Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା

ଅର୍ଗସ ବ୍ୟୁରୋ :  ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା । ଆଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ । ଏହି ପନ୍ଦର ଦିନ ମଧ୍ୟରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥାନ୍ତି ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରିଥାନ୍ତି । କିଏ ଶ୍ରୀମନ୍ଦିର ବାଇଶି ପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାଏ ତ ଆଉ କିଏ ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ତର୍ପଣ କରିଥାନ୍ତି । ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ପାଇଁ ଲୋକମାନେ ଶ୍ରୀକ୍ଷେତ୍ରକୁ ବାଛିଥାନ୍ତି । ତେଣୁ ଆଜି ତିଳତର୍ପଣ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା ।

ଅଧିକ ପଢନ୍ତୁ : ସାର୍ବଜନୀନ ହେଲା ଭଟ୍ଟାରିକା ମା'ଙ୍କ ସୁନା ଓ ରୁପା ଅଳଙ୍କାର

ସେପଟେ ଆଜି ମହାଳୟାରେ ଧବଳମୁଖି ବେଶରେ ଦର୍ଶନ ଦେବେ ମାଁ ସମଲେଶ୍ବରୀ । ପଶ୍ଚିମ ଓଡିଶାର ଇଷ୍ଟଦେବୀ ଶକ୍ତି ସ୍ବରୁପା ମାଁ ସମଲେଶ୍ବରୀ ବର୍ଷ ତମାମ ସିନ୍ଦୁର ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ପବିତ୍ର ମହାଳୟା ଦିନ ମାଁଙ୍କର କରାଯାଇଥାଏ ଧବଳମୁଖି ବେଶ । ବିଶ୍ବାସ ରହିଛି ଏହି ବେଶ ଦର୍ଶନ କଲେ ଗଙ୍ଗା ଦର୍ଶନ ସହ ସମାନ ପୂଣ୍ୟ ମିଳେ । ତେଣୁ ଆଜି ମାଁଙ୍କ ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରରୁ ସମଲେଶ୍ବରୀ ମନ୍ଦିରକୁ ଛୁଟିବ ଲୋକଙ୍କ ଭିଡ଼ । ଏହାକୁ ଦୃଷ୍ଟିରେ ରଖି ମାଁଙ୍କ ବେଶ ଦର୍ଶନ ପାଇଁ ଗାଇଡ ଲାଇନ ମଧ୍ୟ ଜାରି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Today is the holy Mahalaya Amavasya | Argus News