରିବେ ।
କେଉଁ ଆଦିମ ଓ ବୈଦିକ କାଳରୁ ଆଦିଦେବତା ଭାବରେ ସୂର୍ଯ୍ୟ ଉପାସିତ ହୋଇ ଆସିଛନ୍ତି। ସେ ହିଁ ପୃଥିବୀର ସକଳ ଶକ୍ତିର ଆଧାର। ତେଣୁ ଗୃହାଙ୍ଗନଠାରୁ ମନ୍ଦିର ପର୍ଯ୍ୟନ୍ତ, ସର୍ବତ୍ର ସୂର୍ଯ୍ୟ ପୂଜନକୁ ପ୍ରାଥମିକତା ଦିଆଯାଇଥାଏ। ପ୍ରତ୍ୟେକ ଦିନ ସ୍ନାନାନ୍ତେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାର ପରଂପରା ରହିଛି । ବ୍ରହ୍ମପୁରାଣ, କପିଳ ସଂହିତା, ପ୍ରାଚୀମାହାତ୍ମ୍ୟ ଓ ଶାମ୍ବପୁରାଣ ଆଦି ଗ୍ରନ୍ଥରେ, ପୌଷ ଶୁକ୍ଳପକ୍ଷ ଦଶମୀ ତିଥି ଅର୍କକ୍ଷେତ୍ରରେ ସୂର୍ଯ୍ୟଙ୍କର ଆବିର୍ଭାବ ଦିବସ ରୂପେ ବର୍ଣ୍ଣିତ ଅଛି। ସେହି ଅନୁସାରେ, ଓଡ଼ିଶାର ପ୍ରତ୍ୟେକ ଗୃହରେ ‘ଶାମ୍ବ ଦଶମୀ’ ବା ‘ସମ୍ବର ଦଶମୀ’ ଭାବରେ ସୂର୍ଯ୍ୟଙ୍କର ଏକ ବିଶେଷ ପୂଜା ଅନୁଷ୍ଠିତ ହୋଇଥାଏ।
ଏଥିସହ ପଢ଼ନ୍ତୁ: ପୁଟିନଙ୍କ ଘର ଉପରେ ଡ୍ରୋନ୍ ଆଟାକ୍: ଟ୍ରମ୍ପ କହିଲେ, ଏହା ଠିକ୍ ନୁହେଁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଥିତ ଅଛି, ଏକଦା କୃଷ୍ଣପୁତ୍ର ଶାମ୍ବ ନିଜର ଚପଳତା ହେତୁ ଅଭିଶାପ ପାଇ କୁଷ୍ଠରୋଗରେ ପୀଡ଼ିତ ହୋଇଥିଲେ। ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଦକ୍ଷିଣ ସମୁଦ୍ର ତଟରେ ଥିବା ମୈତ୍ରେୟ ବନକୁ ଆସି ସୂର୍ଯ୍ୟଙ୍କୁ ଉପାସନା କରିବା ଫଳରେ, ସେ ସେହି ରୋଗରୁ ମୁକ୍ତ ହୋଇଥିଲେ। ପୌଷ ଶୁକ୍ଳ ଦଶମୀ ତିଥିରେ ସୂର୍ଯ୍ୟଦେବ ଶାମ୍ବଙ୍କୁ ଆଦିତ୍ୟ ନାରାୟଣଙ୍କର ଏକ କନକ ପ୍ରତିମା ପ୍ରଦାନ କରି, ଅର୍କକ୍ଷେତ୍ରରେ ତାହାର ପ୍ରତିଷ୍ଠା କରିବାକୁ ଉପଦେଶ ଦେଇଥିଲେ । ସେହି ସ୍ମୃତିରେ ଆଜି ମଧ୍ୟ ଅର୍କକ୍ଷେତ୍ରରେ ସୂର୍ଯ୍ୟଙ୍କର ରଥଯାତ୍ରା ଅନୁଷ୍ଠିତ ହୁଏ ଏବଂ ଗୃହୀମାନେ ନିଜ ନିଜ ଗୃହରେ ଭକ୍ତି ସହକାରେ ସୂର୍ଯ୍ୟଦେବଙ୍କର ଉପାସନା କରିଥାନ୍ତି ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର:
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର:
Related Topics
Explore more stories