Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏଠାରେ ଶିବଲିଙ୍ଗର ରଙ୍ଗ ବଦଳେ

Devotion

ଏଠାରେ ଶିବଲିଙ୍ଗର ରଙ୍ଗ ବଦଳେ

Arpita Mohanty
Browse all articles by Arpita Mohanty
·1 year ago·1 min read
ଏଠାରେ ଶିବଲିଙ୍ଗର ରଙ୍ଗ ବଦଳେ

ଅର୍ଗସ ବ୍ୟୁରୋ: ମନ୍ଦିରରେ ପୂଜା ପାଉଛନ୍ତି ମହାଦେବ । ହେଲେ ଶିବଲିଙ୍ଗ ଏଠାରେ ବଦଳାଉଛି ରଙ୍ଗ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ହେଲେ ସତ । କାରଣ ଦିନକୁ ଥରେ ନୁହେଁ ବରଂ ତିନିତିନିଥର ବଦଳୁଛି ରଙ୍ଗ । ଅର୍ଥାତ୍‌ ସକାଳେ କଳା, ମଧ୍ୟାହ୍ନରେ ମାଟିଆ ଓ ରାତିରେ ଇଷତ ଧଳା ରଙ୍ଗ ଦେଖାଯାଏ ଶିବଲିଙ୍ଗ ।  ସୂଚନା ଅନୁସାରେ, ଲିଲୋଟିନାଥ ଶିବ ମନ୍ଦିର ନାମରେ ୟୁପିର ଲକ୍ଷ୍ମୀପୂର ଜିଲ୍ଲାରୁ ମାତ୍ର ୭ କିଲୋମିଟର ଦୂର କାଣ୍ଡୱାରେ ଏହି ମନ୍ଦିର ଅବସ୍ଥିତ । ଏହି ଶିବ ମନ୍ଦିରର ଇତିହାସ ବହୁତ ପୂରୁଣା ।

କୁହାଯାଏ ଯେତେବେଳେ ପାଣ୍ଡବ ବନବାସ କରିବାକୁ ଆସିଥିଲେ ସେତେବେଳେ ଅଶ୍ବଥାମା ଏହି ଶିବଲିଙ୍ଗର ସ୍ଥାପନା କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ଶିବଲିଙ୍ଗ ଦିନକୁ ୩ ଥର ରଙ୍ଗ ବଦଳାଇଥାଏ। ସକାଳେ ପୁରୋହିତଙ୍କ କହିବା ଅନୂଯାୟୀ ଯେତେବେଳେ ସକାଳେ ମନ୍ଦିରର କବାଟ ଖୋଲାଯାଏ, ସେତେବେଳେ ଶିବଲିଙ୍ଗରେ ଆଗରୁ ହିଁ ଫୁଲ ଏବଂ ବେଲ ପତ୍ର ଚଢାଯାଇଥିବା ଦେଖିବାକୁ ମିଳେ। ଇଏ ବାବାଙ୍କର ମହିମା ନୁହେଁ ତ ଆଉ କ'ଣ ?

ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shivling changes the colour thrice a day | Argus News