Videos
|
Devotion

ଆଜି ଚୈତ୍ର ନବରାତ୍ରୀର ଚତୁର୍ଥ ଦିନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ଚୈତ୍ର ନବରାତ୍ରୀର ଚତୁର୍ଥ ଦିନ

ଅର୍ଗସ ବ୍ୟୁରୋ : ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କର ନଅ ରୂପ ବୋଲି କୁହାଯାଏ। ନବରାତ୍ରର ଏହି ନଅଦିନ ମଧ୍ୟରେ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ରୂପକୁ ପୂଜା କରାଯାଇଥାଏ। ଆଜି ଚୈତ୍ର ନବରାତ୍ରୀର ଚତୁର୍ଥ ଦିନ । ମା’ ଦୁର୍ଗାଙ୍କର ଚତୁର୍ଥ ସ୍ୱରୂପରେ ଦେବୀ କୁଷ୍ମାଣ୍ଡାଙ୍କୁ ପୂଜିବାର ବିଧି ରହିଛି । ମା’ଙ୍କ ଆରାଧନା ଦ୍ୱାରା ଭକ୍ତଙ୍କ ବଳ, ବୁଦ୍ଧି ବିଦ୍ୟା, ପ୍ରେମ, ଜ୍ଞାନ,ଆୟୁ, ଯଶ, ଆରୋଗ୍ୟ, ସନ୍ତାନର ସୁଖ ପ୍ରାପ୍ତ ହୋଇଥାଏ ।

ଅଧିକ ପଢନ୍ତୁ : ଚାଲିଛି ନବରାତ୍ରୀ ପୂଜା: ଭୁଲରେ ବି ଖାଆନ୍ତୁନି ଏହି ଖାଦ୍ୟ

ଶାସ୍ତ୍ର ଅନୁଯାୟୀ ଯେତେବେଳେ ସାରା ଜଗତ ଅସ୍ତିତ୍ୱ ବିହିନ ଥିଲା, ସେହି ସମୟରେ ଦେବୀ କୁଷ୍ମାଣ୍ଡା ପୁରା ବ୍ରହ୍ମାଣ୍ଡକୁ ସଂରଚନା କରିଥିଲେ ।ମା’ଙ୍କ ଏହି ବେଶ ଦର୍ଶନ କଲେ ମନର ଚଞ୍ଚଳତା ଦୂର ହେବା ସହିତ ରୋଗବାଗ ଶରୀର ଛାଡ଼ି ଚାଲିଯାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ନବରାତ୍ରିର ଚତୁର୍ଥ ଦିନରେ ମା’ଙ୍କୁ ମାଲପୁଆ ଭୋଗ ଲାଗିଥାଏ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: