Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

ରତ୍ନଭଣ୍ଡାର ଖୋଲିବା ନେଇ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ରତ୍ନଭଣ୍ଡାର ଖୋଲିବା ନେଇ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ରତ୍ନଭଣ୍ଡାର ଖୋଲିବାକୁ ନେଇ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୀର୍ଘ ୪୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର । ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇଛି ରତ୍ନଭଣ୍ଡାର କାର୍ଯ୍ୟ । ସରକାରଙ୍କ ପଦକ୍ଷେପକୁ ଓଡିଶାବାସୀ ସମର୍ଥନ ଜଣାଇଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଆମ ସରକାର ଓଡିଶାବାସୀଙ୍କ ପାଖରେ ଋଣୀ । 

ଅଧିକ ପଢନ୍ତୁ : 24 ବର୍ଷରେ ଖୋଲିପାରିଲେନି ନବୀନ ସରକାର

ମୋହନ ସରକାରଙ୍କ ସବୁଠାରୁ ବଡ଼ ପ୍ରାଥମିକତା ଥିଲା ରତ୍ନଭଣ୍ଡାର ଖୋଲିବା । ପ୍ରଥମ କ୍ୟାବିନେଚର ଚାରିଦ୍ବାର  ସହ ରତ୍ନଭଣ୍ଡାର ଖୋଲିବା ନେଇ ହୋଇଥିଲା ବଡ଼ ନିଷ୍ପତି। 30 ଦିନରେ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିଛନ୍ତ ମୋହନ ସରକାର । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ମହାପ୍ରଭୁଙ୍କ ଆଜ୍ଞାରେ ଦୀର୍ଘ 46 ବର୍ଷ ପରେ ରତ୍ନଭଣ୍ଡାର ଖୋଲାଗଲା। ସେହିଭଳି ମୁଖ୍ୟମମନ୍ତ୍ରୀଙ୍କ ଦପ୍ତର ପୋଷ୍ଟ କରିଛି, ତୁମେ ଲୀଳାମୟ। ତୁମ ଇଚ୍ଛାରେ ଏ ସାରା ସଂସାର ଆତଯାତ ହେଉଛି। ତୁମେ ଓଡ଼ିଆ ଜାତିର ହୃତ୍‌ ସ୍ପନ୍ଦନ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ଶ୍ରେଷ୍ଠ ପରିଚୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The chief minister expressed his gratitude for the opening of the ratnabhandar | Argus News