Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

ଆଜି ରାକ୍ଷୀପୂର୍ଣ୍ଣିମା: ସକାଳୁ ଚାଲିଛି ଭଦ୍ରାକାଳ, ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଶୁଭ ସମୟ

Ritu Das
Browse all articles by Ritu Das
·1 year ago·2 min read
ଆଜି ରାକ୍ଷୀପୂର୍ଣ୍ଣିମା: ସକାଳୁ ଚାଲିଛି ଭଦ୍ରାକାଳ, ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଶୁଭ ସମୟ

ଅର୍ଗସ ବ୍ୟୁରୋ: ହିନ୍ଦୁ ପରମ୍ପରାରେ ରକ୍ଷାବନ୍ଧନ ପର୍ବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ରକ୍ଷାବନ୍ଧନ ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ ।  କିନ୍ତୁ ବର୍ତ୍ତମାନ ଏହା ଭାଇ-ଭଉଣୀ ସ୍ନେହର ପ୍ରତୀକ ପାଲଟିଛି । ସନାତନ ପରମ୍ପରାରେ ପ୍ରତ୍ୟେକ ପର୍ବ ଭଦ୍ରାରୁ ମୁକ୍ତ ହେବା ପରେ ପାଳନ କରିବାର ପରମ୍ପରା ରହିଛି, କିନ୍ତୁ ଦୁଇଟି ପର୍ବ ଅଛି ଯାହା ପାଇଁ ଭଦ୍ରା ସମ୍ପୂର୍ଣ୍ଣ ନିଷେଧ ବୋଲି ବିବେଚନା କରାଯାଏ । ହୋଲିକା ଦହନ୍ ଏବଂ ରକ୍ଷାବନ୍ଧନ ଦୁଇଟି ପର୍ବ ଯାହାକି ଭଦ୍ରା ସମୟରେ ପାଳନ କରାଯିବା ଉଚିତ୍ ନୁହେଁ ।

ରାକ୍ଷୀ ପୂର୍ଣ୍ଣିମାର ଖୁବ୍‌ ମହତ୍ତ୍ୱ ରହିଛି । ଶ୍ରାବଣ ମାସର ପୂର୍ଣ୍ଣିମାରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ। ଭାଇ ଭଉଣୀର ରକ୍ଷା କରିବାକୁ ସଂକଳ୍ପ କରିବା ସହ କିଛି ଉପହାର ମଧ୍ୟ ଦେଇଥାଏ। ଘରେ ଘରେ ପିଠା ପଣାର ଆସର । ପରିବାର ଭିତରେ ବନ୍ଧୁବାନ୍ଧବଙ୍କ ଗହଣରେ ଏହି ଦିନଟି ବିତିଥାଏ । ଆଉ ଭାଇର ଦୀର୍ଘାୟୁ ଏବଂ ସଫଳତା କାମନା କରି ପ୍ରତିଟି ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ପବିତ୍ର ଗହ୍ମାପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ର ବି ସାନ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବେ। 

ଏହି ଦିନ ଭଦ୍ରାକାଳ ଅପରାହ୍ନ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ରହିବ। ସେଥିପାଇଁ ଏହି ସମୟରେ କିମ୍ବା ସକାଳେ ରାକ୍ଷୀ ବାନ୍ଧିବେ ନାହିଁ।

ଏବର୍ଷ ରକ୍ଷାବନ୍ଧନରେ ଭଦ୍ରା କାଳ
ରକ୍ଷାବନ୍ଧନ ଭଦ୍ରା ଶେଷ ସମୟ – ୧୩:୩୦
ରକ୍ଷାବନ୍ଧନ ଭଦ୍ରା ଲାଞ୍ଜ – ୦୯:୫୧ ରୁ ୧୦:୫୩
ରକ୍ଷାବନ୍ଧନ ଭଦ୍ରା ମୁଖ – ୧୦:୫୩ରୁ ୧୨:୩୭

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଚାଲନ୍ତୁ ଜାଣିବା କଣ ଏହି ଭଦ୍ରାକାଳ ?
ଭଦ୍ରା କିଏ ?
ପୁରାଣ ଅନୁଯାୟୀ ଭଦ୍ରା ହେଉଛନ୍ତି ଶନିଦେବଙ୍କ ଭଉଣୀ ଏବଂ ସୂର୍ଯ୍ୟଦେବଙ୍କ ଝିଅ । ତାଙ୍କ ପ୍ରକୃତି ମଧ୍ୟ ତାଙ୍କ ଭାଇ ଶନିଙ୍କ ପରି କଠୋର ବୋଲି ବିବେଚନା କରାଯାଏ ।

ଭଦ୍ରାକାଳ କ’ଣ ?
ଭଦ୍ରାଙ୍କ ପ୍ରକୃତି ବୁଝିବା ପାଇଁ ବ୍ରହ୍ମଦେବ ତାଙ୍କୁ ସମୟ ଗଣନାରେ ଏକ ବିଶେଷ ସ୍ଥାନ ଦେଇଛନ୍ତି । ହିନ୍ଦୁ କ୍ୟାଲେଣ୍ଡରକୁ ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି । ଏଗୁଡ଼ିକ ହେଉଛି ତିଥି, ବାର, ଯୋଗ, ନକ୍ଷତ୍ର ଏବଂ କରଣ । ଏଥିରେ ୧୧ଟି କରଣ ରହିଥାଏ, ସେଥିମଧ୍ୟରୁ ସପ୍ତମ କରଣ ବିଷ୍ଣୁଙ୍କ ନାମ ଭଦ୍ରା ।

କାହିଁକି ଭଦ୍ରାକଳରେ ରାକ୍ଷୀ ବନ୍ଧା ଯାଏ ନାହିଁ ?
ଭଦ୍ରାକାଳରେ ଯାତ୍ରା, ଶୁଭ କାମ ଇତ୍ୟାଦି ନିଶେଦ୍ଧ ହୋଇଥାଏ । ରକ୍ଷା ବନ୍ଧନକୁ ଏକ ଶୁଭ କାର୍ଯ୍ୟ ଭାବରେ ବିବେଚନା କରାଯାଏ । ଏହି କାରଣରୁ ରାକ୍ଷୀ ଭଦ୍ରାକାଳରେ ବନ୍ଧା ଯାଇ ନଥାଏ । ବିଶ୍ୱାସ କରାଯାଏ ଯେ, ଲଙ୍କା ଅଧିପତି ରାବଣଙ୍କୁ ତାଙ୍କ ଭଉଣୀ ଶୃପଣେଖା ଏହି ଭଦ୍ରାକାଳରେ ରାକ୍ଷୀ ବାନ୍ଧିଥିଲେ । ଯାହା ପରେ ରାବଣର ସର୍ବନାଶ ହୋଇଥିଲା ।
ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏବର୍ଷ ଭଦ୍ରାକାଳ ପାତାଳ ଲୋକରେ ଲାଗି ରହିବ । ଭଦ୍ରା ଯେଉଁ ଲୋକରେ ବାସ କରେ ସେହି ଲୋକରେ ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ । ଅନ୍ୟ ଲୋକରେ ମାଙ୍ଗଳିକ କାର୍ଯ୍ୟ କରିବାରେ ଅସୁବିଧା ନାହିଁ । ତେଣୁ ଆଜି ରାକ୍ଷୀ ପୂର୍ଣ୍ଣିମା ପାଳନ କରିପାରିବେ। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Sponsored
Today is Rakshi | Argus News