Videos
|
Devotion

ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ , ସମ୍ପନ୍ନ ହେବ ଚକଅଖ ଡେରା ନୀତି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ , ସମ୍ପନ୍ନ ହେବ ଚକଅଖ ଡେରା ନୀତି

ପୁରୀ : ଗତ ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥିବା ବେଳେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତେବେ ଆଜି  ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ବିଧି ଅନୁଯାୟୀ ତିନି ରଥର ଛଅଟି ନାହାକ ଚକ ସହ ତିନୋଟି ଅଖ ଡେରାଯିବ। ଯାହାକୁ ଚକଅଖ ଡେରା ନୀତି କୁହନ୍ତି। ଏଥିପାଇଁ ବିଶ୍ଵକର୍ମା ମହାରଣାମାନେ ୬ ଟି ନାହାକ ଚକ ଓ ତିନୋଟି ଅଖ ପ୍ରସ୍ତୁତ କରି ରଖିଛନ୍ତି। ଆଜି ଶ୍ରୀମନ୍ଦିରରେ ସକାଳଧୂପ ନୀତି ବଢିବା ପରେ ତିନିବାଡର ପୂଜାପଣ୍ଡା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିବେ।

ଅଧିକ ପଢନ୍ତୁ : ଆଜି ନୃସିଂହ ଚତୁର୍ଦ୍ଦଶୀ, ରଥ ନିର୍ମାଣ ପାଇଁ ହେବ ଦୁଇଟି ପ୍ରମୁଖ କାର୍ଯ୍ୟ

ସେଠାରେ ଭୋଇ ସେବକମାନେ ଚକ ଅଖ ଡେରା କାର୍ଯ୍ୟ ସମ୍ପନ୍ନ କରିବା ପରେ ତିନି ରଥର ମୁଖ୍ୟ ବିଶ୍ଵକର୍ମାଙ୍କୁ ପୂଜାପଣ୍ଡା ସେବାୟତମାନେ ଆଜ୍ଞାମାଳ ପ୍ରଦାନ କରିବେ। ଅନ୍ୟପଟେ ସମୁଦାୟ 9ଟି ହରିବୋଲରେ ରଥନିର୍ମାଣ ପ୍ରକ୍ରିୟା ଶେଷ ହେବାର ବିଧିବିଧାନ ରହିଥିବା ବେଳେ ଆଜି ଭୋଇ ସେବକ ମାନେ ପ୍ରଥମ ହରିବୋଲ ପକାଇବେ। ଅନ୍ୟପଟେ ରୂପକାର ସେବକ ମାନେ କୋଣଗୁଜରେ ସିଂହବିରାଳ ଖୋଦେଇ କାମ ଜାରି ରଖିଥିବା ବେଳେ ଆଜି ଭଉଁରୀ ଯାତ୍ରା ପାଇଁ ପୋଲିସ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Today is holy shreekhetra bhaunri in puri | Argus News