Sabitri Brata Today / ଆଜି ସାବିତ୍ରୀ ବ୍ରତ; ସଧବାଙ୍କ ଶ୍ରଦ୍ଧା, ଭକ୍ତି ଓ ପତିପ୍ରେମର ପବିତ୍ର ପରମ୍ପରା
·1 hour ago·2 min read

Key Points
ଦୀର୍ଘାୟୁ ହେବେ ପ୍ରତିଟି ସତ୍ୟବାନ
ଆଜି ସଧବା ପାଳୁଛୁ ସାବିତ୍ରୀ ବ୍ରତ
ପତିଭକ୍ତି ଓ ସଂସ୍କାରର ଅନନ୍ୟ ପର୍ବ ସାବିତ୍ରୀ ବ୍ରତ

ଆଜି ହେଉଛି ସାବିତ୍ରୀ ବ୍ରତ । ଓଡ଼ିଆ ସଂସ୍କୃତିର ଏକ ପବିତ୍ର ଓ ଭାବପୂର୍ଣ୍ଣ ପର୍ବ । ସ୍ବାମୀଙ୍କର ମଙ୍ଗଳ କାମନା କରି ସ୍ତ୍ରୀମାନେ ପାଳନ କରୁଛନ୍ତି ସାବିତ୍ରୀ ବ୍ରତ । ସଧବାର ସିନ୍ଦୂର ସୁରକ୍ଷା ପାଇଁ ରାଜ୍ୟର ବିଭିନ୍ନ ସହରରେ ପାଳନ ହେଉଛି ସାବିତ୍ରୀ ବ୍ରତ । ସ୍ବାମୀଙ୍କର ମଙ୍ଗଳ କାମନା କରି ପ୍ରତିଟି ମନ୍ଦିରରେ ସଧବାମାନେ ପହଞ୍ଚି କରୁଛନ୍ତି ପୂଜାର୍ଚ୍ଚନା । ଦାମ୍ପତ୍ୟ ସୁଖ ଓ ଅମର ପ୍ରେମର ପବିତ୍ର ପ୍ରାର୍ଥନା କରୁଛନ୍ତି ପ୍ରତିଟି ସଧବା । କୁହାଯାଏ ଆଜିର ଦିନରେ ସାବିତ୍ରୀ ପୂଜାର୍ଚ୍ଚନା କରି ତାଙ୍କ ସ୍ବାମୀ ସତ୍ୟବାନଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଥିଲେ ।
ଏହି ବ୍ରତକୁ ପ୍ରତ୍ୟେକ ବିବାହିତା ନାରୀ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ଓ ସୁଖମୟ ଜୀବନ ପାଇଁ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହିତ ପାଳନ କରନ୍ତି । ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ଏହି ବ୍ରତ ପାଳନ ହୋଇଥାଏ । ପୁରାଣ କଥା ଅନୁସାରେ ସତୀ ଆବିତ୍ରୀ ନିଜର ଅଦମ୍ୟ ସାହସ, ପତିଭକ୍ତି ଓ ଧୈର୍ଯ୍ୟର ଶକ୍ତିରେ ଯମରାଜଙ୍କ ଠାରୁ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ । ସେହି ଅମର କାହାଣୀ ଆଜି ମଧ୍ୟ ନାରୀମାନଙ୍କୁ ଆଦର୍ଶ ଓ ପ୍ରେରଣା ଦେଇଆସୁଛି ।
ଆଜି ସକାଳୁ ସକାଳୁ ନାରୀମାନେ ଉପବାସ ରହି ନୂତନ ବସ୍ତ୍ର ପିନ୍ଧି ମନ୍ଦିରରେ ପୂଜା କରୁଥିବା ଦେଖିବାକୁ ମିଳିଛି । ବଟବୃକ୍ଷକୁ ପୂଜା କରି ସେଥିରେ ସୂତା ବାନ୍ଧି ପରିକ୍ରମା କରୁଛନ୍ତି । ବଟଗଛକୁ ଅମରତ୍ୱର ପ୍ରତୀକ ବୋଲି ମନାଯାଏ । ସାବିତ୍ରୀ ବ୍ରତର ପୂଜା ସମୟରେ ଘରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।
ପଢନ୍ତୁ ଏହି ଖବର: ଆଜି ସାବିତ୍ରୀ ବ୍ରତ; ଆପଣଙ୍କ ଭାଗ୍ୟ କେମିତି ରହିବ ? ପଢନ୍ତୁ ଆଜିର ରାଶିଫଳ
ଏକ ସୁଖୀ ପରିବାର ଗଢ଼ିବା ପାଇଁ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ପରସ୍ପରକୁ ବୁଝିବା ଅତ୍ୟନ୍ତ ଜରୁରୀ । ଜୀବନରେ ଯେତେ ବିପଦ ଆସୁନାହିଁ, ଯଦି ଦୁହେଁ ହାତଧରି ଆଗକୁ ବଢ଼ନ୍ତି, ତେବେ ସମସ୍ତ କଷ୍ଟ ସହଜ ହୋଇଯାଏ । ସାବିତ୍ରୀଙ୍କ ଅତୁଟ ବିଶ୍ୱାସ ଓ ସ୍ୱାମୀଙ୍କ ପ୍ରତି ତାଙ୍କର ଅସୀମ ଭଲପାଇବା ଦାମ୍ପତ୍ୟ ଜୀବନର ଏକ ଶ୍ରେଷ୍ଠ ଉଦାହରଣ । ଆଜିର ଆଧୁନିକ ସମାଜରେ ମଧ୍ୟ ସାବିତ୍ରୀ ବ୍ରତର ମହତ୍ତ୍ୱ ଅକ୍ଷୁଣ୍ଣ ଅଛି । ଏହା ଆମକୁ ଶିଖାଏ ଯେ ସ୍ୱାମୀ–ସ୍ତ୍ରୀ ଯଦି ପରସ୍ପରଙ୍କ ସୁଖଦୁଃଖର ସାଥୀ ହୁଅନ୍ତି, ତେବେ ସେହି ସମ୍ପର୍କ ଜୀବନ ସାରା ଅତୁଟ ରହେ ।

- ପତିଭକ୍ତି ଓ ସଂସ୍କାରର ଅନନ୍ୟ ପର୍ବ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories