US President Donald Trump / ପୁଟିନଙ୍କ ଘର ଉପରେ ଡ୍ରୋନ୍ ଆଟାକ୍: ଟ୍ରମ୍ପ କହିଲେ, ଏହା ଠିକ୍ ନୁହେଁ
·8 months ago·2 min read

Key Points
ପୁଟିନଙ୍କ ଘର ଉପରେ ଡ୍ରୋନ୍ ଆଟାକ୍
ରାଗିଗଲେ ଆମେରିକା ରାଷ୍ଟ୍ରପତି
କହିଲେ, ଏହା ଠିକ୍ ନୁହେଁ
ରାଗିଗଲେ ଆମେରିକା ରାଷ୍ଟ୍ରପତି
କହିଲେ, ଏହା ଠିକ୍ ନୁହେଁ
ରାଗିଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କହିଲେ ଯାହା ହେଲା ତାହା ଠିକ୍ ନୁହେଁ। ପ୍ରାୟ ଚାରି ବର୍ଷ ଧରି ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ତେବେ ଯୁଦ୍ଧରେ ବିରତି ପାଇଁ ଶାନ୍ତି ଆଲୋଚନା ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଘର ଉପରକୁ ଆକ୍ରମଣ ଉଦ୍ୟମ ହୋଇଛି । ପୁଟିନ୍ଙ୍କ ଘରକୁ ଲଗାତାର ୯୧ଟି ଡ୍ରୋନ୍ ହମ୍ଲା ହୋଇଥିବା ସୂଚନା ମିଳିଛି । ତେବେ ଋଷ ସେନା ସମସ୍ତ ଡ୍ରୋନ୍କୁ ଆକାଶମାର୍ଗରେ ହିଁ ଧ୍ଵଂସ କରିଛି । ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ କରିଥିବା ନେଇ ଦାବି କରିଛି ଋଷ୍ ।
ଯାହାକୁ ନେଇ ରାଗିଗଲେ ଡୋନାଲ୍ଡ ଟ୍ରମ୍ପ୍ । ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ନିକଟରେ ଡ୍ରୋନ ମାଡ ଘଟଣାକୁ ନେଇ ଜୋରଦାର କ୍ରୋଧ ପ୍ରକାଶ କରିଛନ୍ତି ୟୁଏସ ପ୍ରେସିଡେଣ୍ଟ୍ । ଏହା ଭଲ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଘଟଣାକୁ ନେଇ ଟ୍ରମ୍ପ୍ କହିଛନ୍ତି ଯେ, ତାଙ୍କୁ ପୁଟିନ ନିଜେ ଫୋନ୍ କରିଥିଲେ । ଆକ୍ରମଣ ବାବଦରେ ସୂଚନା ଦେଇଥିଲା । ଏହା ଠିକ୍ ନୁହେଁ । ପୁଟିନଙ୍କ ଘର ଉପରେ ଡ୍ରୋନ୍ ଆଟାକ୍ ଘଟଣା ତାଙ୍କୁ କ୍ରୋଧିତ କରିଛି । ଶାନ୍ତି ଆଲୋଚନା ସମୟରେ ଆକ୍ରମଣ ଘଟଣା ଗ୍ରହଣୀୟ ନୁହେଁ ବୋଲି ଟ୍ରମ୍ପ୍ କହିଛନ୍ତି ।
ରିପୋର୍ଟ ଅନୁସାରେ, ପୁଟିନଙ୍କ ବାସଭବନ ନିକଟରେ ୯୧ରୁ ଅଧିକ ଡ୍ରୋନ୍ ଆଟାକ୍ ହୋଇଥିଲା । ଏନେଇ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ୟୁକ୍ରେନ ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ୯୧ଟି ଡ୍ରୋନ ମାଡ଼ କରିଛି । ନୋଭଗୋରୋଡ ଅଞ୍ଚଳରେ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନକୁ ଟାର୍ଗେଟ କରାଯାଇଛି। ଆକ୍ରମଣ ଡିସେମ୍ବର ୨୮-୨୯ ତାରିଖ ରାତିରେ ଦୂରଗାମୀ ଡ୍ରୋନ ଦ୍ୱାରା କରାଯାଇଥିଲା। ରୁଷର ବାୟୁ ପ୍ରତିରକ୍ଷା ପ୍ରଣାଳୀ ସମସ୍ତ ଡ୍ରୋନକୁ ମଝି ଆକାଶରେ ଖସାଇ ଦେଇଥିଲା।
ଏଥିସହ ପଢ଼ନ୍ତୁ: ବାଂଲାଦେଶରେ ହିଂସା ଭିତରେ ଆଖି ବୁଜିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ ଏହାକୁ ୟୁକ୍ରେନ ଦ୍ୱାରା ପ୍ରାୟୋଜିତ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଥିଲେ । ଆକ୍ରମଣ ସମୟରେ ରାଷ୍ଟ୍ରପତି ପୁଟିନ ଉପସ୍ଥିତ ଥିଲେ କି ନାହିଁ ସେ ବିଷୟରେ କୌଣସି ସୂଚନା ମିଳିନାହିଁ।ଅନ୍ୟପଟେ ପୁଟିନଙ୍କ ବାସଭବନରେ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଜେଲେନସ୍କି ଏହି ଦାବିଗୁଡ଼ିକୁ ମିଥ୍ୟା ବୋଲି କହିଛନ୍ତି। ପୁଟିନଙ୍କ ବାସଭବନ ଉପରେ ଆକ୍ରମଣ କରିବାକୁ ନେଇ ୟୁକ୍ରେନର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ସେ କହିଛନ୍ତି।
ଅନ୍ୟପଟେ ପୁଟିନଙ୍କ ବାସଭବନରେ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଜେଲେନସ୍କି ଏହି ଦାବିଗୁଡ଼ିକୁ ମିଥ୍ୟା ବୋଲି କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ପୁଟିନଙ୍କ ବାସଭବନ ଉପରେ ଆକ୍ରମଣ କରିବାକୁ ନେଇ ୟୁକ୍ରେନର କୌଣସି ଉଦ୍ଦେଶ୍ୟ ନାହିଁ ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories