ଯୁବକଙ୍କୁ ସ୍ଵପ୍ନାଦେଶ ପରେ କୁଟିଆ ନିର୍ମାଣ କଲେ

ଅର୍ଗସ ବ୍ୟୁରୋ: ଆମେ ଯଦି ଅଯୋଧ୍ୟା ରାମ ମନ୍ଦିର କଥା କହିବା ଦୀର୍ଘ ୫୦୦ ବର୍ଷ ପରେ ରାମଲଲାଙ୍କ ଭବ୍ୟ ରାମମନ୍ଦିର କରାଗଲା। ନ ହେଲେ ପ୍ରଭୁ ସେମିତି ଏକ ଭଙ୍ଗା ପାଲ ତଳେ ପୂଜା ପାଉଥିଲେ। ତେବେ କହିବାର ତାତ୍ପର୍ଯ୍ୟ ହେଉଛି ଭଗବାନଙ୍କୁ ପୂଜା କରିବା ପାଇଁ ମନରେ ଭକ୍ତି ଥିବା ଦରକାର। ଭଗବାନଙ୍କୁ ଆପଣ ଯେଉଁଠି ରଖିବେ ସେ ଖୁସି ଖୁସି ରହିଯିବ। ସେ କୁଡ଼ିଆ ହେଉ କି ମହଲ। ଆମ ପ୍ରଭୁ ପୁଣି ଛୋଟ କୁଟିଆରେ ଆପଣ ଏହା ବିଶ୍ବାସ କରିପାରୁ ନ ଥିବେ। କିନ୍ତୁ ଏକଦମ ସତ। 16ବର୍ଷ ବୟସରେ ରାତିରେ ଖଟରେ ଶୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କୁ ପ୍ରଭୁ ଶ୍ରୀରାମ ସ୍ବପ୍ନାଦେଶ ହୋଇଥିଲା। ଦୁଇ ବର୍ଷ ତଳେ ଗାଁ ଠୁ ଗୋଟିଏ କିଲୋମିଟର ଦୂରରେ ନିଜ ଜମିରେ ଏକ କୁଡ଼ିଆ ନିର୍ମାଣ କରି ଯୁବକ ଜଣକ ସେଠାର ପୂଜାର୍ଚ୍ଚନା ସହ ଶ୍ରୀରାମଙ୍କ ପ୍ରଚାର ପ୍ରସାର କରୁଛନ୍ତି ।
ଚନ୍ଦାହାଣ୍ଡି ବ୍ଲକ୍ ସାଲେବିଡି ବାଟପଡା ଗ୍ରାମର ବଡ଼ ମାଝିଙ୍କୁ ଶ୍ରୀରାମଙ୍କ ସ୍ଵପ୍ନାଦେଶ ପରେ ସେ ଏକ କୁଟିଆ ନିର୍ମାଣ କରିଛନ୍ତି। କୁଟିଆ ନିର୍ମାଣ କରି ସେ ସେଠାରେ ରାମ ସୀତାଙ୍କ ଫଟୋ ଓ ସାଇବାବାଙ୍କ ଫଟୋ ସ୍ଥାପନା କରି ପୂଜାର୍ଚ୍ଚନା କରିଆସୁଛନ୍ତି। ସେ ପ୍ରତ୍ୟେକ ଦିନ ସକାଳେ ଏବଂ ସଞ୍ଜରେ ପୂଜାର୍ଚ୍ଚନା କରୁଥିବାର ଦେଖିବକୁ ମିଳୁଛି। ବଡ଼ ମାଝି ପିଲା ଦିନୁ ରାମ ସୀତାଙ୍କୁ ଭକ୍ତି କରିବା ସହ ପୂଜାର୍ଚ୍ଚନା କରିଆସୁଛନ୍ତି। ସ୍ବପ୍ନାଦେଶ ପରେ ସେ ୮ବର୍ଷ ତଳେ କଳାହାଣ୍ଡି ଜିଲ୍ଲାରେ ଥିବା ନାଗଫେଣି ଠାରେ ରାମ ସାଇ ପୀଠକୁ ଯାଇସେ ସେଠାକାର ଗୁରୁଙ୍କ ପାଖରେ ରାମଦିକ୍ଷା ଧାରଣ କରିଥିଲେ ସେଠାରୁ ଫେରିଲା ପରେ ନିଜଜମିରେ କିଛି କାଠ ଓ ଝାଟିରେ କୁଟିଆ ନିର୍ମାଣ କରି ରାମସୀତା ଓ ସାଇଙ୍କୁ ପୂଜାର୍ଚ୍ଚନା କରୁଛନ୍ତି।
କୁଟିଆ ନିର୍ମାଣ କରି ପୀଠ ସ୍ଥାପନ ପରେ ଆଖପାଖ ଅଞ୍ଚଳରୁ ଲୋକମାନେ ଏଠାକୁ ଆସି ପୂଜାର୍ଚ୍ଚନା କରି ଫେରୁଥିବାର ଦେଖିବାକୁ ମିଳୁଛି। ଲୋକଙ୍କ ବିଶ୍ୱାସ ରହିଛି ମନସ୍କାମନା ନେଇ ଏଠାକୁ ଆସି ଭକ୍ତିର ସହ ପୂଜାପାଠ କଲେ ମନସ୍କାମନା ପୂରଣ ହୁଏ ବୋଲି। ଏଭଳିକି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସା ପରେ ବି ସୁସ୍ଥ ହେଉ ନ ଥିଲେ ଏହି ପୀଠକୁ ଆସିଲେ ରୋଗ ଦୂର ହେଉଥିବାର ସ୍ଥାନୀୟ ଲୋକେ ଏବଂ ଏଠାକୁ ଆସିଥିବା ଭକ୍ତ ମାନେ କହିଛନ୍ତି। ବଡ଼ ମାଝି ଆଗାମୀ ଦିନରେ ରାମନାମକୁ ବହୁଳ ମାତ୍ରାରେ ପ୍ରଚାର ପ୍ରସାର କରିବାକୁ ମନସ୍ଥ କରିଛନ୍ତି।
📱 Get Argus News App
✨ଏଠାରେ ପିଇବା ପାଣି ଓ ମନ୍ଦିର ନିର୍ମାଣ କରାଗଲେ ଅଧିକରୁ ଅଧିକ ଭକ୍ତ ଏଠାକୁ ଆସିପାରି ଥାନ୍ତେ । ଏଠାକୁ ଆସୁଥିବା ଭକ୍ତ ମାନେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ମନ୍ଦିର ନିର୍ମାଣ ଓ ନଳକୂଅ ଗୋଟେ ଯୋଗେଇ ଦେବା ପାଇଁ ଅନୁରୋଧ କରିଛନ୍ତି।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର